Home ଓଡ଼ିଶା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର ପ୍ରଧାନ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର ପ୍ରଧାନ

778

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର ପ୍ରଧାନ – ଓଡିଶାକୁ ୨ ମନ୍ତ୍ରୀ ଦେଇଥିବାରୁ ସାଧୁବାଦ
– ମୋଦିଜୀଙ୍କ ଦୃଷ୍ଟିଭଙ୍ଗି ଆଧାରରେ ହେବ ଓଡିଶାର ନିର୍ମାଣ

ଭୁବନେଶ୍ୱର/ନୂଆଦିଲ୍ଲୀ, ମେ ୩୦ (ଓଡ଼ିଆ ପୁଅ) : ମୋଦିଜୀଙ୍କ ୨ୟ ପାଳି ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଓ ନୂଆ କରି ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ପ୍ରତାପ ଷଡଙ୍ଗୀଙ୍କ ଉପସ୍ଥିତିରେ ଗଣମାଧ୍ୟମଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଗତ ୫ ବର୍ଷରେ ଭଲ କାମ କରିବା ଯୋଗୁଁ ଓଡିଶାବାସୀ ଆଶା ଓ ଭରସା ରଖି ବିଜେପିକୁ ଅଦ୍ଭୁତପୂର୍ବ ଜନ ସମର୍ଥନ ଦେଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଆଗାମୀ ୫ ବର୍ଷରେ ଆହୁରି ନିଷ୍ଠା ଓ ମନ ପ୍ରାଣ ଲଗାଇ କାର୍ଯ୍ୟ କରି ଓଡିଶାବାସୀଙ୍କ ସେବା କରିବାକୁ ମୋଦି ମନ୍ତ୍ରିମଣ୍ଡଳ ଏଥିପାଇଁ ସମର୍ପିତ।

ମୋଦିଜୀଙ୍କ ମାର୍ଗଦର୍ଶନ ଓ ଦୃଷ୍ଟିକୋଣ ଆଧାରରେ ନୂଆ ଭାରତର ନୂଆ ଓଡିଶାର ପ୍ରଗତି ସମ୍ଭବ ବୋଲି ପ୍ରଧାନ କହିଛନ୍ତି।

ମୋଦିଜୀଙ୍କ ୨ୟ ପାଳି ମନ୍ତ୍ରିମଣ୍ଡଳରେ ଓଡିଶାର ୨ ଜଣଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିଥିବାରୁ ସେ ପ୍ରଧାନମନ୍ତ୍ରୀ ଓ ବିଜେପି ନେତୃବୃନ୍ଦଙ୍କୁ ଧନ୍ୟବାଦ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.