Home ଓଡ଼ିଶା ଯୁବକଙ୍କୁ ଡିପୋଡିଟ୍ ଫର୍ମ ପୂରଣ କରିବାକୁ ସାହାଯ୍ୟ ମାଗିଲେ ବୃଦ୍ଧ – ଯୁବକ ନିଜ ଆକାଉଣ୍ଟରେ...

ଯୁବକଙ୍କୁ ଡିପୋଡିଟ୍ ଫର୍ମ ପୂରଣ କରିବାକୁ ସାହାଯ୍ୟ ମାଗିଲେ ବୃଦ୍ଧ – ଯୁବକ ନିଜ ଆକାଉଣ୍ଟରେ କଲେ ଜମା

500

ପାଟଣା ୫-୧୧ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ପାଟଣା ଥାନା ଦକ୍ଷିଣ ପଶି ଗ୍ରାମର ଜଣେ ବୃଦ୍ଧ ରମେଶ ମହାନ୍ତଙ୍କର ଅସହାୟତାର ସୁଯୋଗ ନେଇ ଟଙ୍କା ଠକି ନେଇ ହରଡ଼ ଘଣାରେ ପଡିଛନ୍ତି ପାଟଣା ଥାନା ଖମୁଆଁ ଗ୍ରାମର ଯୁବକ ସଦାନନ୍ଦ ମହାକୁଡ଼। ବୃଦ୍ଧ ଜଣକ ଗତ ୧୬ ଅକ୍ଟୋବରରେ ମଲ୍ଲୀପଶି ଗ୍ରାମର ଓଡିଶା ଗ୍ରାମ୍ୟବ୍ୟାଙ୍କକୁ ନିଜ ଜମାଖାତାରେ ୬ ହଜାର ଟଙ୍କା ଜମାକରିବାକୁ ଯାଇଥିଲେ କିନ୍ତୁ ନିଜେ ଡିପଜିଟ ଫର୍ମକୁ ପୂରଣ କରି ପାରି ନଥିବାରୁ ବ୍ୟାଙ୍କରେ ଥିବା ଯୁବକଙ୍କ ସାହାଯ୍ୟ ମାଗିଥିଲେ। ଯୁବକ ଜଣକ ସାହାଯ୍ୟ କରିବା ବଦଳରେ ନିଜ ଆକାଉଣ୍ଟରେ ବୃଦ୍ଧଙ୍କ ଟଙ୍କା ଜମା କରିଦେଇଥିଲେ। ବୃଦ୍ଧ ଜଣକ ଆଜି ନିଜ ଟଙ୍କା ଉଠାଇବାକୁ ଆସିଥିବା ବେଳେ ତାଙ୍କ ଆକାଉଣ୍ଟରେ ଟଙ୍କା ନଥିବା ବ୍ୟାଙ୍କ ମ୍ୟାନେଜର ବୃଦ୍ଧଙ୍କୁ କହିବା ପରେ ବୃଦ୍ଧ ଜଣକ ୧୬ ଅକ୍ଟୋବର ଦିନ ୬ ହଜାର ଟଙ୍କା ଜମା କରିଥିବା କହିଥିଲେ ପରେ ଜମା ହୋଇଥିବା ଟଙ୍କା ର ସ୍ଲିପ ଦେଖିବା ପରେ ବ୍ୟାଙ୍କ ମ୍ୟାନେଜର ଉକ୍ତ ଯୁବକ ଙ୍କ ଏକାଉଣ୍ଟ ରେ ଟଙ୍କା ଜମା ହୋଇଥିବା ଜାଣିବାକୁ ପାଇଥିଲେ। ଘଟଣା ଜଣା ପଡିବା ପରେ ଯୁବକକୁ ବ୍ୟାଙ୍କ କୁ ଡକାଇ ମ୍ୟାନେଜର ପଚରାଉଚରା କରିଥିଲେ ଘଟଣା ପ୍ରଘଟ ହେବା ପରେ ବ୍ୟାଙ୍କ ସମ୍ମୁଖରେ କିଛି ସମୟ ଉତେଜନା ଦେଖା ଦେଇଥିଲା ଘଟଣା ସ୍ଥଳରେ ପାଟଣା ଥାନା ଅଧିକାରୀ ସନ୍ଧ୍ୟାରାଣୀ ଜେନା ଏସ.ଆଇ ବୈଲୋଚନ ସିଂ ପହଁଚି ଯୁବକକୁ ଥାନାକୁ ଆଣି ଅଟକ ରଖି ତଦନ୍ତ ଚଳାଇଛନ୍ତି। ତେବେ ଠକିନେଇଥିବା ଟ କୁ ଯୁବକ ଜଣକ ଫେରାଇ ଦେଇଥିବା ବ୍ୟାଙ୍କ ମ୍ୟାନେଜର ରାକେଶ କୁମାର ସ୍ୱାଇଁ ସୁଚନା ଦେଇଛନ୍ତି। ଏନେଇ ପୋଲିସ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.