Home ଜିଲ୍ଲା ପରିକ୍ରମା ମୃତ୍ତିକା ସଂରକ୍ଷଣ କ୍ଷେତ୍ର କର୍ମଚାରୀ ସଂଘର ରାଜ୍ୟ ସମ୍ମିଳନୀ

ମୃତ୍ତିକା ସଂରକ୍ଷଣ କ୍ଷେତ୍ର କର୍ମଚାରୀ ସଂଘର ରାଜ୍ୟ ସମ୍ମିଳନୀ

41

ପୁରୀ, ୪/୧୨ (ଓଡ଼ିଆ ପୁଅ) ଓଡ଼ିଶା ରାଜ୍ୟ ମୃତ୍ତିକା ସଂରକ୍ଷଣ ଅଣ ଗେଜେଟେଡ କ୍ଷେତ୍ର କର୍ମଚାରୀ ସଂଘର ୧୪ତମ ରାଜ୍ୟ ସମ୍ମିଳନୀ ସ୍ଥାନୀୟ ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ହୋଇଛି। ଉକ୍ତ ସମ୍ମିଳନୀକୁ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ନିର୍ଦ୍ଦେଶକ ଶ୍ରୀଯୁକ୍ତ ହେମନ୍ତ କୁମାର ପଣ୍ଡା ପ୍ରଦୀପ ପ୍ରଜ୍ଜଳନ କରି ଉଦ୍ଘାଟନ କରି ଥିବା ବେଳେ ବିଭାଗୀୟ ଯୁଗ୍ମ ନିର୍ଦେଶକ ଇଞ୍ଜିନୟର ଶ୍ରୀ ସନ୍ତୋଷ କୁମାର ଖଟୁଆ ଏବଂ ପୁରୀ ଜିଲ୍ଲାର ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ଦାମୋଦର ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟତଃ ଭବେ ବିଶିଷ୍ଟ ଶିକ୍ଷକ ନେତା ପ୍ରାଧ୍ୟାପକ ସୁରତ ମଲ୍ ସାହା କଲେଜ୍ ର ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ଜେନା ଯୋଗ ଦେଇଥିଲେ। ସଭା ଆରମ୍ଭ ହେବା ପୂର୍ବରୁ ସଙ୍ଘର ପତାକା ଉତ୍ତୋଳନ ଓ ସହିଦ୍ ବେଦୀରେ ପୁଷ୍ପ ମାଲ୍ୟ ପ୍ରଦାନ କରାଯାଇଥିଲା। ସଙ୍ଘର ସମ୍ମାନୀୟ ସଭାପତି ଶ୍ରୀ ଦ୍ବାରିକା ନାଥ ମହାପାତ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଙ୍ଘ ର ସାଧାରଣ ସମ୍ପାଦକ ବିବରଣୀ ପାଠ କରିଥିଲେ। ସାଧାରଣ ସମ୍ପାଦକ ଙ୍କ ବିବରଣୀ ରେ କର୍ମଚାରୀ ଙ୍କ କ୍ୟାବ୍ ର ପୁନର୍ଗଠନ କରି ମୃତ୍ତିକା ସଂରକ୍ଷଣ ଓଭର ସିଆଲ ପଦବୀର ସଂଜ୍ଞା ସହକାରୀ ବ୍ଲକ ମୃତ୍ତିକା ସଂରକ୍ଷଣ ଅଧିକାରୀ ଏବଂ ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମଚାରୀ ପଦବୀର ସଂଜ୍ଞା ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ ଅଧିକାରୀ ସହ ପ୍ରତ୍ୟେକ ଙ୍କୁ ଅପଗ୍ରେଡ କରିବା, ଖାଲିଥିବା ପଦ ପୂରଣ କରିବ ସଙ୍ଘ କାଯ୍ୟାଳୟ ପାଇଁ ଭୁବନେଶ୍ବର ଠାରେ ଏକ ସରକାରୀ ଗୃହ ଯୋଗାଇ ଦେବା ପାଇଁ ଦାବି କରିଥିଲେ। ବିଭାଗୀୟ ନିର୍ଦ୍ଦେଶକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏବଂ ବିଭାଗୀୟ ଯୁଗ୍ମ ନିର୍ଦେଶକ ଯୋଗ ଦେଇ ଉଭୟ କର୍ମଚାରୀ ଙ୍କ ସମସ୍ୟା ଯୁକ୍ତି ଯୁକ୍ତ ଏବଂ ଖୁବ୍ ଶୀଘ୍ର ତାହା ପୂରଣ ହେବବୋଲି ପ୍ରତି ଶ୍ରୁତି ଦେଇଥିଲେ। କର୍ମଚାରୀ ମାନେ ନିଷ୍ଠାର ସହ ସରକାରୀ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଆହ୍ବାନ ଦେଇଥିଲେ। ମୁଖ୍ୟ ବକ୍ତା ସବୁ ବର୍ଗ ର କର୍ମଚାରୀଙ୍କ ସମସ୍ୟା ସଙ୍ଗଠନ ମାଧ୍ୟମରେ ହାସଲ କରିବା ନିଷ୍ପତି ନିଆଯାଇ ଯାଇଥିବା ଯୋଗୁଁ ସଙ୍ଗ କୁ ଅଧିକ ଦୃଢ଼ କରିବା ପାଇଁ ଆହ୍ବାନ ଦେଇଥିଲେ। ସମ୍ପ୍ରତିକ ପରିସ୍ଥିତି ରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ ଆଭିମୁଖ୍ୟ କୁ ଦୃଢ଼ ସମାଲୋଚନା କରିବା ସହ ଠିକା ନିଯୁକ୍ତି ପ୍ରଥା ବାତିଲ ସ୍ଥିରୀକୃତ ପେନସନ ବ୍ୟବସ୍ଥା ପ୍ରଚଳନ ୪ ଭାଗ ମହଙ୍ଗା ଭର୍ତ୍ତା ସହ ୧୮ ମାସର ଏଗ୍ରିମେଣ୍ଟ ପ୍ରଦାନ କରିବା ପାଇଁ ସରକାରଙ୍କ ନିକଟରେ ଦାବି କରିଥିଲେ। ଅପରାହ୍ନ ଅଧିବେଶନରେ କର୍ମକର୍ତ୍ତା ନିର୍ବାଚନ କରାଯିବ ବୋଲି ସୂଚନା ଦିଆଯାଇଥିଲା ବୋଲି ସମ୍ପାଦକ ଶ୍ରୀ ସ୍ୱାଇଁ ଙ୍କ ନିକଟରୁ ପ୍ରକାଶ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.