Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ : ମହାମାରୀ ସମୟରେ ଗଣମାଧ୍ୟମର ଭୂମିକା ଭୁଲିବାର ନୁହେଁ

ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ : ମହାମାରୀ ସମୟରେ ଗଣମାଧ୍ୟମର ଭୂମିକା ଭୁଲିବାର ନୁହେଁ

26

ନୟାଗଡ଼, ୧୬ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ଜିଲ୍ଲାପାଳଙ୍କ ସଦ୍‌ଭାବନା ଗୃହରେ ଜିଲ୍ଳାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀ ପୁଷ୍ପାଞ୍ଜଳୀ ପାଇକରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରେସଦିବସରେ ମୁଖ୍ୟଅତିଥିଭାବେ ଜିଲ୍ଲାପାଳ ଡ.ପୋମା ଟୁଡୁ ଯୋଗଦେଇ ପ୍ରେସଦିବସର ଗୁରୁତ୍ୱ, ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିବାବେଳେ ମହାମାରୀ କୋଭିଡ ସମୟରେ ସାମ୍ବାଦିକମାନଙ୍କ ଭୂମିକା ସର୍ବାଗ୍ରେ ରହିଛି ଓ ସେମାନଙ୍କ ଅବଦାନ ଅତି ମହତ୍ତ୍ୱପୂର୍ଣ୍ଣ, ପ୍ରଶଂସାର୍ହ ଓ ଭୁଲିବାର ନୁହେଁ ବୋଲି କହିଥିଲେ। ଏହି ପରିପ୍ରେକ୍ଷୀରେ ‘ମହାମାରୀ ସମୟରେ ଗଣମାଧ୍ୟମ ଏକ ନୂତନ ଆହ୍ୱାନ’ ଶୀର୍ଷକ ବିଷୟ ଉପରେ ବରିଷ୍ଠ ସାମ୍ବାଦିକ ଗୋକୁଳ କୁମାର ଷଡ଼ଙ୍ଗୀ, ରାମକୃଷ୍ଣ ରଥ, ଶ୍ରୀକାନ୍ତ ଖଟେଇ, ଚନ୍ଦ୍ରବିଜୟୀ ମିଶ୍ର, ହୁସେନ୍ ଖାଁ ପ୍ରମୁଖ ନିଜ ନିଜର ମତ ଓ ମନ୍ତବ୍ୟ ଦେଇଥିଲେ। ଏଥିରେ ଜିଲ୍ଲାର ବହୁ ସାମ୍ବାଦିକ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.