Home Coronavirus Outbreak ମୋଦୀଙ୍କ ହେଲିକେପ୍ଟର୍ ଯାଞ୍ଚ କରିଥିବା ଆଇଏଏସ୍ ଅଧିକାରୀ ଏବେ ଜମାତିଙ୍କୁ ସମର୍ଥନ କରିବାକୁ ଯାଇ କହିଲେ...

ମୋଦୀଙ୍କ ହେଲିକେପ୍ଟର୍ ଯାଞ୍ଚ କରିଥିବା ଆଇଏଏସ୍ ଅଧିକାରୀ ଏବେ ଜମାତିଙ୍କୁ ସମର୍ଥନ କରିବାକୁ ଯାଇ କହିଲେ ଗୋଦୀ ମିଡିଆ: କାରଣ ଦର୍ଶାଅ ନୋଟିସ୍

672

ଭୁବନେଶ୍ୱର: କୋଭିଡ୍ -୧୯ ଆକ୍ରାନ୍ତ ରୋଗୀଙ୍କ ପାଇଁ ପ୍ଲାଜମା ଥେରାପିକୁ ସୁଗମ କରିବା ପାଇଁ ତବଲିଗୀ ଜାମାତ ସଦସ୍ୟମାନେ କିପରି ରକ୍ତ ଦାନ କରୁଛନ୍ତି, ତାହା ଉପରେ ରିପୋର୍ଟ୍ ପ୍ରକାଶ କରୁନଥିବା ଅଭିଯୋଗ କରି ଏବଂ ଗୋଦି ମିଡିଆ କହି ଆକ୍ଷେପ କରି ଜଣେ ଆଇଏଏସ୍ ଅଧିକାରୀ ଟ୍ୱିଟ କରିଥିବାରୁ ତାଙ୍କୁ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ ପଠାଯାଇଛି। ସୂଚନାଯୋଗ୍ୟ ଯେ “ଗୋଦି ମିଡିଆ” ଶବ୍ଦ ହେଉଛି ଗଣମାଧ୍ୟମ ପ୍ରତି ଏକ ଅପମାନଜନକ ସନ୍ଦର୍ଭ ଯାହା ମୋଦି ସରକାରଙ୍କୁ ଅନ୍ଧ ଭାବରେ ସମର୍ଥନ କରୁଥିବା କୁହାଯାଏ।

କର୍ଣ୍ଣାଟକ ପଛୁଆ ବର୍ଗ କଲ୍ୟାଣ ବିଭାଗର ସଚିବ ମହମ୍ମଦ ମୋହସିନ୍ ଏପରି ଟ୍ୱିଟ୍ କରିଥିଲେ। ତାଙ୍କ ଟ୍ୱିଟ୍ ଏବେ ଡିଲିଟ୍ ହୋଇଯାଇଛି। ଟ୍ୱିଟରେ ମୋହସିନ୍ ଲେଖିଥିଲେ ଯେ ୩୦୦ରୁ ଉର୍ଦ୍ଧ୍ଵ ତବଲିଗ୍ ହିରୋ କେବଳ ନୂଆଦିଲ୍ଲୀରେ ଦେଶସେବା କରିବା ପାଇଁ ସେମାନଙ୍କ ପ୍ଲାଜମା ଦାନ କରୁଛନ୍ତି। ମାନବିକତାର କାର୍ଯ୍ୟ ଏହି ହିରୋମାନଙ୍କ ଦ୍ୱାରା କରାଯାଇଛି। କ’ଣ ଗୋଦି ମିଡିଆ ସେମାନଙ୍କ କାର୍ଯ୍ୟ ପ୍ରଦର୍ଶନ କରିବେ ନାହିଁ। ପ୍ଲାଜ୍ମା ଥେରାପିରେ ଆଣ୍ଟିବଡି ସମୃଦ୍ଧ ରକ୍ତ ଥିବା ରୋଗୀଙ୍କୁ ସ୍ଥାନାନ୍ତର କରାଯାଏ। ଅନେକ ତବଲିଗୀ ଜାମାତ ସଦସ୍ୟ ଯେଉଁମାନେ କୋଭିଡ୍ -୧୯ରୁ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ପ୍ଲାଜାରେ କରୋନା ଭାଇରସ୍ ବିରୁଦ୍ଧରେ ଉଚ୍ଚ ସ୍ତରର ଆଣ୍ଟିବଡି ଅଛି, ସେମାନେ ପରୀକ୍ଷାମୂଳକ ଭାବରେ ପ୍ଲାଜମା ଥେରାପି ପାଇଁ ସେମାନଙ୍କ ରକ୍ତ ଦାନ କରିଛନ୍ତି। ଗଣମାଧ୍ୟମ ଏହା ପୂର୍ବରୁ ବ୍ୟାପକ ପ୍ରସାରଣ ହୋଇଆସୁଛି ​​ଯେ, ମାର୍ଚ୍ଚରେ ଦିଲ୍ଲୀର ତବଲିଗି ଜମାତି ଦେଶରେ କରୋନା ଭୂତାଣୁ ବିସ୍ତାର କରିବାରେ ମୁଖ୍ୟ କାରଣ ଥିଲେ। ଯେଉଁଥିରେ ତବଲିଗି ଜମାତି ଜାଣିଶୁଣି ସଂକ୍ରମଣ ବିସ୍ତାର କରିଥିବା ଅଭିଯୋଗ ହେଉଛି।

