Home ଓଡ଼ିଶା ଯୋଡାର ଗୌରବ ଅନ୍ତରୀକ୍ଷଙ୍କ ପ୍ରକଳ୍ପ ଇସ୍ରୋ ଦ୍ୱାରା ଉଚ୍ଚ ପ୍ରଶଂସିତ

ଯୋଡାର ଗୌରବ ଅନ୍ତରୀକ୍ଷଙ୍କ ପ୍ରକଳ୍ପ ଇସ୍ରୋ ଦ୍ୱାରା ଉଚ୍ଚ ପ୍ରଶଂସିତ

230

ଯୋଡା, ୨୮/୦୯ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡାସ୍ଥିତ ଟାଟା ଡିଏଭି ସ୍କୁଲର ଛାତ୍ର ଅନ୍ତରୀକ୍ଷ ଦାସଙ୍କ ନିର୍ମିତ ଏକ ମଡେଲ ଭାରତୀୟ ମହାକାଶ ଗବେଶଣା ସଂଗଠନ (ଇସ୍ରୋ) ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିବା ଜଣାପଡିଛି । ଏଥିପାଇଁ ତାଙ୍କୁ ପ୍ରକାଶିତ ମେଧା ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି । ଇସ୍ରୋ ଦ୍ୱାରା ଆୟୋଜିତ ଜାତୀୟ ସ୍ଥରର ପ୍ରକଳ୍ପ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ଅନ୍ତରୀକ୍ଷ ଏହି ବିରଳ କୃତୀତ୍ୱର ଅଧିକାରୀ ହୋଇପାରିଛନ୍ତି । ବିଶିଷ୍ଟ ବୈଜ୍ଞାନୀକ ଶତୀସ ଧାୱଙ୍କ ଏକଶତ ଜନ୍ମଦିବସ ଉପଲକ୍ଷେ ଏହି ପ୍ରତିଯୋଗୀତାର ଆୟୋଜନ କରାଯାଇଥିଲା । ଏଥିରେ ୨ ଲକ୍ଷ ୪ ହଜାର ୬ଶହ ୩୧ଜଣ ଛାତ୍ର-ଛାତ୍ରୀ ଅଂଶଗ୍ରହଣ କରିଥିଲେ । ଅନ୍ତରୀକ୍ଷଙ୍କ ନିର୍ମିତ ମଡେଲ ଇସ୍ରୋ – ଜିଏସ୍‌ଏଲ୍‌ଭି ଏନ୍‌.କେ.-୩ ଜାନ ପ୍ରସ୍ତୁତ କରି ସେ ଏହି ସଫଳତା ହାସଲ କରିଛନ୍ତି । ଏହି ପ୍ରତିଯୋଗୀତା ଚଳିତ ବର୍ଷ ୧୦ ଜୁଲାଇରେ ଅନୁଷ୍ଠୀତ ହୋଇଥିଲା । ଏଥିରେ ୫ଶହ ଜଣ କୃତି ଛାତ୍ର-ଛାତ୍ରୀଙ୍କୁ ଚୟନ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୪ନଂ ସ୍ଥାନ ଗ୍ରହଣ କରିଥିଲେ । ପିଲାଟିବେଳୁ ଅନ୍ତରୀକ୍ଷଙ୍କର ବିଜ୍ଞାନରେ ବେଶ ରୂଚି ରଖୁଥିବା ବେଳେ ସତେଯେପରି ତାଙ୍କର ପିତା ମାତା ପୂର୍ବରୁ ଜାଣିବାକୁ ପାଇ ତାଙ୍କ ନାମ ଅନ୍ତରୀକ୍ଷ ରଖିଥିଲେ । ସେ ଯୋଡାର ରାଜେଶ ଏବଂ ମାଧବୀ ଦାସଙ୍କ ପୁଅ ହୋଇଥିବା ବେଳେ ଏହି ପ୍ରକଳ୍ପ ପାଇଁ ସେ ଇସ୍ରୋ ଦ୍ୱାରା ପ୍ରଶଂସିତ ହୋଇ ଡିଏଭି ସ୍କୁଲ ଏବଂ ତାଙ୍କର ପିତା ମାତାଙ୍କର ପାଇଁ ଗୌରବ ଆଣିଦେଇଛନ୍ତି । ଏହି ପ୍ରକଳ୍ପ ପାଇଁ ଗାଇଡ ଭାବେ ବି. ସାଇସିବା ତାଙ୍କୁ ମାର୍ଗଦର୍ଶନ କରିଥିବା ବେଳେ ବିଦ୍ୟାଳୟର ଅଧ୍ୟକ୍ଷ ଇନ୍ଦ୍ରଜିତ ମହାପାତ୍ର, ଶିକ୍ଷକ ସୁଧିର ପରିଡା ଓ ଅନ୍ୟାନ୍ୟ ଶିକ୍ଷକ, ଶିକ୍ଷୟୈତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପୂର୍ବରୁ ଅନ୍ତରୀକ୍ଷ ଅନେକ ବିଜ୍ଞାନ ପ୍ରଦର୍ଶନୀରେ ସଫଳତା ହାସଲ କରି ପୁରସ୍କୃତ ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.