Home ଜିଲ୍ଲା ପରିକ୍ରମା ମୋ ମାତୃଭାଷା ମୋ ସ୍ୱାଭିମାନର ପ୍ରତୀକ; ବିଶ୍ୱ ମାତୃଭାଷା ଦିବସ ପାଳିତ

ମୋ ମାତୃଭାଷା ମୋ ସ୍ୱାଭିମାନର ପ୍ରତୀକ; ବିଶ୍ୱ ମାତୃଭାଷା ଦିବସ ପାଳିତ

60

ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ମଞ୍ଜୁରୀ ସରକାରୀ ବଳଦେବଜୀଉ ଉଚ୍ଚବିଦ୍ୟାଳୟ ପରିସରରେ ଆଜି ଆର୍ନ୍ତଜାତିକ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ରବିନ୍ଦ୍ର କୁମାର ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଏବିଇଓ ପୁରୁଷୋତ୍ତମ ଧଳ ମୁଖ୍ୟଅତିଥି, କାର୍ତ୍ତିକ ସ୍ୱାଇଁ ମୁଖ୍ୟବକ୍ତା, ପୂର୍ବତନ ପ୍ରଧାନଶିକ୍ଷକ ସୁଧାକର ଦାସ, ଶିକ୍ଷାସଂଯୋଜକ ଭାଗବତ ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାତୃଭାଷା ବ୍ୟକ୍ତିତ୍ୱ ବିକାଶରେ ସହାୟକ ତଥା ମାତୃଭାଷାର ବହୁଳ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ପ୍ରବନ୍ଧ, ତର୍କ ଓ ବକ୍ତୃତା ପ୍ରତିଯୋଗୀତାର କୃତୀ ଛାତ୍ରଛାତ୍ରୀ ଅଭିଜିତ ଶଙ୍ଖୁଆ, ବର୍ଷାପ୍ରିୟଦର୍ଶନୀ ସାମଲ, ଶୁଭଙ୍କର ପାଢୀ, ଅନିତା ଦେଓ, ସତ୍ୟଜିତ ମହାନ୍ତି ଓ ଲକ୍ଷ୍ମୀପ୍ରିୟା ବେହେରାଙ୍କୁ ପୁରସ୍କୃତ କରାଯାଇଥିଲା । ଅନିତା ଦେଓ ଓ ସୋନାଲି ସାହୁ ସ୍ୱାଗତିକା ପରିବଶେଷ କରିଥିଲେ । ଶିକ୍ଷକ ଗୌରୀଶଙ୍କର ମିଶ୍ର ଅତିଥି ପରିଚୟ ଓ ଦାମୋଦର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବତନ ପ୍ରଧାନଶିକ୍ଷକ ଶ୍ରୀ ଦାସ ଓ ପ୍ରଧାନଶିକ୍ଷକ ଶ୍ରୀ ମହାରଣା ଚଳିତ ଶିକ୍ଷାବର୍ଷରେ ପରୀକ୍ଷାରେ ଉଲ୍ଲେଖନୀୟ କୃତକାର୍ଯ୍ୟ ଅର୍ଜ୍ଜନ କରିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବାକୁ ଘୋଷଣା କରିଥିଲେ । ଶିକ୍ଷକ ଇନ୍ଦ୍ରଜିତ ମଲ୍ଲିକ, ମୋନାଲିସା କର, ଅମୂଲ୍ୟ କୁମାର ମଲ୍ଲିକ, ଶୁଭେନ୍ଦ୍ରୁ କୁମାର ମଲ୍ଲିକ, କେଦାରସେନ ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହିପରି ଜଗନ୍ନାଥପ୍ରସାଦ ସଂଯୁକ୍ତ ଉଚ୍ଚବିଦ୍ୟାଳୟରେ ଆର୍ନ୍ତଜାତିକ ମାତୃଭାଷା ଦିବସ ପ୍ରଧାନଶିକ୍ଷକ ସରୋଜ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ପାଳନ କରାଯାଇଛି । ଏଥିରେ ପରିଚାଳନା କମିଟି ସଭାପତି ଅଶୋକ କୁମାର ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ ମାତୃଭାଷାର ତାତ୍ପର୍ଯ୍ୟ ସମ୍ପର୍କରେ ମତାବତ ଦେଇଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଙ୍ଗୀତ ଓ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗୀତା ଅନୁଷ୍ଠିତ ହୋଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ବରିଷ୍ଠ ଶିକ୍ଷକ ଭଗବାନ ପ୍ରଧାନ, ସୁଶାନ୍ତ କୁମାର ବେହେରା, ପିତାମ୍ବର ବାହାଲିଆ, ପୀତବାସ ସାହୁ, ଶକ୍ତିପ୍ରଳୟ ମଙ୍ଗଳ, ଶିବଶଙ୍କର ରଥ, ପ୍ରତାପ ମହାଳିକ, ବେବିନାରାଣୀ ସେଠୀ, ସାରଦା ପ୍ରସନ୍ନ ବେହେରା, ଭୀମସେନ ଭୂତିଆ ପ୍ରମୁଖ ସଭା ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.