Home ଓଡ଼ିଶା ଯାତ୍ରୀଙ୍କ ସମସ୍ତ ଟଙ୍କା ଫେରାଇବ ଏୟାର ଲାଇନ୍ସ

ଯାତ୍ରୀଙ୍କ ସମସ୍ତ ଟଙ୍କା ଫେରାଇବ ଏୟାର ଲାଇନ୍ସ

431

ନୂଆଦିଲ୍ଲୀ,୦୩/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଜମ୍ମୁ ରେ ବର୍ତ୍ତମାନ ପରିସ୍ଥିତି ଯେପରି ଉପୁଜିଛି ୧୫ ଅଗଷ୍ଟ ପର୍ଯ୍ୟନ୍ତ ଶ୍ରୀନଗରକୁ କୌଣସି ବିମାନ ଚଳାଚଳ କୁ ବନ୍ଦ କରିଦିଆଯାଇଛି । ଏହି ନିୟମ ଲାଗୁ ହେବା ପରେ ଯାତ୍ରୀମାନଙ୍କ ସମସ୍ତ ଟଙ୍କା ଫେରାଇ ଦେବା ପାଇଁ ନିଷ୍ପତି ନିଆଯାଇଛି ।

ଏହା ବ୍ୟତୀତ ଏୟାର ଏସିଆ ମଧ୍ୟ ୨ ରୁ ୫ ଅଗଷ୍ଟ ପର୍ଯ୍ୟନ୍ତ ନିଜର ସେବା ବନ୍ଦ ରଖିବା ପାଇଁ ଘୋଷଣା କରିଛି । ସୂଚନା ଅନୁଯାୟୀ ସରକାର ଆତଙ୍କୀ ହମଲାକୁ ନଜରରେ ରଖି ରାଜ୍ୟରେ ଚାଲୁଥିବା ଅମରନାଥ ଯାତ୍ରାକୁ ମଧ୍ୟ ବନ୍ଦ କରିବା ପାଇଁ ନିଷ୍ପତି ନେଇଛନ୍ତି ।  ଏହା ବ୍ୟତୀତ ଭିସ୍ତାର ଏୟାରଲାଇନ୍ସ ୨ ଅଗଷ୍ଟରୁ ୯ ଅଗଷ୍ଟ ପର୍ଯ୍ୟନ୍ତ

ଶ୍ରୀନଗର ସହ ଜଡିତ ବିମାନ ସେବା ବନ୍ଦ କରିବା ସହ ଯାତ୍ରୀମାନଙ୍କ ସମସ୍ତ ଟଙ୍କା ଫେରାଇ ଦେବା ପାଇଁ ଘୋଷଣା କରିଛିା ଏୟାର ଇଣ୍ଡିଆ ଏବଂ ଭିସ୍ତାର ବିମାନ ପରେ ଏୟାର ଏସିଆ ଏବଂ ସ୍ପାଇସ୍ ଜେଟ୍ ମଧ୍ୟ ୩ ଅଗଷ୍ଟରୁ ୯ ଅଗଷ୍ଟ ପର୍ଯ୍ୟନ୍ତ ବିମାନ ସେବା ବନ୍ଦ କରିବା ପାଇଁ ମଧ୍ୟ ଘୋଷଣା କରିଛିା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.