Home ଜିଲ୍ଲା ପରିକ୍ରମା ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

29

ପୁରୀ ୨୯ -୧୦ (ଓଡ଼ିଆ ପୁଅ) ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ସ୍ଥାନୀୟ ସଦଭାବନା ସଭାଗୃହରେ ପାଳିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ମୁଖ୍ୟଅତିଥି ଏବଂ ଉପ ଜିଲ୍ଲାପାଳ ଶ୍ରୀଭବତାରଣ ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ମିହିର କୁମାର ପଣ୍ତା ଏବଂ ଦୁର୍ନୀତି ନିବାରଣ ଶାଖା ଉପ-ଆରକ୍ଷୀ ଅଧିକ୍ଷକ ଶ୍ରୀ ଶିଶିର କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚଳିତବର୍ଷର ବିଷୟ ବସ୍ତୁ “ସ୍ବତନ୍ତ୍ର ଭାରତ @ ୭୫: ସତ୍ୟନିଷ୍ଠା ରୁ ଆତ୍ମନିର୍ଭରତା” ଶୀର୍ଷକ ଉପରେ ଆଲୋଚନା କରିଥିଲେ। ସ୍ବାଧିନତାର ୭୫ ବର୍ଷ ମଧ୍ୟରେ ଭାରତ ଆଜି ବହୁକ୍ଷେତ୍ରରେ ପ୍ରଗତି ହାସଲ କରିପାରିଛି। ଉନ୍ନତିର ସର୍ବ ସଫଳତା ପ୍ରକୃତ ହିତାଧିକାରୀ ମାନଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ସ୍ବଚ୍ଛତା ଓ ସାଧୁତା ପ୍ରତ୍ୟେକ କ୍ଷେତ୍ରରେ ବଜାୟ ରଖିବା ପାଇଁ ସର୍ବୋକୃଷ୍ଟ ବ୍ୟବସ୍ଥା ଗ୍ରହଣ କରାଯାଉଛି। ସଚ୍ଚୋଟତା ଛାତ୍ର ଜୀବନରୁ ପାଳନ କରାଗଲେ ରାଷ୍ଟ୍ରର ସର୍ବ ମଙ୍ଗଳ ସାଧନ ହେବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଆୟୋଜିତ ସାଧାରଣଜ୍ଞାନ ଓ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ସାଧାରଣଜ୍ଞାନ ପ୍ରତିଯୋଗିତାରେ ଗୋପବନ୍ଧୁ ସ୍ମୃତି ଉଚ୍ଚବିଦ୍ୟାଳୟ, ଦାଣ୍ତମୁକୁନ୍ଦପୁର, ପିପିଲିର ସ୍ବାଗତିକା ସାହୁ ପ୍ରଥମ, ସରକାରୀ ଉଚ୍ଚବିଦ୍ୟାଳୟ, କଣାସର ସ୍ବସ୍ତିକା ବଳିୟାରସିଂ ଦ୍ବିତୀୟ ଓ ପୁରୀ ଜିଲ୍ଲା ସ୍କୁଲର ଲକ୍ଷ୍ମୀପ୍ରିୟା ତ୍ରିପାଠୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିଭଳି ବକ୍ତୃତା ପ୍ରତିଯୋଗିତାରେ ପୁରୀ ଜିଲ୍ଲାସ୍କୁଲର ଅଂଶୁମାନ ସ୍ବାଇଁ ପ୍ରଥମ, ସରକାରୀ ଉଚ୍ଚବିଦ୍ୟାଳୟ, କଣାସର ସ୍ବାତିଶ୍ରୀ ରାଉତ ଦ୍ବିତୀୟ ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ସତ୍ୟବାଦୀର ଲୋପାମୁଦ୍ରା ମାଝୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏଥିସହ ଆଜି ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ ଦିନ ୧୧ ଘଟିକା ସମୟରେ ସମସ୍ତ ଅଧିକାରୀ ଓ କର୍ମଚାରୀ ସାଧୁତାର ଶପଥପାଠ କରିଥିଲେ। ଏହି ଅବସରରେ ବିଭିନ୍ନ ଅଧିକାରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.