Home ଜିଲ୍ଲା ପରିକ୍ରମା କଲ୍ୟାଣୀ ପଞ୍ଚାୟତରେ ଅର୍ଥ ହେରଫେର ଅଭିଯୋଗ

କଲ୍ୟାଣୀ ପଞ୍ଚାୟତରେ ଅର୍ଥ ହେରଫେର ଅଭିଯୋଗ

136

ବାଲେଶ୍ୱର, ୬ା୭ (ଓଡ଼ିଆ ପୁଅ/ଅଭୟ ଦାସ): ବାହାନଗା ବ୍ଲକ ଅନ୍ତର୍ଗତ କଲ୍ୟାଣୀ ପଞ୍ଚାୟତରେ ବିଭିନ୍ନ ଯୋଜନାରେ ହୋଇଥିବା ଦୁର୍ନୀତି ଓ ଅର୍ଥ ହେରଫେର ନେଇ ଗ୍ରାମବାସୀମାନେ ଆଜି ଜିଲ୍ଲାପାଳଙ୍କଠାରେ ଫେରାଦ ହୋଇଛନ୍ତି। ପଞ୍ଚାୟତ ନିର୍ବାହୀଙ୍କ ନାମରେ କାର୍ଯ୍ୟାଦେଶ ଥିବା ବେଳେ ଜେଇଙ୍କ ଅନୁପସ୍ଥିତିର ସୁଯୋଗ ନେଇ ସରପଞ୍ଚ ଓ ତାଙ୍କର ସହଯୋଗୀମାନେ ସମସ୍ତ କାର୍ଯ୍ୟ କରୁଛନ୍ତି। ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ କରି କିମ୍ବା ଅଳ୍ପ କାର୍ଯ୍ୟ କରି ସରପଞ୍ଚ ଫାଇନାଳ ବିଲ୍ ଉଠାଇଥିବା ନେଇ ଗ୍ରାମବାସୀମାନେ କହିଛନ୍ତି। ଏମିତକି ବହୁ ପ୍ରକଳ୍ପର ଆଦୌ କାର୍ଯ୍ୟ ନ ହୋଇ ବିଲ୍ ଉଠାଯାଇଥିବା ସେମାନେ ଆରୋପ କରିଛନ୍ତି। ଅନ୍ୟପକ୍ଷରେ ସରପଞ୍ଚଙ୍କ ସମର୍ଥନ ପାଇ କିଛି ବ୍ୟକ୍ତି ସରକାରୀ ଜମି ଜବରଦଖଲ ସହ ବନ୍ଧ ପକାଇବା ଯୋଗୁଁ ବର୍ଷା ଦିନରେ ଜଳ ନିଷ୍କାସନ ହୋଇ ନପାରି ୩୦ରୁ ଊର୍ଦ୍ଧ୍ୱ ପରିବାର ଜଳବନ୍ଦୀ ହୋଇ ରହୁଛନ୍ତି। ଏନେଇ ଅଭିଯୋଗ କଲେ ମଧ୍ୟ ଜବରଦଖଲ ଉଚ୍ଛେଦ ନେଇ ସରପଞ୍ଚ କୌଣସି ବ୍ୟବସ୍ଥା କରୁ ନଥିବା ନାଏବ ସରପଞ୍ଚ ସୁଚିସ୍ମିତା ଜେନାଙ୍କ ସମେତ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଏନେଇ ତୁରନ୍ତ ଉଚିତ ପଦକ୍ଷେପ ନେବାକୁ ସେମାନେ ଜିଲ୍ଲାପାଳଙ୍କୁ ଦାବି ଜଣାଇଛନ୍ତି। ଏହି ପରିପ୍ରେକ୍ଷୀରେ ଏକ ଦାବିପତ୍ର ସେମାନେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.