Home ଜିଲ୍ଲା ପରିକ୍ରମା ମେଗା ଉଠାଜଳସେଚନ ପ୍ରକଳ୍ପ ଘୋଷଣାନେଇ ଶିଖପାଲି ଠାରେ ବିରାଟ ଆଦିବାସି ଜନ ସମାବେଶ ରେ ମନ୍ତ୍ରୀଙ୍କ...

ମେଗା ଉଠାଜଳସେଚନ ପ୍ରକଳ୍ପ ଘୋଷଣାନେଇ ଶିଖପାଲି ଠାରେ ବିରାଟ ଆଦିବାସି ଜନ ସମାବେଶ ରେ ମନ୍ତ୍ରୀଙ୍କ ସହିତ ଚଳଚିତ୍ର ଅଭିନେତ୍ରୀ

485

ମାଲାକନଗିରି, ୨୮ା୨ (ଓଡିଆ ପୁଅ ) ନିର୍ବାଚନ ଯେତେପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ପ୍ରସାର ଯୋରଦାର ଆରମ୍ଭ ହୋଇ ଯାଇଛି। ସେଥି ମଧ୍ୟରୁ ବିଜେଡି ଦଳ ଦୁଇପାଦ ଆଗରେ ରହିଛି, ବିଧାୟକ ପ୍ରାର୍ଥୀପାଇଁ ନାମ ଘୋଷଣା ନ ହୋଇଥିଲେ ମଧ୍ୟ ଶାସକ ଦଳ ବିଜେଡି ପାର୍ଟି ପକ୍ଷରୁ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଉଦଘାଟିତ, ଭିତିପ୍ରସ୍ତର ସ୍ଥାପନ ଓ ଚଳଚିତ୍ର ଅଭିନେତ୍ରୀ ମାନଙ୍କୁ ନେଇ ପ୍ରଚାର ଆରମ୍ଭ ହୋଇ ଯାଇଛି।ମାଲକାନଗିରି ବ୍ଲକସ୍ଥ ଶିଖପାଲି ପଚାଂୟତରେ ଗୋରାଖୁଟାଂ ସରପଚଂ ଏରା ମାଡକାମି ଙ୍କ ଅଧ୍ୟ କ୍ଷତାରେ ଅନୁଷ୍ଟିତ ସଭାରେ କ୍ରୀଡା ଯୁବବ୍ୟାପାର ମନ୍ତ୍ରୀ ଚନ୍ଦ୍ରସାରଥିବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ, ସମ୍ମାନିତ ଅତିଥି ଭାବେ ରାଜ୍ୟବିହନ ନିଗମର ଅଧ୍ୟକ୍ଷ ପୁର୍ବତନ ମନ୍ତ୍ରୀ ଅରବିନ୍ଦଢାଲ, ମାଲକାନଗିରି ବିଧାୟକ ମାନସ ମାଡକାମି, ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ଆଡମା ରାବା