Home କେନ୍ଦୁଝର ମୃତ ରାଜେନ୍ଦ୍ରଙ୍କ ଅସହାୟ ପରିବାରକୁ ସହାୟତା ପାଇଁ ନିବେଦନ

ମୃତ ରାଜେନ୍ଦ୍ରଙ୍କ ଅସହାୟ ପରିବାରକୁ ସହାୟତା ପାଇଁ ନିବେଦନ

107

ହାଟଡିହି- ୨ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଳକ ଶିବନାରାୟଣପୁର ଗ୍ରାମର ରାଜେନ୍ଦ୍ର କୁମାର ସାହୁ ତାମିଲନାଡୁରେ କାମ କରୁଥିବାବେଳେ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ । ସେ ବାପା ମାଙ୍କର ଏକମାତ୍ର ପୁଅ ହୋଇଥିବାବେଳେ ଘରର ଆଥିକସ୍ଥିତି ଭଲ ନାହିଁ । ବାପା ନିରଞ୍ଜନ ସାହୁ ଦୀର୍ଘବର୍ଷ ହେଲା ମୁଖକର୍କଟ ରୋଗରେ ପୀଡିତ ଥିବାରୁ ତାଙ୍କର ନିୟମିତ ଚିକିତ୍ସା ଖର୍ଚ୍ଚ ଆବଶ୍ୟକ ହୋଇଥିବାବେଳେ ଘରେ କୌଣସି ସମ୍ବଳ ନାହିଁ । ଏପରି ଅବସ୍ଥାରେ ୨୨ବର୍ଷୀୟ ପୁଅ ରାଜେନ୍ଦ୍ର ବାପାର ଚିକିତ୍ସା ଖର୍ଚ୍ଚ ଓ ପରିବାର ଚଳାଇବାପାଇଁ ରାଜ୍ୟ ବାହାରକୁ କାମ କରିବାପାଇଁ ଯାଇଥିବାବେଳେ ସେଠାରେ ମୃତ୍ୟୁବରଣ କରିବାରୁ ପରିବାରଟି ଏବେ ଅସହାୟ ହୋଇପଡିଛି । ପୁଅର ଅକାଳ ମୃତ୍ୟୁରେ ମାର ଆଖିରୁ ଲୁହ ଶୁଖୁନି ଏବଂ ତା ବାପା ମୁକପ୍ରାୟ ହୋଇଯାଇଛନ୍ତି । ଏପରି ଅବସ୍ଥାରେ ଏହି ଦୁସ୍ଥ ପରିବାରଟିକୁ ସହାୟତା ପାଇଁ ଯଦି କେହି ସ୍ୱେଚ୍ଛାସେବୀ ସଂଗଠନ ଆଗେଇ ଆସନ୍ତେ କିମ୍ବା କେହି ସହୃଦୟ ବ୍ୟକ୍ତି ଉକ୍ତ ପରିବାରଟିକୁ ସହାୟତାର ହାତ ବଢ଼ାନ୍ତେ ତେବେ ନିରଞ୍ଜନଙ୍କ ଚିକିତ୍ସା ହୋଇପାରିବା ସହ ପରିବାରଟି କିଛିମାତ୍ରାରେ ଉପକୃତ ହୋଇପାରନ୍ତା । ଯଦି କେହି ସହଯୋଗର ହାତ ବଢ଼ାଇବାକୁ ଚାହୁଁଛନ୍ତି ତେବେ ସଶ୍ମିତା ସାହୁଙ୍କ ଏକାଉଣ୍ଟ ନମ୍ବର ୫୪୨୫୧୦୧୧୦୦୦୮୯୮୩ ଆଇଏଫସି କୋର୍ଡ ବିକେଆଇଡି ୦୦୦୫୪୨୫ରେ ସହାୟତା କରିବାକୁ ଯୁବ ସମାଜସେବୀ ଉମାକାନ୍ତ ରାଉତ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.