Home ଜିଲ୍ଲା ପରିକ୍ରମା ଯାତାୟତ ବାଧାପ୍ରାପ୍ତ;ରାଜପଥରେ ଫସି ରହିଛି ଟ୍ରଲର

ଯାତାୟତ ବାଧାପ୍ରାପ୍ତ;ରାଜପଥରେ ଫସି ରହିଛି ଟ୍ରଲର

310

ଯାଜପୁର୪ା୧(ଓଡିଆ ପୁଅ/ ବିରଞ୍ଚିନାରାୟଣ ପତ୍ରୀ)୧୬ ନମ୍ବର ଜାତୀୟ ରାଜପଥର ୬ଲେନ କାମ ଚାଲୁଥିବା ବେଳେ ରାସ୍ତାରେ ଗାଡି ଗୁଡିକୁ ବିଭିନ୍ନ ସ୍ଥାନରେ ୱାନ ୱେ କରାଯାଇ ଛଡାଯାଇଛି । ବିଭିନ୍ନ ସ୍ଥାନରେ ଡାଇଭରସନ କରାଯାଇଛି । ଯାଜପୁର ଜିଲ୍ଲା ପାଣିକୋଇଲି ଅଞ୍ଚଳ ସଠିପୁର ଯିବା ରାସ୍ତାରେ ରାଜା ଢାବା ସମ୍ମୁଖରେ ଏକ ଡାଇଭରସନ କରାଯାଇଛି ।ଏହି ଡାଇଭରସନରେ ପାଣିକୋଇଲି ପଟୁ ଯାଉଥିବା ଗାଡି ଗୁଡିକ ଭଦ୍ରକ ପଟକୁ ଯାଇଥାଏ । ଶୁକ୍ରବାର ଏକ ଟ୍ରଲର ଏହି ଡାଇଭରସନରେ ଯାଇ ରାସ୍ତା ପାର ହେଉଥିବା ବେଳେ ରାସ୍ତା ତଳକୁ ଗଡି ଫସି ଯାଇଛି । ହେଲେ ଦୁଇ ଦିନ ହେଲା ମଧ୍ୟ ଗାଡିକୁ ଉଠା ଯାଉ ନାହିଁ । ଫଳରେ ଡାଇଭରସନରେ ଲମ୍ବା ଗାଡି ଗୁଡିକ ଯାତାୟତ ସମୟରେ ଅସୁବିଧା ହେଉଛି । ଯାହା ଦ୍ୱାରା ପଛକୁ ପଛ ଗାଡି ଲମ୍ବି ରହୁଛି । ରାଜପଥରେ ଗାଡି ଯାତାୟତର ସୁବିଧା ପାଇଁ ତୁରନ୍ତ ଗାଡିଟିକୁ ଉଠାଯିବା ପାଇଁ ୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.