Home ଜିଲ୍ଲା ପରିକ୍ରମା ଯାତ୍ରୀଙ୍କୁ ନେଇ ଟଣା ଓଟରା, କାଳିନାଳୀ- ତାଳଚୁଆ ଆର୍ନ୍ତଜିଲ୍ଲା ଫେରିଘାଟ ବନ୍ଦ

ଯାତ୍ରୀଙ୍କୁ ନେଇ ଟଣା ଓଟରା, କାଳିନାଳୀ- ତାଳଚୁଆ ଆର୍ନ୍ତଜିଲ୍ଲା ଫେରିଘାଟ ବନ୍ଦ

70

ଭଦ୍ରକ, ୨୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ଏବଂ କେନ୍ଦ୍ରାପଡା ଜିଲ୍ଲାକୁ ସଂଯୋଗ କରୁଥିବା କାଳିନାଳୀ- ତାଳଚୁଆ ଫେରିଘାଟ ଆଜି ସଂପୂର୍ଣ ବନ୍ଦ ହୋଇ ଯାଇଛି । ଏହା ଫଳରେ ଧାମରା ଅର୍ନ୍ତଗତ କାଳିନାଳୀରୁ କେନ୍ଦ୍ରାପଡା ଜିଲ୍ଲାର ତାଳଚୁଆ କୁ ଯାତ୍ରା କରିବାକୁ ଅପେକ୍ଷା କରିଥିବା ବହୁ ଯାତ୍ରୀ ଆଜି ଦିନ ସାରା ୨ଟି ଘାଟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଘଟଣାରୁ ପ୍ରକାଶ ଏହି ଆର୍ନ୍ତଜିଲ୍ଲା ଫେରିଘାଟ କେନ୍ଦ୍ରପଡା ଜିଲ୍ଲା ରାଜନଗର ତହସିଲରେ ନିଲାମ ହୋଇଥାଏ । ଏହି ନିଲାମରୁ ଆସୁଥିବା ରାଜସ୍ୱ କେନ୍ଦ୍ରପଡା ଜିଲ୍ଲାର ତାଳଚୁଆ ପଂଚାୟତ ଏବଂ ଭଦ୍ରକ ଜିଲ୍ଲାର ଦୋସିଙ୍ଗା ପଂଚାୟତ ସମାନ ଭାଗରେ ବାଂଟ କରି ନେଇଥାନ୍ତି । ୨୦୨୦-୨୧ ଆର୍ଥିକ ବର୍ଷରେ ତାଳଚୁଆ ରେ ଜୈନିକ ବ୍ୟକ୍ତି ଏହାକୁ ନିଲାମ ନେଇ ପ୍ରତିଘଂଟା ଅନ୍ତରରେ ଭୁଟୁଭୁଟି ୨ଟି ଘାଟରୁ ଚଳାଇଥାନ୍ତି । ନିଲାମ ନେଇ ଯାତ୍ରୀ ସେବା ଯୋଗାଉଥିବା ଜୈନିକ ବ୍ୟକ୍ତିଙ୍କ ବ୍ୟାବସାୟରେ କିଛି ଅସାଧୁ ବୋଟ(ଟେମ୍ପା) ମାଲିକ ଜାଣିଶୁଣି ଯାତ୍ରୀ ନେବା ଆଣିବା କରିବାରେ ଲାଗିଲେ । ଆଜି ଏହି ଟେମ୍ପା ମାଲିକ ଯାତ୍ରୀ ପରିବହନ କରୁଥିବା ବେଳେ ନିଲାମ ନେଇଥିବା ବୋଟ ମାଲିକଙ୍କ ବୋଟରେ କୌଣସି ଯାତ୍ରୀ ଆସି ନଥିଲେ । ଅନ୍ୟୋପାୟ ନପାଇ ନିଲାମ ନେଇଥିବା ବୋଟ ମାଲିକ ଧାମରା ନିକଟସ୍ତ କାଳିନାଳୀ ଠାରେ ଯାତ୍ରୀ ପରିବହନ କରୁଥିବା ଟେମ୍ପା ଗୁଡିକୁ ଅଟକାଇ ରଖିଥିଲେ । ସେହିପରି କେନ୍ଦ୍ରାପଡା ତାଳଚୁଆ ଠାରେ ଅସାଧୁ ଟେମ୍ପା ମାଲିକ ନିଲାମ ନେଇଥିବା ଜୈନିକ ବ୍ୟକ୍ତିଙ୍କ ବୋଟକୁ ମଧ୍ୟ ଯାତ୍ରୀ ପରିବହନ କରିବାକୁ ଦେଇ ନଥିଲେ ।