ଓ ଚଳଚିତ୍ର ଅଭିନେତ୍ରୀ ପିଙ୍କୀ ପ୍ରୀୟଦର୍ଶନୀ, ମାଲକାନଗିରି ବ୍ଲକ ଅଧ୍ୟକ୍ଷ ଅକ୍ଷୟକୁମାର ନାୟକ, ବଂଶୀଧର ମୁଦୁଲି, ସୁବାସ ବାନାର୍ଜୀ, ପ୍ରଭାକରପ୍ରଧାନ, ଦହନା ଟାଙ୍ଗୁଲ ଓ ତଣ୍ଡାପାଲି, ଚାଲାଣଗୁଡା, ମାଟେରୁ, ନିଲିଗୁଡା, ମାଟାପେକା, ଶିଖପାଲି, ଗୋରଖୁଟାଂ ସାତଟି ଗ୍ରାମପଚାଂୟତର ସରପଚଂ ଲୋକପ୍ରତିନିଧି, ଗ୍ରାମବାସୀ ମାନେ ଉପସ୍ଥିତ ରହି ଜନସମାବେଶରେ ଉଦବୋଧନ ଦେଇଥିଲେ। ଚଳଚିତ୍ର ଅଭିନେତା ଅରିନ୍ଦମ ଏହି କାର୍ଯ୍ୟକ୍ରମରେ ଯୋଗଦେବାର ଥିଲେ ମଧ୍ୟ କୌଣସି କାରଣ ଯୋଗୁ ସେ ଯୋଗଦେଇ ପାରିନଥିଲେ। ଏହି ସମାବେଶରେ ମୁଖ୍ୟଆକର୍ଷଣ ଥିଲେ ଚଳଚିତ୍ର ଅଭିନେତ୍ରୀ ପିଙ୍କୀ ପ୍ରୀୟଦର୍ଶନୀ, ତାଙ୍କୁ ଦେଖିବା ପାଇଁ ବିଭିନ୍ନ ଆଦିବାସୀ ଗ୍ରାମରୁ ଶହଶହ ସଂଖ୍ୟାରେ ଆଦିବାସୀ ମହିଳୀ ଓ ପୁରଷ, ଯୁବକ ଓ ଯୁବତୀ ମାନଙ୍କ ଭିଡ ଲାଗିଯାଇଥିଲା। ଏହି କାର୍ଯ୍ୟକ୍ରମରେ ୭ଟି ପଚାଂୟତ ରେ ଚାଷଜମିରେ ଜଳସେଚନର ବ୍ୟବସ୍ଥା ପାଇଁ ମନ୍ତ୍ରୀଙ୍କ ଦ୍ୱାରା ବୃହତ ଉଠା ଜଳସେଚନ ପ୍ରକଳ୍ପ ହେବା ପାଇଁ ଘୋଷଣା କରାଯାଇଥିଲା। ଏହି ସମାବେଶରେ ୭ଟି ପଚାଂୟତର ସରପଚଂ, ସମତି ସଭ୍ୟ, ସଭ୍ୟା, ପେଦା, ପୁଜାରୀ, ନାୟକ, ଚାଲାଣ, ଦିଶାରୀ, ଓ୍ୟାର୍ଡେ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ଅଚଂଳର ସମସ୍ୟା ସଂପର୍କରେ ଆଲୋଚନା କରିକରିଥିଲେ। ଶେଷରେ କୋୟା, ପରଜା ଢେମସା ନୃତ୍ୟପରିବେଷଣ କରାଯାଇଥିଲା।

