Home ଜିଲ୍ଲା ପରିକ୍ରମା ଯଶୋଟିକିରି କ୍ରିକେଟ ଟୁର୍ଣ୍ଣାମେଣ୍ଟ; ଫାଇନାଲରେ ବାଲେଶ୍ୱର ମର୍ଣ୍ଣିଂଷ୍ଟାର

ଯଶୋଟିକିରି କ୍ରିକେଟ ଟୁର୍ଣ୍ଣାମେଣ୍ଟ; ଫାଇନାଲରେ ବାଲେଶ୍ୱର ମର୍ଣ୍ଣିଂଷ୍ଟାର

60

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ନେରଡା ଗ୍ରାମ ଯଶୋଟିକିରି କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚ ଆଜି ଉତ୍କଳିକା ବାସୁଦେବପୁର ଓ ମର୍ଣ୍ଣିଂଷ୍ଟାର ବାଲେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଛି । ଉତ୍କଳିକା ବାସୁଦେବପୁର ଟସ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଏହି ଦଳ ପ୍ରଥମେ ବ୍ୟାଟିଂ କରି ୧୯.୫ ଓଭରରେ ସମସ୍ତ ଉଇକେଟ ହରାଇ ୧୭୨ ରନ ସ୍କୋର କରିଥିଲା । ଦଳର ବ୍ୟାଟ୍ସମ୍ୟାନ ଓମ ସାଈ ଯାଦବ ବଲ ୧୮ ରୁ ୪୫ ରନ ଓ ଦିବ୍ୟାଜ୍ୟୋତି ପଣ୍ଡା ୩୬ ବଲ ରୁ ୨୯ ରନ ସ୍କୋର କରିଥିଲେ । ବିପକ୍ଷ ଦଳର ବୋଲର ତାପସ କୁମାର ରାଉତ ୪ ଓଭର ବୋଲିଂ କରି ୫୦ ରନ ଦେଇ ୫ ଉଇକେଟ ଓ ଶେଖ ସାମସିର ୪ ଓଭର ବୋଲିଂ କରି ୨୮ ରନ ଦେଇ ୨ ଉଇକେଟ ହାସଲ କରଥିଲେ । ଜବାବରେ ମର୍ଣ୍ଣିଂଷ୍ଟାର ୨୦ ଓଭରରେ ସମସ୍ତ ଉଇକେଟ ହରାଇ ୧୭୩ ରନ କରି ଫାଇନାଲରେ ପ୍ରବେଶ କରିଛି । ଦଳର ବ୍ୟାଟ୍ସମ୍ୟାନ ଅଭିଳାଷ ରାଉତରାୟ ୫୪ ବଲ ରୁ ୭୩ ରନ ଓ ଅମିତ କୁମାର ମାଝୀ ୨୨ ବଲ ରୁ ୪୩ ରନ ସ୍କୋର କରିଥିଲେ । ବିପକ୍ଷ ଦଳର ଓମ ସାଈ ଯାଦବ ୪ ଓଭର ବୋଲିଂ କରି ଗୋଟିଏ ମେଡନ ସହ ୨୯ ରନ ବିନିମୟରେ ୧ ଉଇକେଟ ଓ ପର୍ଶୁରାମ ବାରିକ ୨ ଓଭର ବୋଲିଂ କରି ୨୨ ରନ ଦେଇ ୧ ଉଇକେଟ ହାସଲ କରିଥିଲେ । ମର୍ଣ୍ଣିଂ ଷ୍ଟାର ଦଳର ତାପସ କୁମାର ରାଉତମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଯୁବ କ୍ରିକେଟର ପ୍ରଜ୍ଞାନ କୁମାର ପଣ୍ଡା ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଦେଇଥିଲେ । କାଳନ୍ଦୀ ଚନ୍ଦ୍ର ପଣ୍ଡା ଓ ଦୁର୍ଗା ପ୍ରସନ୍ନ ପଟ୍ଟନାୟକ ମ୍ୟାଚର ଅମ୍ପାୟାର ଦାଇତ୍ୱ ତୁଲାଇଥିଲେ । କିଶାନ ମନୋହର ମହାନ୍ତି ମ୍ୟାଚ ସ୍କୋରର ଓ ମାନସ ରଞ୍ଜନ ପଣ୍ଡା ମ୍ୟାଚ ରେଫରୀ ଥିଲେ । ପ୍ରତ୍ୟୁଷ ସାହୁ ଧାରାବିବରଣୀ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.