Home ଜିଲ୍ଲା ପରିକ୍ରମା ମ୍ୟାଟ୍ରିକ ପରୀକ୍ଷା ଖାତାଦେଖା ବର୍ଜ୍ଜନ କରିବେ ହାଇସ୍କୁଲ ଶିକ୍ଷକ

ମ୍ୟାଟ୍ରିକ ପରୀକ୍ଷା ଖାତାଦେଖା ବର୍ଜ୍ଜନ କରିବେ ହାଇସ୍କୁଲ ଶିକ୍ଷକ

22

ଭଦ୍ରକ, ୧୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଦ୍ୟ ଜିଲ୍ଲା ସଂଘ ତରଫରୁ ଦୁଇଦାବୀ ସମ୍ବଳିତ ଦାବୀପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ଜରିଆରେ ପ୍ରଦାନ କରାଯାଇଅଛି । ଦୀର୍ଘବର୍ଷ ଧରି ସରକାରଙ୍କ ସହ ବାରମ୍ବାର ଆଲୋଚନା କରାଗଲେବି କେବଳ ପ୍ରତିଶୃତି ମିଳିଛି । ମାଧ୍ୟମିକ ବର୍ଗର ନୂତନ ପେନସନ ଯୋଜନା ଭୁକ୍ତ ଶିକ୍ଷକଙ୍କୁ ସରକାର କିଛିବି ପ୍ରଦାନ କରିନାହାଁନ୍ତି । ଆଉ ଟାଳଟୁଳ ନୀତି ଚଳିବ ନାହିଁ । ସଂଘର ଦାବୀ ଆସନ୍ତା ୧୩ ତାରିଖ ସୁନ୍ଧା ପୂରଣ କରିବା ନିମନ୍ତେ ପୁନଃ ନିବେଦନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ସଭାପତି ଜିତେନ୍ଦ୍ର କୁମାର ନାୟକ, ପ୍ରିୟଦର୍ଶୀ କୁଅଁର, ନିତ୍ୟାନନ୍ଦ ମଲ୍ଲିକ, ଗଦାଧର ନାୟକ, ବିଶ୍ୱରଂଜନ ଦାଶ, ଅମୂଲ୍ୟ ପ୍ରଧାନ, ଜଗବଂଧୁ ବେହେରା, ଅଜୟ ମହାରଣା, ଲକ୍ଷ୍ମୀଧର ମଲ୍ଲିକ, ଜିତେନ୍ଦ୍ର କୁମାର ସାହୁ, ଶଶିକାନ୍ତ ଦତ୍ତ, ରାଧାଶ୍ୟାମ ଦାଶ, ସେକ୍ ଏହେସାନ, ରମେଶ ଚନ୍ଦ୍ର ସେଠୀ, ରାଧାମାଧବ ବାରିକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.