Home ଜିଲ୍ଲା ପରିକ୍ରମା ମୋ ସ୍କୁଲ ଅଭିଯାନରେ ପୁରାତନ ଛାତ୍ର ସଂସଦ ଦ୍ୱାରା ୨୦ ହଜାର ଟଙ୍କା ପ୍ରଦାନ

ମୋ ସ୍କୁଲ ଅଭିଯାନରେ ପୁରାତନ ଛାତ୍ର ସଂସଦ ଦ୍ୱାରା ୨୦ ହଜାର ଟଙ୍କା ପ୍ରଦାନ

36

ବାହାନଗା,୧୨ା୨(ଭାରତୀ ଦାସ ଓଡ଼ିଆ ପୁଅ ) ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ପଞ୍ଚାୟତର ପାଇକାସ୍ତା ଗ୍ରାମରେ ଥିବା ବିଷ୍ଣୁମୋହନ ସରକାରୀ ପ୍ରାଥମିକ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ମାନେ ସ୍କୁଲର ଉନ୍ନତି ପାଇଁ ୨୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ଏହି ଅର୍ଥ ବିଦ୍ୟାଳୟର ପାନୀୟଜଳର ସମସ୍ୟା ଦୁରୀ କରଣ ପାଇଁ ଦେଇଥିବାର ଜଣାପଡ଼ିଛି । ଏହାକୁ ଛାତ୍ରଛାତ୍ରୀ ମାନେ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ବିଇଓ ଶୁଭଲକ୍ଷ୍ମୀ ନାୟକଙ୍କ ଅନୁପସ୍ଥିତରେ ଏବିଓ ଉମାକାନ୍ତ ଦାସଙ୍କୁ ପ୍ରଦାନ କରିଛନ୍ତି । ଏହି ପ୍ରଦାନ ସମୟରେ ପୁରାତନ ଛାତ୍ରସଂସଦର ସଭାପତି ବିଜୟ କୁମାର ମଣ୍ଡଳ, ପରିଚାଳନା କମିଟିର ସଭାପତି ଜୟନ୍ତ କୁମାର ବେହେରା, ସଦସ୍ୟ ତଥା ୱାର୍ଡ଼ ସଭ୍ୟ ସନ୍ତୋଷ କୁମାର ରଣା, ସଭ୍ୟ ପ୍ରଦ୍ୟୁମ୍ନ ବେହେରା, ପ୍ରିତମ କୁମାର ରଣା, ଏବଂ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରବିନ୍ଦ୍ର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.