Home ଓଡ଼ିଶା ମୋଦି ସରକାରଙ୍କ ସଂସଂଦରେ କୃଷକ ମାରଣ ତିନିଗୋଟି ବିଧେୟକ ପାରିତ ପ୍ରତିବାଦରେ ପିସିସି ପକ୍ଷରୁ ପଦଯାତ୍ରା...

ମୋଦି ସରକାରଙ୍କ ସଂସଂଦରେ କୃଷକ ମାରଣ ତିନିଗୋଟି ବିଧେୟକ ପାରିତ ପ୍ରତିବାଦରେ ପିସିସି ପକ୍ଷରୁ ପଦଯାତ୍ରା ଓ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

121

ଭୁବନେଶ୍ୱର ୨୮-୯ (ଓଡ଼ିଆ ପୁଅ) – ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ଓପିସିସି ପକ୍ଷରୁ ଗୋପବନ୍ଧୁ ଛକ ଠାରୁ ରାଜଭବନ ପର୍ଯ୍ୟନ୍ତ କଂଗ୍ରେସ ନେତୃମଣ୍ଡଳୀମାନେ ପଦଯାତ୍ରାରେ ଯାଇ ଅପରାହ୍ନ ଘ- ୧୧.୩୦ ମି ସମୟରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କ ଦ୍ୱାରା ଅଧିକୃତ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଚଳିତ ସଂସଦରେ ତିନିଗୋଟି କୃଷକ ମାରଣ ବିଧେୟକ ପାରିତ ପ୍ରତିବାଦରେ ଏକ ସ୍ମାରକ ପତ୍ର ବିଧାୟକ ତାରାବାହିନୀ ପତିଙ୍କ ନେତୃତ୍ୱରେ ଏକ ୫ଜଣିଆ ପ୍ରତିନିଧି ମଣ୍ଡଳୀ ରାଷ୍ଟ୍ରପତିଙ୍କ ମହାମହିମ ରାଜ୍ୟପାଳଙ୍କ ପ୍ରତିନିଧିଙ୍କୁ ପ୍ରଦାନ କରିଥିଲେ। ପ୍ରକାଶ ଥାଉକି ଏହି ତିନିଗୋଟି ବିଲ୍‌ଦ୍ୱାରା ଓଡ଼ିଶା ସମେତ ହରିଆନା, ପଞ୍ଜାବ, ମହାରାଷ୍ଟ୍ର ଓ ସାରା ଦେଶରେ କୋଟି କୋଟି କ୍ଷ୍ୟୁଦ୍ର, ମଧ୍ୟମ, ନାମମାତ୍ର ଓ ଭାଗଚାଷୀମାନଙ୍କର ବହୁବିଧ କ୍ଷତି ଘଟିବ। ବିଭିନ୍ନ ଖାଦ୍ୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବିକ୍ରିରୁ ସେମାନେ ବଂଚିତ ରହିବେ। ଏହାଦ୍ୱାରା ଉଦ୍ଦେଗ୍ୟ ପତି ଓ ପୁଞ୍ଜିପତିମାନେ ବହୁଧା ଲାଭବାନ ହେବା ବେଳେ କୃଷକମାନଙ୍କର ଜମି ଉପରେ ଅଧିକାର କ୍ଷ୍ୟୁର୍ଣ୍ଣ ହେବ। ଅନ୍ନଦାତାମାନଙ୍କର ପେଟରେ ଲାତ ମାରିଥିବା କେନ୍ଦ୍ରର ବିଜେପି ନେତୃତ୍ୱ ମୋଦୀ ସରକାର ଚାଷୀମାନଙ୍କୁ ପ୍ରତାରିତ କରିଛନ୍ତି। ସାରା ଦେଶରେ ଚାଷୀମାନଙ୍କର ସ୍ୱାର୍ଥକୁ ସୁରକ୍ଷିତ ରଖିବା ଓ ସେମାନଙ୍କ ପରିବାର ନିକଟରେ କଂଗ୍ରେସ ଦଳ ସଦାସର୍ବଦା ଛିଡ଼ା ହୋଇ ଆସିଛି। ଏପରିକି ରାଷ୍ଟ୍ରପତି ମହୋଦୟ ଗତକାଲି ତରବରିଆ ଭାବେ ତିନୋଟି ବିଲ୍‌କୁ ଆଇନରେ ପରିଣତ କରିବା କୋଟି