ସଭା ମଚଂରେ ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ଓ ଅନ୍ୟାନ ମହିଳା ନେତ୍ରୀ ମାନଙ୍କୁ ସ୍ଥାନଦିଆ ଯାଇ ନଥିବାରୁ ସେମାନେ ଖପା ହୋଇ ସଭାବର୍ଜନ କରିଥିଲେ। ଶିଖପାଲ୍ଲି ସମାବେଶକୁ ପୁବ ର୍ତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ତଥା ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ପଦ୍ମିନୀମୁଦୁଲି, ମା ଘରର ସଭାନେତ୍ରୀ ପ୍ରଶାନ୍ତି ବିଷୋୟୀ, ଲକ୍ଷ୍ମି ବିଶ୍ୱାସ, କୁନି ନାୟକ ମହିଳା ନେତ୍ରୀ ମାନେ ଯାଇଥିଲେ। ସଭା ମଚଂରେ ସେମାନଙ୍କୁ କୌଣସି ସ୍ଥାନ ନଦେବାରୁ ଏହି ୪ଜଣ ମହିଳାନେତ୍ରୀ ସଭାବର୍ଜନ କରି ନିଜ ଘରକୁ ଫେରି ଯାଇଥିଲେ। ଏ ସଂପର୍କରେ ମହିଳା ନେତ୍ରୀ ପଦ୍ମିନୀ ମୁଦୁଲି ତାଙ୍କ ପ୍ରତିକ୍ରୀୟାରେ କହିଛନ୍ତି ରାଜ୍ୟସରକାର ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନପଟନାୟକ ମହିଳାମାନଙ୍କୁ ଅଗ୍ରାଧିକାର ଦେଇ ମିଶନ ଶକ୍ତୀ ଗଠନକରୁଥିବାବେଳେ ଶିଖପାଲି ଠାରେ କେତଜଣ ଅଣ ଆଦିବାସୀଙ୍କ ଦ୍ୱାରା ଆୟୋଜିତ ସମାବେଶରେ ମହିଳାଙ୍କୁ ସ୍ଥାନ ନଦେବା ଅତ୍ୟନ୍ତ ଲଜ୍ୟାକର ବିଷୟ, ରାଜ୍ୟର ଆଦିବାସୀ ଅଧ୍ୟୁଷିତ ୯ଟି ଜିଲ୍ଲାରେ ଗଠନ ହୋଇଥିବା ସ୍ୱତନ୍ତ୍ର ଉନ୍ନୟନ ବିକାଶପରିଷଦରେ କେବଳ ଆଦିବାସୀ ମାନଙ୍କୁ ରଖା ଯାଇଥିବାବେଳେ ମାଲକାନଗିରି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ରେ କେତକ ଅଣ ଆଦିବାସୀ ରହି ଏପରି ବିଭ୍ରାନ୍ତି ସୃଷ୍ଟିକରୁଛନ୍ତି। ବିଜେଡି ନେତା ଓ ଦଳର ଯେ କୌଣସି ସ୍ଥାନରେ ସଭାସମିତି କରାଗଲେ ମହିଳା ନେତ୍ରୀ ମାନଙ୍କୁ ଅଗ୍ରାଧିକାର ଦେଉ ଥିବାବେଳେ ଶିଖପାଲ୍ଲି ଠାରେ ଆୟୋଜିତ ସମାବେଶ ରେ ମହିଳା ନେତ୍ରୀମାନଙ୍କୁ ଅସମ୍ମାନ କରିବା ଘଟଣା ଆଗାମି ଦିନରେ ଏହା ବିଜେଡି ନେତା ଓ ଦଳପ୍ରତି ମହଙ୍ଗାପଡିବ ବୋଲି ମହିଳାନେତ୍ରୀ ପଦ୍ମିନୀ ମୁଦୁଲି କହିଛନ୍ତି। ଏ ସଂପର୍କରେ ଜିଲ୍ଲାବିଜେଡି ସଭାପତି ତଥା ବିଧାୟକ ମାନସ ମାଡକାମିଙ୍କ ତାଙ୍କପ୍ରତିକ୍ରୀୟାରେ ସେକହିଥିଲେ ମହିଳା ନେତ୍ରୀଙ୍କୁ କିଛି ଅସମ୍ମାନ କରାଯାଇ ନାହିଁ, ଏହି ସମାବେଶ ୭ଟି ପଚାଂୟତର ସରପଚଂ ମାନେ ଆୟୋଜନକରିଥିଲେ, ସେମାନଙ୍କ ଦ୍ୱାରା କିଏ ଅତିଥି ହୋଇ ମଚଂରେ ବସିବେ ସେମାନେ ନିସ୍ପତି ନେଇଥିଲେ। ସଭାସ୍ଥଳରେ ଉପସ୍ଥିତ ଥିବା ସମସ୍ତ ବିଜେଡି ନେତା, କର୍ମୀ ଓ ଜନସାଧରଣ ମାନଙ୍କ ପାଇଁ ବସିବାର ଆୟୋଜନ କରାଯାଇଥିଲା। ମହିଳା ନେତ୍ରୀ ମାନଙ୍କ ପ୍ରତି ମୋର ଓ ଆମ ବିଜେଡି ଦଳର ଯଥେଷ୍ଟ ସମ୍ମାନ ରହିଛି। ସଭା କାର୍ଯ୍ୟରେ ବ୍ୟସ୍ତ ଥିବାରୁ ସେମାନେ କେତେବେଳେ ସଭାସ୍ଥଳରୁ ଫେରିଗଲେ ମୁ ଜାଣିପାରି ନାହିଁ ସେଥି ପାଇଁ ମୁ ଦୁଃଖିତ ବୋଲି ଶ୍ରୀ ମାଡକାମି ତାଙ୍କ ପ୍ରତି ଉତ୍ତରରେ କହିଛନ୍ତି।

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.