Home ଜିଲ୍ଲା ପରିକ୍ରମା ଯୁକୋ ବାଙ୍କରୁ ଚୋରୀ ଉଦ୍ୟମ ବିଫଳ

ଯୁକୋ ବାଙ୍କରୁ ଚୋରୀ ଉଦ୍ୟମ ବିଫଳ

38

ବାହାନଗା,୩୦ା୧୨(ଭାରତୀ ଦାସ / ଓଡ଼ିଆ ପୁଅ ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ସଦର ମହକୁମା ୧୬ନଂ ଜାତୀୟ ରାଜପଥ କଡ଼ରେ ଥିବା ଯୁକୋ ବ୍ୟାଙ୍କରୁ ମଙ୍ଗଳବାର ରାତିରେ ବ୍ୟାଙ୍କର ସଟର ତାଡ଼ି ଦେଇଥିବାର ଜଣାପଡ଼ିଛି । ସୂଚନା ଅନୁସାରେ ମଙ୍ଗଳବାର ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ଯୁକୋ ବ୍ୟାଙ୍କର ସଟର ତାଡ଼ି ଦେଇଥିଲେ ଯାହାକି ବ୍ୟାଙ୍କର ସିସିଟିଭି ଫୁଟେଜରେ ନଜରକୁ ଆସିଛି । ଗତ କିଛି ଦିନ ପୂର୍ବର୍ରୁ ଏହି ଭଳି ବିଳମ୍ବିତ ରାତିରେ ବ୍ଲକ ଜଳପରିମଳ ବିଭାଗରୁ ଚୋରୀ ହୋଇଥିଲା । ତାହା ସିସିଟଜଭି ଫୁଟେଜରେ କଏଦ ହୋଇ ଥିଲେବି ଚୋରଙ୍କ ଟେର ପାଇନି ପୋଲିସ । କିନ୍ତୁ ଏଥର କୌଣସି କାରଣ ବଶତଃ ଭିତରକୁ ପଶି ନପାରି ଅଧା ସଟର ଟେକି ଦେଇ ଛାଡ଼ି ପଳାଇ ଯାଇଥିବାର ଜଣାପଡ଼ିଛି । ବୁଧବାର ସକାଳେ ଶାଖାପରି ଚାଳକ ରଞ୍ଜିତା ନାୟକ ଶାଖାରେ ପହଞ୍ଚି ଯାଞ୍ଚ କରିବା ସହ କିଛି ଚୋରୀ ହୋଇ ନଥିବାର କହିଥିଲେ । ଖବର ପାଇ ସୋର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଫୁଟେଜ ଦେଖିବା ସହ ତଦନ୍ତ କରିଥିବାର ଜଣାପଡ଼ିଛି । ରାସ୍ତା ପାଶ୍ୱର୍ରେ ଏଭଳି କାର୍ଯ୍ୟ ଘଟିବା ପୋଲିସର ନିସ୍କ୍ରିୟତା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.