Home କେନ୍ଦୁଝର ବିଦ୍ୟାଳୟରେ ଅନିୟମିତତାକୁ ନେଇ ମୋ ସ୍କୁଲ ଅଭିଯାନର ସଦସ୍ୟ ଅସନ୍ତୁଷ୍ଟ

ବିଦ୍ୟାଳୟରେ ଅନିୟମିତତାକୁ ନେଇ ମୋ ସ୍କୁଲ ଅଭିଯାନର ସଦସ୍ୟ ଅସନ୍ତୁଷ୍ଟ

98

ହାଟଡ଼ିହି,୧୧/୭/ : : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ନନ୍ଦିପଦାହାଟ ହାଇସ୍କୁଲରେ ଚାଲିଥିବା କିଛି ଉନ୍ନୟନ ମୁଳକ କାମରେ ଅନିୟମିତତା କୁ ନେଇ ମୋ ସ୍କୁଲ ଅଭିଯାନ ସଦସ୍ୟ ମାନେ ଅସନ୍ତୁଷ୍ଟ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଗତ କିଛିଦିନ ପୁର୍ବେ ବିଦ୍ୟାଳୟ ଶ୍ରେଣୀଗୃହ ମରାମତି ନାଁରେ ତିନିଲକ୍ଷ ଟଙ୍କାର ଅନୁଦାନ ଆସିଥିବାବେଳେ ପଞ୍ଚାୟତର ଜଣେ ନିର୍ବାଚିତ ପ୍ରତିନିଧି ଏହି କାମ କରିଥିଲେ । ଅତି ନିମ୍ନମାନର କାମ ହୋଇଥିବାରୁ ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ସେହିପରି ଏବେ ସ୍କୁଲ ପରିସର ଭିତରେ ମନରେଗା ଯୋଜନାରେ ଅନ୍ୟ ଏକ ପୋଖରୀ ବର୍ତ୍ତମାନ ନିର୍ମାଣ ଚାଲିଛି । ପୁରୁଣା ଜଳପୁର୍ଣ୍ଣ ପୋଖରୀଟିକୁ ଏବେ ମେସିନି ସାହାଯ୍ୟରେ ଖୋଳାଯାଉଥିବା ବେଳେ କେତେ ଟଙ୍କାର କାମ କେହି ଜାଣି ନାହାନ୍ତି । ଏପରିକି ପ୍ରଧାନ ଶିକ୍ଷକ ମଧ୍ୟ ଏହି କାମ ବାବଦରେ ଅବଗତ ନାହାନ୍ତି । ଏହାକୁ ନେଇ କିଛି ମୋ ସ୍କୁଲ ଅଭିଯାନର ସଦସ୍ୟ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କୁ ପଚାରିବା ସହ ତାଙ୍କ ସହିତ ଯୁକ୍ତି ତର୍କ କରିଥିଲେ । ମୋ ସ୍କୁଲ ଅଭିଯାନରେ ୧ଲକ୍ଷ ଟଙ୍କାର ଅନୁଦାନ ଗତ ଏପ୍ରିଲ ମାସରୁ ଆସିଥିବାବେଳେ ତାହାକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଖର୍ଚ୍ଚ ନକରି ଏକାଉଣ୍ଟରେ ପକାଇ ରଖିବାକୁ ସଦସ୍ୟମାନେ ନାପସନ୍ଦ କରିଛନ୍ତି । ଏନେଇ ମୋସ୍କୁଲ ଅଭିଯାନର ସଦସ୍ୟ ସୁଶିଲ କୁମାର ମୈକାପ, ସତ୍ୟବ୍ରତ ପଣ୍ଡା, ଅଭୀୟ ମହାନ୍ତି, ଲୋକନାଥ ନାୟକ, ଦିଲ୍ଲିପ ଘୋଷ, ପ୍ରଭାସ ନାରାୟଣ ପାଣିଗ୍ରାହୀ ପ୍ରମୁଖ କେନ୍ଦୁଝର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.