Home ଓଡ଼ିଶା ଯୋଡା ଅଞ୍ଚଳରେ କରୋନା ସଂକ୍ରମଣଙ୍କ ସଂଖ୍ୟା ହ୍ରାସ ପଉଛି

ଯୋଡା ଅଞ୍ଚଳରେ କରୋନା ସଂକ୍ରମଣଙ୍କ ସଂଖ୍ୟା ହ୍ରାସ ପଉଛି

46

ଯୋଡା, ୨୨ା୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଖଣି ଖାଦାନ ଭରା କେନ୍ଦୁଝର ଜିଲ୍ଲା ଯୋଡା ଅଞ୍ଚଳରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଉଥିବା ପରିଲକ୍ଷିତ କରାଯାଇଛି । ତେବେ ଦେଢ ଶହରୁ ଉର୍ଦ୍ଧ୍ୱ କରୋନା ରୋଗୀ ଗତ ମାସ ଟାଟା କମ୍ପାନୀଙ୍କ କରୋନା ଚିକିତ୍ସାଳୟରେ ଚିକିତ୍ସାଧିନ ଥିବା ବେଳେ ଏବେ ଏହି ସଂଖ୍ୟା ସମ୍ପୂର୍ଣ୍ଣ ଭାବେ ହ୍ରାସ ପାଇଥିବା ଜଣାପଡିଛି । ସେହିପରି ଯୋଡା ପୌରପାଳିକା କଲ୍ୟାଣ ମଣ୍ଡପରେ ଥିବା କରୋନା ଯତ୍ନ କେନ୍ଦ୍ରରେ ମଧ୍ୟ କୌଣସି ଜଣେ ହେଲେ କରୋନୀ ସଂକ୍ରମିତ ରୋଗୀ ଚିକିତ୍ସାଧିନ ନଥିବା ପୌରପାଳିକା ପକ୍ଷରୁ ସୂଚନା ମିଳିଛି । ମଙ୍ଗଳବାର ଦିନ ଟାଟା କମ୍ପାନୀଙ୍କ କରୋନା ଚିକିତ୍ସା କେନ୍ଦ୍ରରେ ୧୧୧ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିବା ବେଳେ ଏଥିରେ ଜଣେ ହେଲେ ସଂକ୍ରମିତ ଥିବା ଚିହ୍ନଟ କରାଯାଇନାହିଁ । ସେହିପରି ସରକାରୀ ଡାକ୍ତରଖାନାରେ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ କରାଯାଇନଥିବା ଜଣାପଡିଛି । ମଙ୍ଗଳବାର କମାରଯୋଡାସ୍ଥିତ ସରକାରୀ ଡାକ୍ତରଖାନାରେ ୧୮ବର୍ଷରୁ ଉର୍ଦ୍ଧ୍ୱ ୨୫୦ଜଣ ବ୍ୟକ୍ତିଙ୍କୁ ଟିକା କରଣ କରାଯାଇଥିବା ବେଳେ ବୁଧବାର ଦିନ ଏହି ସରକାରି ଡାକ୍ତରଖାନାରେ ୪ଶହ ଏବଂ ବନେଇକଳାସ୍ଥିତ ସିତାରାମ ରୁଙ୍ଗଟା ଭଲ୍ଲି ବଲ୍ ଷ୍ଟାଡିଅମରେ ଶହେ ଜଣଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଥିବା ଜଣାପଡିଛି । ସେହିପରି ଯୋଡା ବ୍ଲକ ଅଧିନରେ ବୁଧବାର ଦିନ ୪ ଗୋଟି ସ୍ଥାନରେ ଏହି ଟିକା ଦେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ପ୍ରାଥମିକତା ଭିତ୍ତିରେ ପଞ୍ଜିକୃତ ଓ ଅଣପଞ୍ଜିକୃତ ବ୍ୟକ୍ତି ମାନଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି । ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୪ଶହ ଜଣ, ବଡକାଳିମାଟି ଜନ ସ୍ୱାସ୍ଥ୍ୟ କେନ୍ଦ୍ରରେ ୩ଶହ ଜଣ, ଗୁଆଲି ଜନ ସ୍ୱାସ୍ଥ୍ୟ କେନ୍ଦ୍ରରେ ୩ଶହ ଜଣ ଓ ବଲାଣୀ ସେଲ ଡାକ୍ତରଖାନାରେ ୫ଶହ ଜଣ, ଏହିପରି ମୋଟ ଯୋଡା ଅଞ୍ଚଳରେ ଗୋଟିଏ ଦିନରେ ୨ହଜାର ଜଣଙ୍କୁ ଟିକା ଦିଆଯିବାର ଲକ୍ଷ ରଖାଯାଇଛି । ଯୋଡା ସହରରେ କରୋନା କଟକଣା ବଳବତ୍ତର ଥିବା ବେଳେ ଏହା ସଂକ୍ରମଣକୁ ରୋକି ପାରିଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.