Home ଓଡ଼ିଶା ମୋ ସ୍କୁଲ ଯୋଜନାରେ ପୋଲିସ ହାଇସ୍କୁଲ ଏବଂ ବିଡାନାସୀ ହାଇ ସ୍କୁଲ ପରିଦର୍ଶନ କଲେ ସାଂସଦ...

ମୋ ସ୍କୁଲ ଯୋଜନାରେ ପୋଲିସ ହାଇସ୍କୁଲ ଏବଂ ବିଡାନାସୀ ହାଇ ସ୍କୁଲ ପରିଦର୍ଶନ କଲେ ସାଂସଦ ସୁବାସ ସିଂହ

62

କଟକ ୨୯-୧୦ (ଓଡ଼ିଆ ପୁଅ): ୫ଟି ପରିଚାଳିତ ଓ ମୋ ସ୍କୁଲ ଯୋଜନା ଅନ୍ତର୍ଗତ ପୋଲିସ ହାଇସ୍କୁଲ, କଟକ ଏବଂ ବିଡାନାସୀ ହାଇ ସ୍କୁଲ କଟକକୁ ସାଂସଦ ସୁବାସ ସିଂହ ପରିଦର୍ଶନ କଲେ।

ଓଡିଶା ସରକାରୀ ସ୍କୁଲ ଗୁଡିକର ଉଚ୍ଚମାନର ଭିତ୍ତିଭୂମି, ଶିକ୍ଷା ପ୍ରଣାଳୀ, ଶିକ୍ଷକ, ଖେଳ କସରତ, ଭଲ ପରୀକ୍ଷା ଫଳ କରିବା କାର୍ଯ୍ୟକ୍ରମକୁ ୫ଟି ଜରିଆରେ ସମଗ୍ର ରାଜ୍ୟରେ ପ୍ରାଥମିକତା ଦେଇ ୫୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଖର୍ଚ୍ଚ କରାଯାଇ ସ୍ମାର୍ଟ ଶ୍ରେଣୀ ଗୃହ, ସ୍ମାର୍ଟ ପାଠାଗାର ସ୍ମାର୍ଟ ଶୌଚାଳୟ, ସ୍ମାର୍ଟ ଖେଳ ପଡିଆ, ତିଆରି କରାଯାଇ ଉଦଘାଟିତ ହେବାକୁ ଯାଉଛି। ଏହି ସ୍କୁଲ ଗୁଡିକୁ ସାଂସଦ ପରିଦର୍ଶନ କରି ତଦାରଖ କରିଥିଲେ ଓ କଣ କଣ ଆବଶ୍ୟକତା ଅଛି, ତାହା ସମୀକ୍ଷା ବୈଠକରେ ନୋଟ କରି ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନ କରିବେ ବୋଲି ପ୍ରତିଶୃତି ଦେଇଥଲେ। ଯେଉଁ ସ୍କୁଲରେ ଅଧିକ ଭିତ୍ତି ଭୂମି ଦରକାର, ଖେଳ ପଡ଼ିଆର ନବୀ କାରଣ ଦରକାର ଏବଂ ଶିକ୍ଷକ ତଥା ଅନାନ୍ୟା କର୍ମଚାରୀଙ୍କ ଆବଶ୍ୟକତା ମଧ୍ୟ ରାଜ୍ୟ ସରକାର ଓ ଶିକ୍ଷା ବିଭାଗରେ ଉପସ୍ଥାପନା କରି, କାର୍ଯ୍ୟକାରୀ ହେବ ବୋଲି ସାଂସଦ ପ୍ରକାଶ କରିଥିଲେ। ଏହି ପରିଦର୍ଶନ ସମୟ ରେ ମହାନଗର ନିଗମର ଯୁଗ୍ମ କମିଶନେର ସଂଜୀବିତ ରାୟ, ସୁପରିଟେଣ୍ଡେଣ୍ଟ ଇଂଜିନିଏର ଭାଗ୍ୟଧର ସାହୁ, ସହ ଇଂଜିନିଏର ବୀରେନ୍ଦ୍ର କୁମାର ପ୍ରଧାନ, ଦିଲୀପ ସାହୁ, ପୂର୍ତ୍ତ ବିଭାଗର ଡେପୁଟି ଇଂଜିନିୟର ଶ୍ରୀଯୁକ୍ତ ରଥ, ଜିଲା ଶିକ୍ଷା ସହ-ଅଧୀକାରୀ ଶ୍ରମୀଟି ସୋନାମିକା ରାୟ, ପୋଲିସ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ବେହେରା, ବିଡାନାସୀ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଅଭିଜିତା ଭାସ୍କର, ଧର୍ମେଶ ନାୟକ, ବୀରେନ ରାଉତ, ସୁଧୀର ଦାସ, ବିଜୟ ବେହେରା, ଜଗନ୍ନାଥ ସ୍ୱାଇଁ, ରମେଶ ସେଠି, ପ୍ରଦୀପ କୁମାର ବାରିକ, ଇତିଶ୍ରୀ ବେହରା, ନମିତା ବାରିକ ବସନ୍ତ ସାହୁ, ରାଧେ ସ୍ୱୟଂ ସାହୁ, ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.