Home ଓଡ଼ିଶା ମୃତ୍ୟୁସହ ସଂଘର୍ଷ କରି ଆଖି ବୁଜିଦେଲେ ମହିଳା, ତଦନ୍ତ ପାଇଁ ସ୍ୱତନ୍ତ୍ର ପୁଲିସ ସ୍କାର୍ଡ ଗଠନ

ମୃତ୍ୟୁସହ ସଂଘର୍ଷ କରି ଆଖି ବୁଜିଦେଲେ ମହିଳା, ତଦନ୍ତ ପାଇଁ ସ୍ୱତନ୍ତ୍ର ପୁଲିସ ସ୍କାର୍ଡ ଗଠନ

181

ମାଲକାନଗିରି,୧୨ା୫ (ଓଡିଆ ପୁଅ ) ମାଲକାନଗିରି ପୁଲିସ କ୍ୟାଟିଂନରେ କାମକରୁଥିବା ଜଣେ ଗରିବ ଆଦିବାସୀ ମହିଳାଙ୍କୁ କ୍ଷତାକ୍ତ ଓ ଅଚେତ ଅବସ୍ଥାରେ ଗତ ୭ତାରିଖ ଦିନ ତାଙ୍କଘରୁ ଉଦ୍ଧାର କରାଯାଇଥିଲା, ପ୍ରଥମେ ମାଲାକନଗିରି ଜିଲ୍ଲା ହସପିଟାଲରେ ଚିକିତ୍ସା କରିବା ପରେ ସେଠାରୁ ଗତ କାଲି କୋରାପୁଟ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଅବସ୍ଥା ସଂଙ୍କାଟପନ୍ନ ହେବାରୁ ଗତକାଲି ରାତ୍ରରେ ବ୍ରହ୍ମପୁର ହସପିଟାଲକୁ ଉଚତର ଚିକିତ୍ସା ନିମନ୍ତେ ଡାକ୍ତରମାନେ ସ୍ଥାନାନ୍ତରିତ କରିଥିଲେ । ବ୍ରହ୍ମପୁର ହସପିଟାଲକୁ ଯାଉଥିବା ବେଳେ ରାୟଗଡା ନିକଟରେ ସେହି ମହିଳାଙ୍କର ମୃତ୍ୟୁ ହୋଇ ଯାଇଥିଲା । ଆଜି ରାୟଗଡା ହସପିଟାଲରେ ମହିଳାଙ୍କ ଶବ ବ୍ୟବଛେଦ ପରେ ତାଙ୍କ ସ୍ୱାମୀଙ୍କୁ ହସ୍ତାନ୍ତର କରିଛି ପୁଲିସ । ଏହି ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ଜିଲ୍ଲା ଓ ରାଜ୍ୟସ୍ତରେ ନାନା ପ୍ରକାର ପ୍ରତିକ୍ରୀୟା ପ୍ରକାଶ ପାଇଛି । ମହିଳାଙ୍କ ସ୍ୱାମୀ ଓ ମା ଘର ମହିଳା ମାନେ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି ମହିଳାଙ୍କୁ କୌଣସି ରୋଗ ହୋନଥିଲା,ସେ ପୁଲିସ କ୍ୟାଟିଂନରେ କାମକରୁଥିଲା । ତାଙ୍କୁ କେହି ଦୃବ ର୍ୁତ ଗଣଦୁସ୍କର୍ମ କରି କ୍ଷତାକ୍ତ ଅବସ୍ଥାରେ ତାଙ୍କ ଘରେ ଛଡି ଦେଇପଳାଇ ଥିଲେ ଚିକିତ୍ସାରେ ବିଳମ୍ବ ଯୋଗୁ ସେ ମହିଳାଙ୍କର ମୃତ୍ୟୁଘଟିଛି, ଏହାର ବିଧିବଦ୍ଧ ଭାବେ ତଦନ୍ତ କରି ଅପରାଧୀଙ୍କୁ କୋଠର ଦଣ୍ଡଦିଆଯାଉ ବୋଲି ମହିଳାଙ୍କ ସ୍ୱାମୀ,ରାଜ୍ୟ ମା ଘର ସଭାନେତ୍ରୀ ରୁତୁପୂଣ୍ଣ ର୍ା ମହାନ୍ତି ଓ ମାଲକାନଗିରି ମା ଘର ସଭାନେତ୍ରୀ ପ୍ରଶାନ୍ତି ଲତା ବିଷୋୟୀ ଦାବିକରିଛନ୍ତି । ଏ ସଂପର୍କରେ ମାଲକାନଗିରି ଏସପି ରିଶିକେଶ ଡି ଖିଲାରୀ ତାଙ୍କ ପ୍ରତିକ୍ରୀୟାରେ କହିଛନ୍ତି ମହିଳା ଜଣଙ୍କ ଗତକିଛି ମାସହେଲା ପୁଲିସ କ୍ୟାଟିଂନରେ ଦିନ ମଜୁରୀଆ ହିସାବରେ କାମକରୁଥିଲେ । ତାଙ୍କ ଦେହ ଅସୁସ୍ଥ ଥିବାରୁ ଗତ ୫ତାରିଖ ଠାରୁ ସେ କ୍ୟାଟିଂନକୁ କାମକରିବାକୁ ଯାଇନଥିବାର ଜଣାପଡିଛି ।୬ତାରିଖରେ ମଧ୍ୟ ସେ କାମକରିବାକୁ ଯାଇନଥିଲେ, ଗତ୭ତାରିଖ ଦିନ ମହିଳାଜଣକ କାମକରିବାକୁ ନ ଆସିବାରୁ କ୍ୟାଟିଂନ କିଛି କର୍ମଚାରୀ ମାନେ ତାଙ୍କଘରକୁ ଯାଇ କବାଟ ବାଡେଇ ଡାକିଥିଲେ । ସେ କବାଟ ନ ଖୋଲିବାରୁ କାହିଁକି କବାଟ ଖୋଲୁନାହଁନ୍ତି ଭାବି କବାଟକୁ ଜୋରଦାର ଠେଲିଦେବାରୁ କବାଟ ଖୋଲିଯାଇଥିଲା , ଘରେ ଦେଖିଲା ବେଳକୁ ସେ ମହିଳାଜଣଙ୍କ ଅଚେତ ଅବସ୍ଥାରେ ପଡିଥିଲେ , ଏ ସଂପର୍କରେ କର୍ମଚାରୀ ମାନେ କ୍ୟାଟିଂନ ଦାଇତ୍ୱରେ ଥିବା ପରିଚାଳକ ଙ୍କୁ ଖବର ଦେଇଥିଲେ ସେ ମହିଳାଜଣଙ୍କ ଘରେ ଅଚେତ ହୋଇପଡିଛନ୍ତି ବୋଲି । ଏ ଖବର ପାଇ କ୍ୟାଟିଂନ ଦାଇତ୍ୱରେ ଥିବା ପରିଚାଳକ ମହିଳାଙ୍କ ସ୍ୱାମୀଙ୍କୁ ଜଣାଇଥିଲେ । ତାଙ୍କ ସ୍ୱାମୀ ଆସିଲା ପରେ କ୍ୟାଟଂନ ଦାଇତ୍ୱରେ ଥିବା ପରିଚାଳକ ଓ ଅନ୍ୟକିଛି କର୍ମଚାରି ଟେକବାଡିକୁ ଯାଇ ସେ ମହିଳାଙ୍କୁ ମାଲକାନଗିରି ଜିଲ୍ଲାହସପିଟାଲକୁ ନେଇ ଚିକିତ୍ସା କରିଥିଲେ । ମହିଳାଙ୍କ ଅବସ୍ଥା ରେ ପରିବର୍ତନ ନହେବାରୁ ତାଙ୍କୁ ଡାକ୍ତର ମାନେ ୧୦ତାରିଖ ରାତ୍ରରେ କୋରାପୁଟ ହସପିଟାଲକୁ ସ୍ଥାନାନ୍ତର କରିଥିଲେ, ସେଠାରେ ତାଙ୍କ ଅବସ୍ଥା ରେ ଉନ୍ନତି ନହେବାରୁ ମହିଳାଙ୍କୁ ଗତକାଲି ରାତ୍ରରେ ବ୍ରହ୍ମପୁର ହସପିଟାଲକୁ ଚିକିତ୍ସା ନିମନ୍ତେ ନିଆଯାଉଥିଲା, ହସପିଟାଲରେ ପହଁଚିବା ପୁବ ର୍ରୁ ରାୟଗଡା ନିକଟରେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା , ରାୟଗଡା ପୁଲିସ ସେଠାରେ ପହଁଚି ମହିଳାଙ୍କ ମୃତ ଶରୀର ଜବତ କରି ରାୟଗଡା ହସପିଟାଲକୁ ଶବ ବ୍ୟବଛେଦ ନିମନ୍ତେ ପଠାଇଥିଲେ । ମହିଳାଙ୍କ ଶବ ବ୍ୟବଛେଦ ଆଜି ସରିଗଲା ପରେ ତାଙ୍କ ସ୍ୱାମୀଙ୍କୁ ଶବ ହସ୍ତାନ୍ତର କରିଦିଆଯାଇଛି । ସେ ମହିଳାଙ୍କୁ ଦୁସ୍କର୍ମ କରା ଯାଇଛି ବୋଲି ତାଙ୍କ ସ୍ୱାମୀ ଗତ ୭ତାରିଖ ରାତ୍ରରେ ମାଲକାନଗିରି ଥାନାରେ ଏତଲା ଦେବାପରେ ପୁଲିସ ପକ୍ଷରୁ ତଦନ୍ତ ଜାରିରହିଛି । ଏହାର ଉଚ୍ଚତର ତଦନ୍ତ ନିମନ୍ତେ ମାଲକାନଗିରି ଜିଲ୍ଲାପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ପୁଲିସ ସ୍କାର୍ଡ ଟିମ ଗଠନ କରାଯାଇଛି । ଏହି ଟିମରେ ଜଣେ ସହକାରୀ ଏସପି,ଜଣେ ଡିଏସପି ,ତିନିଜଣ ଇନିସପେକ୍ଟର ଙ୍କ ସହିତ ସବଇନିସ୍ପେକ୍ଟର ମାନେ ଅଛନ୍ତି । ସେମାନେ ତନା ଘନା ତଦନ୍ତ ଆରମ୍ଭ କରିଦେଇଛନ୍ତି, ମହିଳାରହୁଥିବା ଟେକବାଡି ସାହିରେ ଲାଗିଥିବା ସିସି କ୍ୟାମେରାର ଭିଡିଓ ଫୁଟେଜ ଜାଚଂ କରାଯାଇଛି । ପୁଲିସ ର ତଦନ୍ତରେ କିଛି ଅବହେଳା ହୋଇ ନାହିଁ । ଏ ସଂପର୍କରେ ମାଲକାନଗିରି ଥାନା କେସ ନମ୍ବର ୧୪୨/୨୦, ୩୨୩/୩୭୬ ଦଫାରେ କେସ ରୁଜୁ ୁକରାଯାଇଛି,ମହିଳାଙ୍କ ସ୍ୱାମୀଙ୍କ ଠାରୁ ଏତଲା ପାଇଲା ପରେ ସଙ୍ଗେ ସଙ୍ଗେ ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି,ହସପିଟାଲରେ ଚିକିତ୍ସିତ ହେଉଥିବା ମହିଳାଙ୍କର ଡାକ୍ତରମାଇନା ହୋଇଛି, ତାର ରିପୋର୍ଟ ହସ୍ତଗତ ହୋଇନାହିଁ, ମହିଳାଙ୍କ ଘର ଜାଚଂ କରିବା ସହ ଆଖାପାଖ ପଡିଶା ଙ୍କ ବୟାନ ନିଆଯାଇଛି, ପୋଷ୍ଟମଟମ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା କଣ ଜଣାପଡିବ । ଏହି ଘଟଣାରେ ଯିଏ ବି ଅପରାଧୀ ହେଉ ନା କାହିଁକି ତାଙ୍କୁ ଆଇନ ଅନୁସାରେ ଦଣ୍ଡଦିଆଯିବ ବୋଲି ଏସପି ଶ୍ରୀ ଖିଲାରୀ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.