ହାଟଡିହି, ୧୮/୯ : (ଓଡିଆପୁଅ / ବିକାଶ ବିଶ୍ୱାଳ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ତମ ଜନ୍ମଦିବସ ଅବସରରେ ବିଜେପି ପକ୍ଷରୁ ସାରା ଦେଶରେ ଚାଲିଥିବା ସେବା ସପ୍ତାହ ନାମରେ ବିଭିନ୍ନ ସେବା କାର୍ୟ୍ୟ ଚାଲୁ ରହିଛି । ଏହି କାର୍ୟ୍ୟକ୍ରମ ସେପ୍ଟେମ୍ବର ୧୭ରୁ ଆରମ୍ଭ ହୋଇ ଅକ୍ଟୋବର ୭ତାରିଖ ପର୍ୟ୍ୟନ୍ତ ଚାଲୁ ରହିବ । ଏହି ଅବସରରେ ଆଜି ଆନନ୍ଦପୁର ବିଜେପି ନେତା ଆଲୋକ ସେଠୀଙ୍କ ନେତୃତ୍ୱରେ ନିକଟସ୍ଥ ବିଷ୍ଣୁପ୍ରୀୟା ବାଳାଶ୍ରମରେ ଅନ୍ତେବାସୀମାନଙ୍କୁ ଫଳ, ବିସ୍କୁଟ, ଚକଲେଟ, ମିଷ୍ଠାନ୍ନ ଆଦି ବଣ୍ଟନ କରିଥିଲେ । ଏହି କାର୍ୟ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ଜ୍ାନ ରଞ୍ଜନ ସାମନ୍ତ ସିଂହାର, ବରିଷ୍ଠ ନେତା ରାମଚନ୍ଦ୍ର ସାହୁ, ଯଜ୍ଞ ପ୍ରସାଦ ସାହୁ, ସୁଶାନ୍ତ ଜେନା, ହରମୋହନ ଶାସିନି, ନିତ୍ୟାନନ୍ଦ ବେହେରା, ତୃପ୍ତୀମୟୀ ଜେନା, ପ୍ରଶାନ୍ତ ମହାପାତ୍ର, ଶଶିକାନ୍ତ ରାଉତ, କୃଷ୍ଣଚନ୍ଦ୍ର ଜେନା, ଦୀପକ ଜେନା, ଦାମୋଦର ସାହୁ, ଲମ୍ବୋଦର ଜେନା ପ୍ରମୁଖ ଯୋଗ ଦେଇଥିଲେ ।