ଏହା ଫଳରେ ଆଜି ଦିନ ସାରା ଏହି ୨ଟି ଘାଟରେ ଥିବା ସମସ୍ତ ଯାତ୍ରିବାହୀ ବୋଟ ଏବଂ ଅସାଧୁ ଟେମ୍ପା ମାଲିକଙ୍କ ଦୌରାତ୍ମେôର ଶିକାର ହୋଇ ବହୁ ଯାତ୍ରୀନିଜର ଗନ୍ତବ୍ୟ ସ୍ଥାନକୁ ଯାଇ ନପାରି ଅଟକି ରହିଥିଲେ । ତାଳଚୁଆ ଠାରେ ଅପେକ୍ଷା କରିଥିବା ଯାତ୍ରୀ ମାନେ ତାଳଚୁଆ ମେରାଇନ ଥାନାଧିକାରୀଙ୍କ ଦ୍ୱାରସ୍ଥ ହୋଇଥିିବା ବେଳେ ଥାନାଧିକାରୀ କୋର୍ଟ କାର୍ଯ୍ୟରେ କେନ୍ଦ୍ରାପଡା ୍ ଯାଇଥିବାରୁ ଏହାର କୌଣସି ସୁସାମଧାନ ହୋଇ ପାରି ନଥିଲା । ଅନ୍ୟ ପଟ ରେ ଧାମରା କାଳିନାଲୀ ଠାରେ ବହୁ ଯାତ୍ରୀ ନିଜର ଭାଗ୍ୟକୁ ଭରଷା କରି ଅପେକ୍ଷା କରିଥିବା ବେଳେ ସନ୍ଧ୍ୟା ସମୟରେ ଚାନ୍ଦବାଲି-ତାଳଚୁଆ ଯାତ୍ରୀ ବାହୀ ଲଂଚ ଆସିବା ପରେ ସେମାନେ ନିଜର ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲେ ମଧ୍ୟ ବହୁ ବାଇକ ଆରୋହୀ ସେମାନଙ୍କର ବାଇକ ନେଇ ୨ଜିଲ୍ଲାକୁ ଯିବାକୁ ଅପେକ୍ଷା କରିଥିଲେ ମଧ୍ୟ କିଛି ସୁଫଳ ପାଇ ନଥିଲେ । ଏ ବିଷୟରେ ତାଳଚୁଆ ମେରାଇନ ଥାନାଧିକାରଙ୍କ ସହ ଯୋଗାଯୋଗ କରିବାରୁ ସେ ନିଜର ପ୍ରତିକ୍ରିୟା ରଖି କହିଥିଲେ ଦୀର୍ଘ ଦିନ ହେବା ଅସାଧୁ ଟେମ୍ପା ମାଲିକ ମାନେ ଜୋର ଜବରଦସ୍ତ ଟେମ୍ପା ଚଳାଇ ଯାତ୍ରୀ ପରିବହନ କରୁଛନ୍ତିଯାହାକି ବେଆଇନ,ଆସନ୍ତକାଲି ସେମାନଙ୍କୁ ଡାକି ଏହାର ସମାଧାନ କରାଇବା ସହ ଜରୁରୀ ପଡିଲେ ଅସାଧୁ ବ୍ୟକ୍ତି୍‌ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.