Home ଜିଲ୍ଲା ପରିକ୍ରମା ଯାତ୍ରୀ ମେମୁ ଟ୍ରେନରେ ଗଲେ ନୟାଗଡରୁ ଭୁବନେଶ୍ୱର

ଯାତ୍ରୀ ମେମୁ ଟ୍ରେନରେ ଗଲେ ନୟାଗଡରୁ ଭୁବନେଶ୍ୱର

45

ନୟାଗଡ଼, ୧୬ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ରେଳଯାତ୍ରୀମାନେ ବହୁ ଉତ୍ସାହର ସହିତ ମେମୁ ଟ୍ରେନରେ ନୟାଗଡ଼ ଟାଉନରୁ ଭୁବନେଶ୍ୱର ଯାଉଥିବା ଦେଖିବାକୁ ମିଳିଛି। ଗତକାଲି ମେମୁ ଟ୍ରେନ ଭୁବନେଶ୍ୱରରୁ ଆସି ନୟାଗଡ଼ ଟାଉନ ଷ୍ଟେସନ ଠାରେ ରାତି ୮ ଟା ୪୦ ସମୟରେ ପହଂଚିଥିଲା ବେଳେ ଆଜି ମଙ୍ଗଳବାର ସକାଳ ୬ଟା ୩୦ରେ ନୟାଗଡ଼ ଟାଉନ ଷ୍ଟେସନ ଠାରୁ ପ୍ରଥମ ଯାତ୍ରା ଆରମ୍ଭ କରିଛି। ଏହି ମେମୁ ଟ୍ରେନରେ ରେଳଯାତ୍ରୀମାନେ ପୂର୍ବ ଟ୍ରେନ ଅପେକ୍ଷା ବେଶ୍ ଖୁସି ମିଜାସ୍‌ରେ ଯାଇଥିବା ଦେଖିବାକୁ ମିଳିଛି। ମେମୁ ଟ୍ରେନଟି ବିଦ୍ୟୁତ ଚାଳିତରେ କ୍ଷୀପ୍ର ବେଗରେ ଯିବା ସହିତ ବେଶ୍ ଆରାମଦାୟକ ଭାବେ ଯାତ୍ରୀମାନେ ଟ୍ରେନରେ ଯାତ୍ରା କରିଛନ୍ତି। ନୟାଗଡ଼ ଟାଉନରୁ ପ୍ରଥମ କରି ମେମୁ ଟ୍ରେନ ଯାଉଥିବାରୁ ବହୁ ଦେଖଣାହାରୀ ଷ୍ଟେସନରେ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା। ଗତକାଲି ଭୁବନେଶ୍ୱରରୁ ୦୮୪୨୩ ନମ୍ବର ମେମୁ ଟ୍ରେନ ଆସି ନୟାଗଡ଼ରେ ପହଂଚିଥିଲା ବେଳେ ଆଜି ମଙ୍ଗଳବାର ପୂର୍ବ ନିର୍ଦ୍ଧାରିତ ସମୟ ସାରଣୀ ଅନୁଯାୟୀ ୦୮୪୨୪ ନମ୍ବର ମେମୁ ଟ୍ରେନଟି ସକାଳ ୬ଟା ୩୦ରେ ଛାଡ଼ିଥିଲା। ପୂର୍ବରୁ ଚାଲୁଥିବା ସେବା ଏକ୍ସପ୍ରେସରେ ମାତ୍ର ଗୋଟିଏ ଇଞ୍ଜିନ ଥିଲାବେଳେ ଏବେ ଏହି ମେମୁ ଟ୍ରେନରେ ଆଗ, ପଛ ଓ ମଝିରେ ୩ଟି ଇଞ୍ଜିନ ରହିଛି। ଏହି ମେମୁ ଟ୍ରେନ ଚାଲିବା ଯୋଗୁଁ ଯାତ୍ରୀମାନେ ବେଶ୍ ସୁବିଧାରେ, ଆରାମରେ ଓ ବହୁ ସଂଖ୍ୟାରେ ଯାଇପାରିବେ ବୋଲି କୁହାଯାଉଛି। ଯାତ୍ରୀମାନଙ୍କ ସୁବିଧାପାଇଁ ଗାଡ଼ି ପାର୍କିଂ ବ୍ୟବସ୍ଥା କରାଯିବାକୁ ଯାତ୍ରୀମାନଙ୍କ ପକ୍ଷରୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.