Home ଓଡ଼ିଶା ଯୁବକଙ୍କୁ ଗୋଡାଇ ନିର୍ମମ ଭାବେ ହତ୍ୟା

ଯୁବକଙ୍କୁ ଗୋଡାଇ ନିର୍ମମ ଭାବେ ହତ୍ୟା

896

ବାଲେଶ୍ୱର,୨୭/୦୯,(ଓଡ଼ିଆ ପୁଅ ପି ନାଏକ): ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ପଣପଣା ଠାରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଅତି ନିର୍ମମ ଭାବେ ଗୋଡ଼ାଇ ଗୋଡ଼ାଇ ଭୁଜାଲିରେ ହାଣିଛନ୍ତି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ପରେ ବାଲେଶ୍ୱରକୁ ସ୍ଥାନାନ୍ତର କରାଯାଇଛି ।

ଇନକ୍ସପେକ୍ଟର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବଜରଙ୍ଗ ଦଳ ପ୍ରମୁଖଙ୍କୁ ମିଳିଲା ବେଲ୍

ମିଳିଥିବା ସୂଚନାନୁସାରେ, କସବା ଜୟପୁର ଗ୍ରାମର ଦିଲ୍ଲୀପ ଦାସ ଖନ୍ତାପଡ଼ାସ୍ଥିତ ଫାଲକନ ଚିଙ୍ଗୁଡି କମ୍ପାନୀରେ ଠିକାଦାର ଭାବେ କାର୍ଯ୍ୟ କରନ୍ତି । ଦିଲ୍ଲୀପଙ୍କ ଶ୍ରମିକ ମାନେ ପଣପଣା ଠାରେ ଏକ ଭଡ଼ା ଘରେ ରୁହନ୍ତି । ଗୁରୁବାର ବିଳମ୍ବିତ ରାତିରେ ଦିଲ୍ଲୀପ ଶ୍ରମିକଙ୍କ ଅସୁବିଧା ସୁବିଧା ବୁଝିବାପାଇଁ ପଣପଣା ସ୍ଥିତ ଶ୍ରମିକ ରହିଥିବା ଘରକୁ ଯାଇ ସେମାନଙ୍କ ସହ ଆଲୋଚନା କରିଥିଲେ । ହଠାତ ବାହାରୁ କିଛି ଦୁର୍ବୃତ୍ତ ତାଙ୍କୁ ଡାକିବାରୁ ସେ ପଦାକୁ ବହାରିଥିଲେ । ଅନ୍ଧାରର ସୁଯୋଗ ନେଇ ଦିଲ୍ଲୀପଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ଭୁଜାଲିରେ ହାଣି ଫେରାର ହୋଇଯାଇଥିଲେ । ସଙ୍ଗେ ସଙ୍ଗେ ଶ୍ରମିକମାନେ ଦିଲ୍ଲୀପଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡିଥିବା ଦେଖି ତାଙ୍କୁ ଉଦ୍ଧାର କରିବା ସହ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବାଲେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.