କୋଟି ଚାଷୀଙ୍କୁ ଗଭୀର ଦୁଃଖ ଦେଇଛି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ପରାମର୍ଶ ଅନୁଯାୟୀ ପିସିସିର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ଡଃ ରାମଚନ୍ଦ୍ର ଖୁଂଟିଆ, ଏଆଇସିସି ସଂପାଦକ ଶ୍ରୀଯୁକ୍ତ ଶରତ ରାଉତ, ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବିଧାୟକ ସୁରେଶ କୁମାର ରାଉତରାୟ, ରମେଶ ଜେନା, ଅଧିରାଜ ମୋହନ ପାଣିଗ୍ରାହୀ, ମହମ୍ମଦ ମୋକିମ, ପ୍ରାକ୍ତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ନକୁଳ ନାୟକ, ପ୍ରାକ୍ତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଜଗନ୍ନାଥ ପଟ୍ଟନାୟକ ଗୁରୁପଦ ନନ୍ଦ, ଦେବାଶିଷ ପଟ୍ଟନାୟକ, ଆଇନଜୀବି ଶିବାନନ୍ଦ ରାୟ, ରାଜ୍ୟ କିଷାନ କଂଗ୍ରେସର ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ, ଶୁଭେନ୍ଦୁ ମହାନ୍ତି, ଲଲାଟେନ୍ଦୁ ମହାପାତ୍ର, ବିପିନ ଦାସ, ଜାନକୀ ବଲ୍ଲଭ ପଟ୍ଟନାୟକ, ବିଶ୍ୱଭୂଷଣ ଦାସ, ସମ୍ବୁ ପାଣିଗ୍ରାହୀ, ବିଶ୍ୱଜିତ୍ ଦାସ, ନିକୁଞ୍ଜ ପଶାୟତ, ସତ୍ୟବ୍ରତ ନାୟକ, ଅଶୋକ ସାମଲ ପଦ୍ମାକର ଗୁରୁ, ଚିନ୍ମୟ ସୁନ୍ଦର ଦାସ, ମନୋରଞ୍ଜନ ଦାଶ, ହଳଧର ସେଠୀ, ରଜନୀ ମହାନ୍ତି, ଦୀପକ କୁମାର ମହାପାତ୍ର, ନରେଶ ମହାନ୍ତି, ନାସିର ଅହମ୍ମଦ ଖାନ, ଦେଓ ପ୍ରସାଦ, ରସିକ ଚାନ୍ଦ ପଟ୍ଟନାୟକ, ପ୍ରକାଶ ଜେନା, ଆଇନଜୀବି ଲଲାଟେନ୍ଦୁ ଦାସ, ରାଜୀବ ପଟ୍ଟନାୟକ, ଦେବାଶିଷ ଭୂୟାଁ, ମୋହନ ଗାନ୍ଧୀ, ସୁଶାନ୍ତ ତ୍ରିପାଠୀ, ରାଜକିଶୋର ବାରିକ, ସଂଜୟ ରାୟ, ଦୀପକ ସାହୁ, ଜୟକୃଷ୍ଣ ମଲିଆ, ଦେବୀପ୍ରସାଦ ବାହାଲିଆ, ନିରୋଦ ବରଣ ଖୁଂଟିଆ, ମନୋଜ କୁମାର ସାହୁ, ଜମ୍ବେଶ୍ୱର ମଲିକ, ପ୍ରକାଶ ମିଶ୍ର, ଲିଙ୍ଗରାଜ ସାହୁ, ଜ୍ୟୋତିଷ ସାହୁ, ନିରଞ୍ଜନ ଲେଙ୍କା, ସଂଜୀବ ମହାନ୍ତି, ବିନୋଦ ରାଉତ, କୁଳମଣି ସାହୁ, ମହମ୍ମଦ ସାହାଉଲ୍ଲା, ପ୍ରମୁଖ ପଦଯାତ୍ରାରେ ଯାଇ ରାଜଭବନ ସମ୍ମୁଖରେ କେନ୍ଦ୍ରର କୃଷମାରଣ ନୀତି ବିରୁଦ୍ଧରେ ସ୍ଲୋଗାନ ଦେଇ ବିଶୋଦଗାର କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.