Home କେନ୍ଦୁଝର ଯୁବ ଗୋଷ୍ଠୀ କଲେ ଶବସତ୍କାର

ଯୁବ ଗୋଷ୍ଠୀ କଲେ ଶବସତ୍କାର

32

ହାଟଡ଼ିହି,୧୧/୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଡଅଁର ପଞ୍ଚାୟତ ରାଧାନଗର ପାଟଣା ଗ୍ରାମରେ ଜଣେ ଅସହାୟ ମହିଳାଙ୍କ ମୃତ୍ୟୁ ପରେ ଦୀର୍ଘସମୟ ଧରି ଘରେ ଶବ ପଡିରହିବା ପରେ ଗାଁର ଯୁବଗୋଷ୍ଠୀ ଶବ ସତ୍କାର କରିଛନ୍ତି । ଖବରରୁ ଜଣାଯାଇଛି ଯେ ଗାଁର ଜଣେ ୬୨ବର୍ଷୀୟ ମହିଳାଙ୍କ ଗତକାଲି ଦିନ ଗୋଟାଏବେଳେ ପରଲୋକ ଘଟିଥିଲା । ମାତ୍ର ଶବ ସତ୍କାର ପାଇଁ ଆସି ନଥିଲେ । ଘରେ ଝିଅ ଜ୍ୱାଇଁ ଥିଲେବି ସେମାନେ କିଛି କରିପାରି ନଥିଲେ । ସନ୍ଧ୍ୟା ହେବାରୁ ଓମ ପ୍ରକାଶ ପଟ୍ଟନାୟକ, ରୁଦ୍ର ନାରାୟଣ ସା, ବିମ୍ବାଧର ପରିଡା, ଦେବଦତ୍ତ ନାୟକ, କାର୍ତ୍ତିକେଶ୍ୱର ସା, ନାଣ୍ଡୁ ରାଉତ, ସନ୍ତୋଷ କୁମାର ରାଉତ ପ୍ରମୁଖ ଗାଁର ଯୁବଗୋଷ୍ଠୀ ମିଳିତ ହୋଇ ଗାଁ ସ୍ମଶାନରେ ଶବ ସତ୍କାର କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.