Home ଜିଲ୍ଲା ପରିକ୍ରମା ମୋବାଇଲ୍ ପାଇଁ ସାଙ୍ଗକୁ କାଠ ଫାଳିଆରେ ପିଟି ହତ୍ୟା

ମୋବାଇଲ୍ ପାଇଁ ସାଙ୍ଗକୁ କାଠ ଫାଳିଆରେ ପିଟି ହତ୍ୟା

17

ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ମୋବାଇଲ୍ ଭଳି ଏକ ସାମାନ୍ୟ ସାମଗ୍ରୀ ପାଇଁ ଜଣେ ସାଙ୍ଗ ତାର ସାଙ୍ଗକୁ ହତ୍ୟା କରିବା ଭଳି ଘଟଣା ଦେଖିବାକୁ ମିଳିଛି ଏହି ଜିଲାର ଚାନ୍ଦବାଲି ଥାନା ଅଧୀନସ୍ଥ ମାଧପୁର ପଂଚାୟତରେ । ଏହି ପଂଚାୟତର ଅଣଖାସାହି ଗ୍ରାମନିବାସୀ ସୁକାନ୍ତ ଦାସ ଗତ ଦୁଇଦିନ ଧରି ଘରୁ ନିଖୋଜ ଥିବାବେଳେ ତାର ଶବକୁ ସ୍ଥାନୀୟ ନଟିଆ ଯୋରରୁ ପୁଲିସ୍ ଉଦ୍ଧାର କରିଥିଲା । ଏବଂ ତଦନ୍ତ ସମୟରେ ସେହି ଗ୍ରାମର ସୁକାନ୍ତର ସାଙ୍ଗ ଜୟଦେବ ଠାରୁ ପୁଲିସ୍ ମୋବାଇଲ୍‌ଟିକୁ ଜବତ କରିବା ପରେ ଘଟଣାର ସତ୍ୟତା ପଦାକୁ ଆସିଛି । ପୁଲିସ୍ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଗତ ଶୁକ୍ରବାର ଦିନ ସନ୍ଧ୍ୟାରେ ନଟିଆ ଯୋର ପୋଲ ନିକଟରେ ମୋବାଇଲ୍ ପାଇଁ ଦୁଇ ସାଙ୍ଗ ମଧ୍ୟରେ ବଚସା ହୋଇଥିଲା । ପାଟିତୁଣ୍ଡରୁ ଆରମ୍ଭ ହୋଇଥିବା ଗଣ୍ଡଗୋଳ ଶେଷରେ ହାତାହାତିରେ ପରିଣତ ହୋଇଥିଲା । ଜୟଦେବ ଏକ କାଠ ଫାଳିଆରେ ସୁକାନ୍ତର ମୁଣ୍ଡକୁ ଶକ୍ତ ପ୍ରହାର କରିବା ଫଳରେ ସେ ସେଠାରେ ଟଳିପଡିଥିଲା । ସୁକାନ୍ତର ମୃତ୍ୟୁ ହେବା ଜାଣି ଜୟଦେବ ତାକୁ ନଟିଆ ଯୋର ଭିତରକୁ ଠେଲିଦେଇ ମୋବାଇଲ୍‌ଟିକୁ ନେଇ ଘରକୁ ପଳାଇ ଆସିଥିଲା । କିନ୍ତୁ ଧରାପଡିଯିବା ଭୟରେ ତା ପରଦିନ ଜୟଦେବ ସୁକାନ୍ତର ମୋବାଇଲ୍‌ଟିକୁ ବିଲରେ ପୋତି ଦେଇଥିଲା । ଯାହାକୁ ଚାନ୍ଦବାଲି ପୁଲିସ୍ ଜବତ କରି ଜୟଦେବକୁ ଗିରଫ କରିଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଚାନ୍ଦବାଲି ଏସ୍‌ଡିପିଓ ଦେବୀ ଶଙ୍କର ପ୍ରତାପ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.