Home କୋରାପୁଟ କାକିରିଗୁମ୍ମା ପୋଲିସ ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ  ୭ ଜଣଙ୍କୁ ଗିରଫ କଲା ପୋଲିସ

କାକିରିଗୁମ୍ମା ପୋଲିସ ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ  ୭ ଜଣଙ୍କୁ ଗିରଫ କଲା ପୋଲିସ

66

କୋରାପୁଟ ୦୩-୦୭(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ।କାକିରିଗୁମ୍ମା ପୋଲିସ ଅଧିକାରୀଙ୍କୁ ଉତ୍ୟକ୍ତ ଲୋକମାନେ ଗୋଡେଇ ଗୋଡେଇ ଆକ୍ରମଣ କରିଥିଲେ ।ଏହି ମାମଲାରେ ୭ ଜଣଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି ।
ସୁଚନା ମୁତାବକ କାକିରିଗୁମ୍ମା ଦାମନଯୋଡି ରାସ୍ତାର ବାରିଗୁଡା ଛକ ନିକଟରେ ଏକ ହାଇଓା ସହ ମଟରସାଇକେଲ ଧକ୍କା ହୋଇ ଘଟଣାସ୍ଥଳରେ  ସାମ ନେରକା ଗ୍ରାମର ଲଲିତ କମାରଙ୍କ ମୃତ୍ୟୁ ହୋଇଥିଲା ।ପରିବାରକୁ ନ ଜଣାଇ କାହିଁକି ପୋଲିସ କୋରାପୁଟ ପଠାଇଲା ବୋଲି ଗ୍ରାମବାସୀ  ରାସ୍ତା ଅବରୋଧ କରିଥିଲେ ।ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ରାସ୍ତା ହଟାଇବାକୁ ଯାଇ କାକିରିଗୁମ୍ମା ଥାନା ଅଧିକାରୀ ଉଲ୍ଲାସ ରାଉତଙ୍କୁ  ଉତ୍ୟକ୍ତ ପୁରୁଷ ଓ ମହିଳାମାନେ ଗୋଡେଇ ଗୋଡେଇ ଆକ୍ରମଣ କରିଥିବା ବେଳେ  ଏଏସଆଇ  କିଶୋର ଚନ୍ଦ୍ର ଚୈାଧୁରୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ରାସ୍ତା ଅବରୋଧ ହଟିଥିବା ବେଳେ ପୋଲିସ ୭ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.