କର୍ଣ୍ଣାଟକର ବିଜେପି ସରକାରଙ୍କ ତରଫରୁ ଦିଆଯାଇଥିବା ନୋଟିସରେ ମୋହସିନଙ୍କୁ ପାଞ୍ଚ ଦିନ ମଧ୍ୟରେ ସ୍ପଷ୍ଟିକରଣ ଦେବାକୁ କୁହାଯାଇଛି ଯେ କାହିଁକି ତାଙ୍କ ଟ୍ୱିଟକୁ ଅଲ୍ ଇଣ୍ଡିଆ ସର୍ଭିସେସ୍ (ଆଚରଣ) ନିୟମ, ୧୯୬୮ର ଉଲ୍ଲଂଘନ ବୋଲି ଧରାଯିବନି ଏବଂ ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ। ଅଲ୍ ଇଣ୍ଡିଆ ସର୍ଭିସେସ୍ (ଆଚରଣ) ୧୯୬୮ ନିୟମ ୭ ଅନୁଯାୟୀ ସରକାରୀ କର୍ମଚାରୀଙ୍କୁ ଯେ କୋୖଣସି ଦୃଷ୍ଟିକୋଣରୁ ସରକାର କିମ୍ବା ସରକାରଙ୍କ ନୀତିକୁ ସମାଲୋଚନା କରିବା କିମ୍ବା ଅନ୍ୟ ସରକାରଙ୍କ ସହ ନିଜ ସରକାରଙ୍କ ସମ୍ପର୍କକୁ ଲଜ୍ଜାଜନକ କରିବା ପରି ଟିପ୍ପଣୀ ଦେବାକୁ ବାରଣ କରେ। ସରକାରଙ୍କ ତରଫରୁ ନୋଟିସ୍ ପାଇବା ପରେ ମୋହସିନ୍ କହିଛନ୍ତି ଯେ ହଁ, ମୁଁ ନୋଟିସ୍ ପାଇଛି ଏବଂ ମୁଁ ଖୁବ୍ ଶୀଘ୍ର ଉତ୍ତର ଦେବାକୁ ଯାଉଛି।

ସୂଚନାଯୋଗ୍ୟ ଯେ, ବିହାରର ୧୯୯୬- ବ୍ୟାଚ୍ ଅଧିକାରୀ ମହମ୍ମଦ ମୋହସିନ୍ ପୂର୍ବରୁ ଓଡ଼ିଶାର ସମ୍ବଲପୁର ପାଇଁ ନିର୍ବାଚନ ଆୟୋଗର ଜିଲ୍ଲା ପର୍ଯ୍ୟବେକ୍ଷକ ଥିଲେ। ଯେତେବେଳେ ଗତ ବର୍ଷ ଏପ୍ରିଲରେ ମୋଦୀ ଏକ ନିର୍ବାଚନୀ ସଭା ପାଇଁ ଯାଇଥିଲେ ମହମ୍ମଦ ମୋହସିନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକେପ୍ଟର୍ ଯାଞ୍ଚ କରିଥିଲେ। ଏହାପରେ ତାଙ୍କୁ ନିଲମ୍ବନ କରଯାଇଥିଲା। କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ ଏକ ସପ୍ତାହ ମଧ୍ୟରେ ମୋହସିନ୍‌ଙ୍କ ନିଲମ୍ବନକୁ ସ୍ଥଗିତ ରଖିଥିଲେ ଏବଂ ପରେ ନିର୍ବାଚନ ଆୟୋଗ ଏହାକୁ ପ୍ରତ୍ୟାହାର କରି ନେଇଥିଲେ। -ଦେବଦତ୍ତ ରଥ

ପ୍ରଚାର ନୁହେଁ, ମୋଦିଙ୍କ ଅପପ୍ରଚାର କରୁଛି ଓଡ଼ିଶା ବିଜେପି ..

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.