Home ଉପ ନିର୍ବାଚନ ଯୋଗାଣ ମନ୍ତ୍ରୀଙ୍କ ବିବେକହୀନ ମନ୍ତବ୍ୟକୁ ବିଜେପିର ନିନ୍ଦା

ଯୋଗାଣ ମନ୍ତ୍ରୀଙ୍କ ବିବେକହୀନ ମନ୍ତବ୍ୟକୁ ବିଜେପିର ନିନ୍ଦା

71

ବାଲେଶ୍ୱର, ୨୩ା୧୦(ଓଡ଼ିଆ ପୁଅ/ଅଭୟ ଦାସ): – ସଦର ବିଧାୟକ ମଦନ ମୋହନ ଦତ୍ତ(ମଙ୍ଗୁ)ଙ୍କ ମୃତ୍ୟୁ ବିଜେଡି ପାଇଁ ଭଗବାନଙ୍କ ଆଶୀର୍ବାଦ ବୋଲି ବାଲେଶ୍ୱରରେ ନିର୍ବାଚନ ପ୍ରଚାର ବେଳେ ରାଜ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମିଡିଆ ଆଗରେ କହିବା ଘଟଣାକୁ ଜିଲ୍ଲା ବିଜେପି ତୀବ୍ର ନିନ୍ଦା କରିଛି।ଏନେଇ ଆଜି ସଂଧ୍ୟାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମାନସ ଦତ୍ତ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଟିପ୍ପଣୀକୁ ନେଇ ଉଦବେଗ ପ୍ରକାଶ ସହ ସାମ୍ପ୍ରତିକ ରାଜନୀତି ମାନବିକତାର ଊର୍ଦ୍ଧ୍ୱକୁ ଚାଲିଗଲା ବୋଲି କହି ଉଦବେଗ ପ୍ରକାଶ କରିଛନ୍ତି। ତାଙ୍କ ବାପା ଅର୍ଥାତ ସ୍ୱଗର୍ତ ମଦନ ମୋହନ ଦତ୍ତ ଜଣେ ଲୋକପ୍ରିୟ ନେତା ଥିଲେ। ସକାଳଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ସେ କେବଳ ଲୋକଙ୍କ ସେବାରେ ନିଜକୁ ନିିୟୋଜିତ କରିଥିଲେ। ଏମିତିକି ଘର ପରିବାର କଥା ସେ ଭୁଲି ଯାଉଥିଲେ ବୋଲି ପୁତ୍ର ମାନସ କହିଛନ୍ତି। ଭୋଟ ପାଇଁ ବିଜେଡି ପକ୍ଷରୁ ତାଙ୍କର ସ୍ୱର୍ଗବାସୀ ପିତାଙ୍କୁ ବାଲେଶ୍ୱର ବିକାଶରେ ବାଧକ ବୋଲି କହିବା ଓ ମନ୍ତ୍ରୀ ତାଙ୍କର ସ୍ୱର୍ଗବାସକୁ ଭଗବାନଙ୍କ ଆଶୀର୍ବାଦ ବୋଲି କହିବା କେତେଦୂର ଯଥାର୍ଥ ବୋଲି ସେ ପ୍ରଶ୍ନ କରିଛନ୍ତି। ପିତୃତୁଲ୍ୟ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଧାନ ସଭାରେ ତାଙ୍କ ବାପାଙ୍କ ସଙ୍ଗେରେ ବହୁବାର କଥା ହୋଇଛନ୍ତି ଓ ମିଶିଛନ୍ତି ମଧ୍ୟ। ଏହା ପରେ ବି ତାଙ୍କର ଏଭଳି ମନ୍ତବ୍ୟ ମୋତେ ଅତ୍ୟନ୍ତ ଦୁଃଖ ଦେଉଛି ବୋଲି ମାନସ କାନ୍ଦି କାନ୍ଦି କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସେ କହିଲେ କି ‘ମୋ ସ୍ୱର୍ଗବାସୀ ବାପାଙ୍କୁ ସମ୍ମାନ ନ ଦିଅନ୍ତୁ ଦୁଃଖ ନାହିଁ, ମାତ୍ର ତାଙ୍କୁ ନେଇ ଏଭଳି କଟୁ ମନ୍ତବ୍ୟ କିମ୍ବା ଅପମାନ ନ ଦିଆଯାଉ’। ସ୍ୱଚ୍ଛ ଓ ନିର୍ମଳ ଭାମୂର୍ତ୍ତିର ପ୍ରତୀକ ଭାବେ ମୁଖ୍ୟମନ୍ତ୍ରୀ ଆପାତତଃ ଏ ଦିଗରେ ଦୃଷ୍ଟି ଦେବାକୁ ସେ ଅନୁରୋଧ କରିଛନ୍ତି। ମୋର ରାଜନୀତିକୁ ଆସିବା ଯଦି ବିଜେଡି ଦଳ ପାଇଁ ଅସହିଷ୍ଣୁତା ସୃଷ୍ଟି କରୁଛି ତାହାଲେ ମୁଁ ରାଜନୀତିକୁ ଛାଡ଼ିଦେବାକୁ ପ୍ରସ୍ତୁତ ଅଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସେ କାନ୍ଦି କାନ୍ଦି କହିଥିଲେ। ତେବେ ସେଠାରେ ଉପସ୍ଥିତ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ପ୍ରମୁଖ ତାଙ୍କୁ ସାନ୍ତ୍ୱନା ଦେବା ସହ ସେଇ ଭଗବାନ ବାଲେଶ୍ୱରର ଜନସାଧାରଣଙ୍କ ଜରିଆରେ ଏହାର ଉଚିତ ବିଚାର କରିବେ ବୋଲି କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.