Home ଓଡ଼ିଶା ଭଡାଟିଆଙ୍କ ମାଡରେ ମାଲିକାଣୀଙ୍କ ମୃତ୍ୟୁ

ଭଡାଟିଆଙ୍କ ମାଡରେ ମାଲିକାଣୀଙ୍କ ମୃତ୍ୟୁ

200

ଯୋଡା, ୨୮/୦୯ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ରବିବାର ସନ୍ଧ୍ୟାରେ ଯୋଡା ପୌରାଞ୍ଚଳର ଅନ୍ତର୍ଗତ ୯ନଂ ୱାର୍ଡସ୍ଥିତ କମାରସାହି ଭଡାଟିଆଙ୍କ ଫୁଙ୍କନଳୀ ଆକ୍ରମଣରେ ମାଲିକାଣୀ ଶାନ୍ତି ରୁଣ୍ଡା (୫୦)ଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଶାନ୍ତି ରୁଣ୍ଡାଙ୍କ ଘରେ କମଳେଶ ଯାଦବ ନାମକ ଜଣେ ବ୍ୟକ୍ତି ଦୀର୍ଘ ବର୍ଷ ହେବ ଭଡାଟିଆ ଭାବେ ରହିଆସୁଥିବା ବେଳେ ସେ ତାରିଣୀ ଗ୍ୟାସ ଏଜେନ୍ସିରେ ଡ୍ରାଇଭର ଭାବେ କାର୍ଯ୍ୟ କରିଥାନ୍ତି । ଉଭୟଙ୍କ ମଧ୍ୟରେ କୌଣସି ଘଟଣାକୁ ନେଇ କଳହର ସୂତ୍ରପାତ ହୋଇଥିବା ବେଳେ ଏଥିରେ କ୍ରୋଦ୍ଧାନ୍ୱୀତ ହୋଇ କମଳେଶ ଏକ ଫୁଙ୍କନଳୀ ସାହାଯ୍ୟରେ ଶାନ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ଶାନ୍ତିଙ୍କର ମୃତ୍ୟୁ ଘଟିଥିଲା । ଶାନ୍ତି ରୁଣ୍ଡାଙ୍କର ସ୍ୱାମୀ ନଥିବା ବେଳେ ପୁଅ-ବୋହୁ, ନାତୀ-ନାତୁଣୀ ଗୋଟିଏ ଘରେ ରହିଆସୁଥିଲେ । କିଛି ଘର ତିଆରି କରି ଭଡା ଲଗାଇ ନିଜର ପରିବାର ପ୍ରତିପୋଷଣ କରିଆସୁଥିଲେ । ତେବେ ଘଟଣାଦିନ କଳହର ସଠିକ୍ କାରଣ ଜଣାପଡିନଥିବା ବେଳେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.