Home ଜିଲ୍ଲା ପରିକ୍ରମା ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା

ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା

97

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡିଓ ଦେବଦତ୍ତ ଦାଶ ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫେବୃୟାରୀ ୧୮ ତାରିଖରେ ଅନୁଷ୍ଠିତ ହେବ । ବ୍ଲକ ଅନ୍ତର୍ଗତ ୨୩ ଟି ପଞ୍ଚାୟତର ସମିତି ସଭ୍ୟ, ୨୩ ସରପଞ୍ଚ ଓ ୩୧୬ ୱାର୍ଡ ସଦସ୍ୟ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇଛି । ସମିତି ସଭ୍ୟ ପାଇଁ ବ୍ଲକ କାର୍ଯ୍ୟାଳୟରେ ଏବଂ ସରପଞ୍ଚ ଓ ୱାର୍ଡ ସଦସ୍ୟଙ୍କ ନିର୍ବାଚନ ପାଇଁ ପଞ୍ଚାୟତ କାର୍ଯ୍ୟାଳୟରେ ଆଗାମୀ ୧୭ ରୁ ୨୧ ତାରିଖ ୧୧ଟାରୁ ୩ଘ. ମଧ୍ୟରେ ନାମାଙ୍କନପତ୍ର ଦାଖଲ, ୨୨ତାରିଖରେ ଯାଞ୍ଚ, ୨୫ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ୨୫ ତାରିଖରେ ବୈଧ ପ୍ରାର୍ଥୀ ତାଲିକା ଘୋଷଣା ହେବ । ଏଥିପାଇଁ ପଞ୍ଚାୟତୱାରୀ ନିର୍ବାଚନ ଅଧିକାରୀ ନିଯୁକ୍ତ କରାଯାଇଛି । ବାଲିପୋଖରୀ ପଞ୍ଚାୟତର ସରପଞ୍ଚ ଓ ୧୫ ୱାର୍ଡ ନିର୍ବାଚନ ପାଇଁ ଶିକ୍ଷା ସଂଯୋଜକ ରଞ୍ଜନ କୁମାର ମହାନ୍ତି, ନେରଡା ପଞ୍ଚାୟତ ସରପଞ୍ଚ ଓ ୧୪ ୱାର୍ଡ ନିର୍ବାଚନ ପାଇଁ କନିଷ୍ଠ ଯନ୍ତ୍ରୀ ସତ୍ୟନାରାୟଣ ପାତ୍ର, ରହଣିଆ ପଞ୍ଚାୟତ ସରପଞ୍ଚ ଓ ୧୭ ୱାର୍ଡ ନିର୍ବାଚନ ପାଇଁ ଏବିଇଓ ଅକ୍ଷୟ କୁମାର ଜେନା, ରଣଜିତ ପଞ୍ଚାୟତ ସରପଞ୍ଚ ଓ ୧୨ ୱାର୍ଡ ନିର୍ବାଚନ ପାଇଁ ଏବିଇଓ ଉମେଶ ଚନ୍ଦ୍ର ଜେନା, ନିର୍ଗୁଣ୍ଡି ପଞ୍ଚାୟତ ସରପଞ୍ଚ ଓ ୧୫ ୱାର୍ଡ ନିର୍ବାଚନ ପାଇଁ ପଞ୍ଚାୟତ ନିର୍ବାହୀ ଅଧିକାରୀ ନିତ୍ୟାନନ୍ଦ ପଣ୍ଡା, ସାନଶାସନ ପଞ୍ଚାୟତ ସରପଞ୍ଚ ଓ ୧୧ ୱାର୍ଡ ନିର୍ବାଚନ ପାଇଁ ଶିକ୍ଷାସଂଯୋଜକ ଚକ୍ରଧର ଜେନା, ଝୁଟୁଣା ପଞ୍ଚାୟତ ସରପଞ୍ଚ ଓ ୧୧ ୱାର୍ଡ ନିର୍ବାଚନ ପାଇଁ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ପୁହାଣ, ରାଜେନ୍ଦ୍ରପୁର ପଞ୍ଚାୟତ ସରପଞ୍ଚ ଓ ୧୨ ୱାର୍ଡ ନିର୍ବାଚନ ପାଇଁ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ମିଶ୍ର, ନଗୁଆଁ ପଞ୍ଚାୟତ ସରପଞ୍ଚ ଓ ୧୨ ୱାର୍ଡ ନିର୍ବାଚନ ପାଇଁ ପଞ୍ଚାୟତ ନିର୍ବାହୀ ଅଧିକାରୀ ସରୋଜ କୁମାର ରାଉତରାୟ, ନପଙ୍ଗ ପଞ୍ଚାୟତ ସରପଞ୍ଚ ଓ ୧୨ ୱାର୍ଡ ନିର୍ବାଚନ ପାଇଁ ଏବିଇଓ ଅନିଲ କୁମାର ବଳ, ଦକ୍ଷିଣବାଡ ପଞ୍ଚାୟତ ସରପଞ୍ଚ ଓ ୧୪ ୱାର୍ଡ ନିର୍ବାଚନ ପାଇଁ ଶିକ୍ଷା ସଯୋଜକ ଗୌରାଙ୍ଗ ଚରଣ ନାଥ, ସରସଦା ପଞ୍ଚାୟତ ସରପଞ୍ଚ ଓ ୧୩ ୱାର୍ଡ ନିର୍ବାଚନ ପାଇଁ ଜଳପରିମଳ କନିଷ୍ଠ ଯନ୍ତ୍ରୀ ଦିବାକର ସାହୁ, ତେସିଙ୍ଗା ପଞ୍ଚାୟତ ସରପଞ୍ଚ ଓ ୧୯ ୱାର୍ଡ ନିର୍ବାଚନ ପାଇଁ ପଞ୍ଚାୟତ ନିର୍ବାହୀ ଅଧିକାରୀ ନାରାୟଣ ଚନ୍ଦ୍ର ଦାସ, ମାଳଦା ପଞ୍ଚାୟତ ସରପଞ୍ଚ ଓ ୧୩ ୱାର୍ଡ ନିର୍ବାଚନ ପାଇଁ କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ମିଶ୍ର, ବୟାବନାପୁର ପଞ୍ଚାୟତ ସରପଞ୍ଚ ଓ ୧୧ ୱାର୍ଡ ନିର୍ବାଚନ ପାଇଁ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିକ୍ରମ କୁମାର ସାହୁ, ରାମଚନ୍ଦ୍ରପୁର ପଞ୍ଚାୟତ ସରପଞ୍ଚ ଓ ୧୨ ୱାର୍ଡ ନିର୍ବାଚନ ପାଇଁ ବ୍ଲକ କୃଷି ଅଧିକାରୀ ରାଧାରମଣ ମହନ୍ତ, ବନ୍ଦାଳୋ-ମଢିଆଳି ପଞ୍ଚାୟତ ସରପଞ୍ଚ ଓ ୧୧ ୱାର୍ଡ ନିର୍ବାଚନ ପାଇଁ ଶିକ୍ଷା ସଂଯୋଜକ କୈଳାସ ଚନ୍ଦ୍ର ସାମଲ, ବିଷ୍ଣୁପୁର ପଞ୍ଚାୟତ ସରପଞ୍ଚ ଓ ୧୧ ୱାର୍ଡ ନିର୍ବାଚନ ପାଇଁ ପଞ୍ଚାୟତ ନିର୍ବାହୀ ଅଧିକାରୀ ରବିନାରାୟଣ ପାତ୍ର, ଷୋଳମପୁର ପଞ୍ଚାୟତ ସରପଞ୍ଚ ଓ ୨୦ ୱାର୍ଡ ନିର୍ବାଚନ ପାଇଁ ସହକାରୀ ଯନ୍ତ୍ରୀ ହୃଦାନନ୍ଦ ଜେନା, ଜଳମଣ୍ଡୁଆ ପଞ୍ଚାୟତ ସରପଞ୍ଚ ଓ ୧୮ ୱାର୍ଡ ନିର୍ବାଚନ ପାଇଁ କନିଷ୍ଠ ଯନ୍ତ୍ରୀ ଜଗନ୍ନାଥ ବାରିକ, କୁରିଗାଁ ପଞ୍ଚାୟତ ସରପଞ୍ଚ ଓ ୧୪ ୱାର୍ଡ ନିର୍ବାଚନ ପାଇଁ କନିଷ୍ଠ ଯନ୍ତ୍ରୀ ପର୍ଶୁରାମ ଦୀକ୍ଷିତ, ପାଟୁଳି ପଞ୍ଚାୟତ ସରପଞ୍ଚ ଓ ୧୩ ୱାର୍ଡ ନିର୍ବାଚନ ପାଇଁ କନିଷ୍ଠ ଯନ୍ତ୍ରୀ ଗୋବିନ୍ଦ୍ର ଚନ୍ଦ୍ର ବେହେରା ଓ ନାଆମୀ ପଞ୍ଚାୟତ ସରପଞ୍ଚ ଓ ୧୬ ୱାର୍ଡ ନିର୍ବାଚନ ପାଇଁ ପଞ୍ଚାୟତ ନିର୍ବାଚନ ଅଧିକାରୀ ଅଜିତ କୁମାର ବେହେରାଙ୍କୁ ନିଯୁକ୍ତି ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.