Home କେନ୍ଦୁଝର ଗାଁରୁ ବାସନ୍ଦ ପ୍ରତିବାଦରେ ଧାରଣାରେ ବସିଲେ ପରିବାର

ଗାଁରୁ ବାସନ୍ଦ ପ୍ରତିବାଦରେ ଧାରଣାରେ ବସିଲେ ପରିବାର

31

ହାଟଡ଼ିହି, ୧୨ । ୨ (ଓଡିଆପୁଅ / ବିକାଶ ବିଶ୍ୱାଳ)କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ନୁଆରମ୍ପାସ ଗ୍ରାମରେ ଗୋଟିଏ ପରିବାର ଗାଁ ଲୋକଙ୍କ ନିଷ୍ପତି ନମାନିବାରୁ ତାଙ୍କୁ ଗାଁରୁ ବାସନ୍ଦ କରାଯିବା ପ୍ରତିବାଦରେ ଆଜି ପରିବାର ଲୋକମାନେ ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଆନନ୍ଦପୁର ଉପଜିଲ୍ଲାପାଳ ନନ୍ଦିପଦା ଥାନା ଅଧିକାରୀଙ୍କୁ ପଦକ୍ଷେପ ନେବାକୁ ଜଣାଇବା ପରେ ସେମାନଙ୍କୁ ବୁଝାସୁଝା କରି ଘରକୁ ପଠାଇଛନ୍ତି । ପରେ ନନ୍ଦିପଦା ପୁଲିସ ଗାଁର କିଛି ଭଦ୍ରବ୍ୟକ୍ତିଙ୍କୁ ଥାନାକୁ ଡକାଇଥିବା ଜଣାଯାଇଛି । କିନ୍ତୁ ଆଜି ସୋସିଆଲ ମିଡିଆରେ ଏହାକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଲାଗିରହିଛି ।
ଏଠାରେ ସୁଚନାଯୋଗ୍ୟ ଯେ ଜଣାଯାଇଛି ଯେ ଗ୍ରାମର ମହେଶ୍ୱର ସୁତାର ଓ ତାଙ୍କ ପଡୋଶୀ କୃଷ୍ଣଚନ୍ଦ୍ର ସୁତାରଙ୍କ ମଧ୍ୟରେ ରାସ୍ତା ବିବାଦକୁ ନେଇ ଝଗଡା ଲାଗି ରହିଥିଲା । ପରେ ଏହାର ସମାଧାନ ପାଇଁ ଗାଁରେ ବୈଠକ ବସିଥିଲା । କିନ୍ତୁ ବୈଠକରେ ଏକତରଫା ନିଷ୍ପତି ହେବାରୁ ମହେଶ୍ୱର ଏହାକୁ ମାନି ନଥିଲେ । ସେଥିପାଇଁ ଗାଁର କିଛି ଭଦ୍ରବ୍ୟକ୍ତି ମିଳିତ ହୋଇ ମହେଶ୍ୱରଙ୍କୁ ଏକଘରକିଆ କରିବାକୁ ନିଷ୍ପତି ନେଇଥିଲେ । ବୈଠକରେ ହୋଇଥିବା ନିଷ୍ପତି ଅନୁଯାଇ ମହେଶ୍ୱରଙ୍କ ସହିତ ଯେ କଥା ହେବ ଏକ ହଜାର ଜୋରିମାନା ଦେବାକୁ ନିଷ୍ପତି ହୋଇଥିଲା । ଗତ ୧୦ତାରିଖ ସକାଳେ ଜଣେ ଗ୍ରାମବାସୀ ଗାଁ ସାରା ବୁଲି ଘଣ୍ଟ ବଜାଇ ଗାଁର ଏହି ନିଷ୍ପତିକୁ ଶୁଣାଇଥିଲେ । ଏଭଳି ଏକ ଅଭାବନୀୟ ଘଟଣାରେ ମହେଶ୍ୱର ଓ ତାଙ୍କ ପରିବାର ମାନସିକ ଦୁଶ୍ଚିନ୍ତାରେ ମର୍ମାହତ ହୋଇପଡିଛନ୍ତି । ତାଙ୍କର ଏକ ଛୋଟ ଛୁଆ ଗାଁରେ ଟ୍ୟୁସନ ହେଉଥିବାବେଳେ ତାକୁ ମଧ୍ୟ ବାରଣ କରାଯାଇଛି ବୋଲି ମହେଶ୍ୱର କହିଛନ୍ତି । ଫଳରେ ତାଙ୍କ ପରିବାର ଲୋକେ ୩ଦିନ ଧରି ଖିଆପିଆ ମଧ୍ୟ କରିପାରି ନାହାନ୍ତି । ଜଣେ ସାଧାରଣ ଲୋକର ମାନବିକ ଅଧିକାର କ୍ଷୁର୍ଣ୍ଣ ହେଉଥିବାରୁ ଏଥିପାଇଁ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରିବାକୁ ମହେଶ୍ୱର ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.