Home ଓଡ଼ିଶା ଯୋଡାରେ ଚାଞ୍ଚଲ୍ୟ : ୧୨ ଘଣ୍ଟାରେ ୨ ହତ୍ୟା

ଯୋଡାରେ ଚାଞ୍ଚଲ୍ୟ : ୧୨ ଘଣ୍ଟାରେ ୨ ହତ୍ୟା

94

ଯୋଡା, ୨୨ା୫(ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ନିକଟରେ ଦୁର୍ଦାନ୍ତ ଅପରାଧି କାଣ୍ଡେ ମାଝୀର ହତ୍ୟା ଘଟଣା ପରେ ଶୁକ୍ରବାର ସନ୍ଧ୍ୟାରୁ ଶନିବାର ସକାଳ ପର୍ଯ୍ୟନ୍ତ ୧୨ ଘଣ୍ଟା ଭିତରେ ଆଉ ୨ଟି ନୃଶଂସ ହତ୍ୟା କାଣ୍ଡ ଯୋଡା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣାରୁ ଜଣାପଡିଛି ଯେ, ଶୁକ୍ରବାର ରାତିରେ ବାଂଶପାଣି ଅଞ୍ଚଳର ଭୋଳା ପାତ୍ର ନାମକ ଜଣେ ସୁରକ୍ଷା କର୍ମିକୁ ଅତ୍ୟନ୍ତ ନିର୍ମମ ଭାବେ କୌଣସି ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିବା ବେଳେ ତାଙ୍କର ରକ୍ତ ଜୁଡୁବୁଡୁ ମୃତ ଦେହ ବାଂଶପାଣି ଠାରେ ବନ୍ଦ ହୋଇରହିଥିବା ଏକ ମଦ ଭାଟିର ପରିତ୍ୟକ୍ତ କୁଣ୍ଡ ଭିତରୁ ଉଦ୍ଧାର କରାଯାଇଛି । ତେବେ ମଦ ଭାଟିର ଘର ଭିତରେ ରକ୍ତ ପଡିଥିବା ବେଳେ ସେହିଠାରେ ହିଁ ତାଙ୍କୁ ଆକ୍ରମଣ କରାଯାଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମୃତକ ଜଣଙ୍କ ପାଖରେ ଥିବା ଏକ ଗ୍ୟାରେଜରେ ସୁରକ୍ଷା କର୍ମି ଭାବେ କାର୍ଯ୍ୟ କରୁଥିବା ବେଳେ ମୃତକ ଜଣଙ୍କ ନିଜର ପୁଅ ସହିତ ରହିଆସୁଥିଲେ । ତେବେ ଯୋଡା ପୁଲିସ ସନ୍ଦେହରେ ତାଙ୍କ ପୁଅକୁ ନେଇ ପଚରା ଉଚରା କରୁଥିବା ଜଣାପଡିଛି । ସେହିପରି ଅନ୍ୟ ଏକ ଘଟଣାରେ ଯୋଡା ପୌରପାଳିକାର ୪ନଂ ୱାର୍ଡ ଷ୍ଟେଟ ବ୍ୟାଙ୍କ ପଛପଟେ ଅବସ୍ଥିତ ସ୍ୱାସ୍ତି ଏଣ୍ଟରପ୍ରାଇଜେସ ନାମକ ଥଣ୍ଡା ପାନୀୟ ଗୋଦାମରେ କ୍ୟାମ୍ପର ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ସଞ୍ଜୟ ମହାତୋ ନାମକ ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ ତାଙ୍କର ମୃତ ଦେହ ଶନିବାର ସକାଳୁ ଦେଖିବାକୁ ମିଳିଥିଲା । ମୃତକ ସଞ୍ଜୟଙ୍କ ଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଦେଖିବାକୁ ମିଳିଥିବା ବେଳେ ଏହାର ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ମୃତକ ସଞ୍ଜୟଙ୍କ ଘର ଝାଡଖଣ୍ଡ ରାଜ୍ୟର ରାଗିଡି ଅଞ୍ଚଳର ବୋଲି ଜଣାପଡିଛି । ସେ ଗତ ୫ମାସ ହେବ ଯୋଡାରେ ରହି ସ୍ୱାସ୍ତି ଏଣ୍ଟରପ୍ରାଇଜେସ ନାମକ ଏକ ଘରୋଇ ସଂସ୍ଥାରେ କ୍ୟାମ୍ପର ଡ୍ରାଇଭର ଭାବେ କାର୍ଯ୍ୟ କରିଆସୁଥିଲେ । ଖବର ପାଇ ଯୋଡା ଥାନା ଭାରପ୍ରାପ୍ତ ଅଧିକାରୀ ପଦ୍ମାଳୟା ସାହୁ, ବଡବିଲ ଉପଖଣ୍ଡ ପୁଲିସ ଅଧିକାରୀ ହିମାଂଶୁ ଭୂଷଣ ବେହେରା ଏବଂ କେନ୍ଦୁଝରରୁ ଏକ ବୈଜ୍ଞାନୀକ ଦଳ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.