Home ଓଡ଼ିଶା ଆଜି ପବିତ୍ର ମହାଳୟା: ଶ୍ରାଦ୍ଧ ଦେଉଛନ୍ତି ଆତ୍ମୀୟ

ଆଜି ପବିତ୍ର ମହାଳୟା: ଶ୍ରାଦ୍ଧ ଦେଉଛନ୍ତି ଆତ୍ମୀୟ

66

ପୁରୀ ୨୫-୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଜି ପବିତ୍ର ମହାଳୟା। ପିତୃ ପକ୍ଷର ଶେଷ ଦିନ। ପିତୃପକ୍ଷ ଲୋକଙ୍କ ଆତ୍ମାର ସଦଗତି କାମନା କରି ଶ୍ରାଦ୍ଧ ଦେଉଛନ୍ତି ଆତ୍ମୀୟ। ଆଜିର ଦିନରେ ଯେଉଁ ପିଣ୍ଡଦାନ କରାଯାଏ, ସେଥିରେ ପିତୃପୁରୁଷଙ୍କୁ ପୂର୍ଣ୍ଣ ମୋକ୍ଷ ପ୍ରାପ୍ତି ହେବାର ବିଶ୍ବାସ ରହିଛି। ଏଥିପାଇଁ ଆଜି ଶ୍ରୀକ୍ଷେତ୍ର ପୁରୀରେ ଶ୍ରଦ୍ଧାଳୁଙ୍କ ବେଶ୍ ଭିଡ଼ ରହିଛି। ବିଶ୍ୱାସ ରହିଛି ଜଗନ୍ନାଥ ଧାମରେ ପିତୃ ପୁରୁଷଙ୍କୁ ପିଣ୍ଡ ଦାନ ଓ ତର୍ପଣ କଲେ ପିତୃ ପୁରୁଷ ଶାନ୍ତି ଲାଭ କରିବା ସହ ଆଶୀର୍ବାଦ ପ୍ରଦାନ କରନ୍ତି। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖାଯାଇ ଶ୍ରୀମନ୍ଦିର ଉତ୍ତର ଦ୍ଵାର ପିଣ୍ଡ ଦାନ ପାଇଁ ବ୍ୟବସ୍ଥା କରିଛି ପ୍ରଶାସନ। ହିନ୍ଦୁ ଧର୍ମ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠତମ। ଗତ ଦୁଇବର୍ଷ ହେବ କୋରୋନା କଟକଣା ପାଇଁ ଗତ ଦୁଇ ବର୍ଷ ପିଣ୍ଡଦାନ ଉପରେ କଟକଣା ରହିଥିଲା। ଚଳିତବର୍ଷ କଟକଣା ନଥିବାରୁ ପିଣ୍ଡଦାନ ପାଇଁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.