Home ଓଡ଼ିଶା ମୟୁରଝଲିଆ ଗ୍ରାମ୍ୟ ଉନ୍ନୟନ କାଜୁ କମିଟିର ମାଙ୍କଡା ଖଣି ନିଲାମକୁ  ବିରୋଧ

ମୟୁରଝଲିଆ ଗ୍ରାମ୍ୟ ଉନ୍ନୟନ କାଜୁ କମିଟିର ମାଙ୍କଡା ଖଣି ନିଲାମକୁ  ବିରୋଧ

59

ଓଡିଆ ପୁଅ (ଦେବୀପ୍ରସାଦ ଆଚାର୍ଯ୍ୟ)୨୮/୯- ନୟାଗଡ ଜିଲ୍ଲା ରଣପୁର ତହସିଲ୍ ଝାରପଡା ରେଭେନ୍ୟୁ  ସର୍କଲ ର ମୟୁରଝାଲିଆ ମୌଜାରେ ୪ଏକର ବିଶିଷ୍ଟ ଏକ ସରକାରୀ ଯାଗାରେ ମାଙ୍କଡା ପଥର ଖଣିର ନୂତନ ଉତ୍ସ ଭାବେ ନିଲାମ ପାଇଁ ସେପ୍ଟେମ୍ବର ୨୮ ତାରିଖକୁ ଧାର୍ଯ୍ୟ  କରାଯାଇଥିଲା । ଉକ୍ତ ନୂତନ ସଇରାତ ଯାଗାକୁ ପୁର୍ବରୁ ମୟୁରଝଲିଆ ମୌଜା ବାସୀ ଫସଲ କରି ଉପଭୋଗ କରି ଆସୁଥିଲେ । କିନ୍ତୁ କାଜୁ କର୍ପୋରେସନ ଉକ୍ତ ଯାଗାରେ କାଜୁ ଗଛ ଲଗାଇ ନିଲାମ ଦେଇ ଆସୁଥିଲା । ଗତ ୧୫ ବର୍ଷ ହେଲା ମୟୁରଝାଲିଆ ଗ୍ରାମ୍ୟ ଉନ୍ନୟନ କାଜୁ କମିଟି ଉକ୍ତ ଯାଗାରେ ଥିବା କାଜୁ ବଗିଚାକୁ ନିଲାମରେ ନେଇଆସୁଥିଲେ । କିନ୍ତୁ ଉକ୍ତ ଯାଗାରୁ ପାଖ ମୌଜା ଜଙ୍କିଆର କିଛି ବ୍ୟକ୍ତି  ମାଙ୍କଡା ପଥର କାଟିବାରୁ ତାକୁ ବିରୋଧକରି ନୟାଗଡ ଉପ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ଏହି ଯାଗାରୁ ୪ ଏକର ଯାଗା ମାଙ୍କଡା ଖଣି କରିବା ପାଇଁ ଇସ୍ତାହାର ଗତ ଅଗଷ୍ଟ ୨୫ ରେ କରିଥିଲେ ।

ଯାହାର ନିଲାମ ତାରିଖ ସେପ୍ଟେମ୍ବର ୨୮ ତାରିଖକୁ ଧାର୍ଯ୍ୟ  କରାଯାଇଥିଲା । ଗ୍ରାମ୍ୟ ଉନ୍ନୟନ କମିଟି ତରଫରୁ କୋଭିଡ୍ କଟକଣା, ସଟ୍ ଡାଉନ, ଲକ୍ ଡାଉନ ଓ ତହସିଲ ଦାରଙ୍କର କାର୍ଯ୍ୟ ବ୍ୟସ୍ତତା ଯୋଗୁ ଅଭିଯୋଗ  କରାଯାଇ ପାରିନଥିଲା  । ତେଣୁ ସେପ୍ଟେମ୍ବର ୨୮ ତାରିଖ ଦିବା ୧୦ ଘଟିକା ସମୟରେ  ଗ୍ରାମ୍ୟ ଉନ୍ନୟନ କମିଟି ସରକାରଙ୍କ ଧାର୍ଯ୍ୟ ମୂଲ୍ୟରେ ଉକ୍ତ ନୂତନ ଖଣିକୁ ନେବାପାଇଁ  ଲିଖିତ ଅନୁରୋଧ କରିଥିଲେ । କିନ୍ତୁ ତହସିଲଦାର ଧାର୍ଯ୍ୟ ତାରିଖ ଓ ନିତି ନିୟମ ଅନୁଯାଇ ନିଲାମ କରିଦେଇଥିବା  ଜଣାପଡିଛି । ଏ ସର୍ମ୍ପକେ ତହସିଲଦାରଙ୍କୁ ଫୋନ ଯୋଗେ  ଯୋଗା ଯୋଗ କାରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ । ଅପର ପକ୍ଷେ ମୟୁରଝାଲିଆ ଗ୍ରାମ୍ୟ ଉନ୍ନୟନ କାଜୁ କମିଟିର ସମ୍ପାଦକ ସୁରେନ୍ଦ୍ର ନାଥ କଳସ ଉକ୍ତ ଖଣି ନିଲାମଧାରୀଙ୍କୁ ବିରୋଧ କରି ଉକ୍ତ ଯାଗାକୁ ଟ୍ରାକ୍‌ଟର ଲଗାଇ ଫସଲ କରିବାକୁ ଚେଷ୍ଟା କରାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.