Home ଜିଲ୍ଲା ପରିକ୍ରମା ଯୁବ ଯାଦବ ମହାସଭା ପକ୍ଷରୁ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ଯୁବ ଯାଦବ ମହାସଭା ପକ୍ଷରୁ ଜନ୍ମାଷ୍ଟମୀ ଉତ୍ସବ ପାଳିତ

33

ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଟାଉନ୍‌ହଲ ଠାରେ ଜିଲା ଯୁବ ଯାଦବ ମହାସଭା ପକ୍ଷରୁ ଦିବସବ୍ୟାପୀ ପବିତ୍ର ଜନ୍ମାଷ୍ଟମୀ ଉତ୍ସବମ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରାତଃରେ ଚୁନିଦା ଠାରେ ଯାଦବ ଭବନରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଭଜନକୀର୍ତ୍ତନ ସହିତ ପୂଜାର୍ଚ୍ଚନା ହୋଇଥିଲା। ଅପରାହ୍ନରେ ଟାଉନହଲ ଠାରେ ସାଂସ୍କୃତିକ ମହୋତ୍ସବର ଶୁଭ ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଜିଲା ଯୁବ ଯାଦବ ସଭାପତି ରବି ନାରାୟଣ ଖିଲାରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଜିଲା ସଂପାଦକ ଦିଲ୍ଲୀପ ନାୟକ, ଆଇପିଓ ଶଶି ଶେଖର ବେହେରା, ରାଜ୍ୟ ସଂପାଦକ ଅମର ନାୟକ, ହରିଶ ଚନ୍ଦ୍ର ବାରିକ, ବିଷ୍ଣୁ ପଲେଇ, କାର୍ଯ୍ୟକାରୀ ସଭାପତି ପ୍ରଭାକର ପରିଡା ଓ କୃଷ୍ଣଚନ୍ଦ୍ର ମହାକୁଡ ଯୁବ ସଂପାଦକ ସନ୍ତୋଷ ଦାସ, ଆବାହକ କୃଷ୍ଣଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିବାବେଳେ ଉଦଯାପନୀ ସଭାରେ ଅଧ୍ୟାପକ ଜୟନ୍ତ ପରିଡା, ଶିକ୍ଷକ ଗୋପବନ୍ଧୁ ବାରିକ, ଶିକ୍ଷକ ଅଶୋକ ଖିଲାର, ପ୍ରାକ୍ତନ ସରପଞ୍ଚ ଜଗବନ୍ଧୁ ଦାସ, ପ୍ରାକ୍ତନ ସେବା ସମବାୟ ସଭାପତି ବିଜୟ ଖିଲାର, ରୋଟାରିଆନ୍ ପବିତ୍ର ମୋହନ ଖିଲାର, ଶିକ୍ଷୟିତ୍ରୀ ମିଲି ପରିଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଓ ଲୀଳା ଖେଳା ସଂପର୍କରେ ଉଦବୋଧନ ଦେଇଥିଲେ। ପ୍ରବଳ ଲଘୁଚାପ ଜନିତ ବର୍ଷା ସତ୍ୱେ ଏହି ମହୋତ୍ସବରେ ଶତାଧିକ କୁନି କୁନି ପିଲା ସେମାନଙ୍କର ନୃତ୍ୟ ପରିବେଷଣ କରିଥିଲ। ବିଚାରପତି ଭାବେ ତେଜସ୍ୱିନୀ ପଲେଇ, ଚୈତାଳି ଖିଲାର, ମନୋଜ ବାରିକ, ଉପ ସଭାପତି ସଂଜୀବ ନାୟକ, ସାଧୁ ବାରିକ, ପ୍ରଦୀପ ବେହେରା ଥିଲେ। ମହୋତ୍ସବର ଶତାଧିକ ଜନସାଧାରଣ ଯୋଗ ଦେଇ ଉତ୍ସବକୁ ଉପଭୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଧାମନଗର ବ୍ଲକ୍ ସାଧାରଣ ସଂପାଦକ କୁଳମଣି ବେହେରା, ଯୁବ ଉପସଭାପତି ସତ୍ୟବ୍ରତ ଦାସ, ନଜ୍ଞ୍‌ନ ବାରିକ, ମୁନା ପରିଡା, ମୁକ୍ତିକାନ୍ତ ନାୟକ, ଜଗତ ଜୀବନ ବାରିକ, ଦିଲ୍ଲୀପ ମହାକୁଡ, ରାମଚନ୍ଦ୍ର ଦାସ, ବିଭୂତି ବାଣୀ କଲ୍ୟାଣ ନାୟକ ପ୍ରମୁଖ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.