Home କେନ୍ଦୁଝର ଯୁବକସଂଘ ପକ୍ଷରୁ ଗ୍ରାମ ସଫେଇ

ଯୁବକସଂଘ ପକ୍ଷରୁ ଗ୍ରାମ ସଫେଇ

30

ହାଟଡ଼ିହି,୩ /୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ଆଡହୁରିଆ ଗ୍ରାମର ଯୁବକ ସଂଘର ସଦସ୍ୟମାନେ ଆଜି ଗାଁକୁ ସଫା ସୁତୁରା କରିବା ସହିତ ଖାଲଖମାକୁ ପୋତି ସମତୁଲ କରିଛନ୍ତି । ଗତ କିଛିମାସ ହେବ ପାଇପଲାଇନ କାମ ନାଁରେ ଠିକାଦାର ରାସ୍ତାକଡକୁ ଖୋଲିଦେଇ ଆଉ ପାଇପ ଜଏଣ୍ଟ କରିବା ନାମରେ ଆଉ ପୋତୁ ନଥିଲା । ଫଳରେ ଏହି ପାଇପ ପୋତା ପାଇଁ ଖେଳାଯାଇଥିବା ଗାତରେ ଅନେକ ଲୋକ ପଡି ଆହତ ହୋଇଥିଲେ । ଆଜି ଯୁବକସଂଘର ସଦସ୍ୟମାନେ ଏକଯୁଟ ହୋଇ ଏହି ପାଇପ ଲାଇନ ଗାତକୁ ପୋତିବା ସହ ଗାଁର ବିଭିନ୍ନ ସ୍ଥାନରେ ଥିବା ଲଟାବୁଦା ଓ ଅପରିସ୍କାର ସ୍ଥାନ ଗୁଡିକୁ ସଫା ସୁତୁରା କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଘ ସଦସ୍ୟ ଜ୍ୟୋତି ପ୍ରକାଶ ସାହୁ, ଜ୍ଞାନ ରଞ୍ଜନ ସାହୁ, ଯୁବରାଜ ସାହୁ, ବିଜୟ କୁମାର ନାୟକ, ସୌରଭ ଦାସ, ସୌମ୍ୟ ରଞ୍ଜନ ସାହୁ, ଲକି ସାହୁ, ସିଲୁ ସାହୁ, ଆୟୂସ୍ମାନ ସେଠୀ ପ୍ରମୁଖ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.