Home Top News ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ନେଇ ବ୍ୟାପକ ପ୍ରସ୍ତୃତି, ଜିଲ୍ଲାରେ ମାଳ ମାଳ ମନ୍ତ୍ରୀ, ଏମଏଲଏ

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ନେଇ ବ୍ୟାପକ ପ୍ରସ୍ତୃତି, ଜିଲ୍ଲାରେ ମାଳ ମାଳ ମନ୍ତ୍ରୀ, ଏମଏଲଏ

50

କଳାହାଣ୍ଡି ତା.୧୩.୦୧ (ଓଡିଆ ପୁଅ) ଆସନ୍ତା ୧୪ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ନେଇ କଳାହାଣ୍ଡି ଚଳଚଂଚଳ ହୋଇଉଠିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଭବାନୀପାଟଣା ଠାରେ ମନ୍ତ୍ରୀ ଓ ଜିଲ୍ଲା ବାହାର ର ଏମଏଲଏ ମିଶି ପ୍ରାୟ ୬୧ ଜଣ ଡେରା ପକାଇଥିବା ଜଣାପଡିଛି। କୋଭିଡ୧୯ ପରେ ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗସ୍ତ ହୋଇଥିବା କାରଣରୁ ଏହାର ଗୁରୁତ୍ୱ ମଧ୍ୟ ବଡିଯାଇଛି। ଅନ୍ୟପକ୍ଷରେ ଆଗାମୀ ସହରାଂଚଳ ନିର୍ବାଚନ ଏବଂ ପରବର୍ତ୍ତୀ ପଂଚାୟତ ନିର୍ବାଚନକୁ ଆଖି ଆଗରେ ରଖାଯାଇ ଏଭଲି ଏକ ବିଶାଳ କାର୍ଯ୍ୟକ୍ରମ କରାଯାଉଥିବା ବିଶେଷ କରି ମେଗା ଲିଫ୍ଟ ଯୋଜନାର ଲୋକାର୍ପଣ କରି ସରକାର ଚାଷୀ ମାନଙ୍କ ନିକଟବର୍ତି ହେବାକୁ ଚେଷ୍ଟା ଚଳାଇଥିବା ରାଜନୈତିକ ବିଶେଷଜ୍ଞ ମାନେ ପ୍ରକାଶ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲାପ୍ରଶାସନ ଯୋରଦାର ପ୍ରସ୍ତୃତି ଚଳାଇଥିବା ବେଳେ ସଭାସ୍ଥଳକୁ ଯିବା ପାଇଁ କୋଭିଡ ପରୀକ୍ଷା କୁ ବାଧ୍ୟତାମୂଲକ କରାଯାଇଛି। ସରକାରୀ ପଦାଧିକାରୀ, ପୋଲିସ, ଗଣମାଧ୍ୟମ ପ୍ରତିନିଧି, ରାଜନେତା, କର୍ମୀ ଠାରୁ ଆରମ୍ଭ କରି ସଭାସ୍ଥଳରେ ସାମିଲ ହେବାକୁ ଥିବା ପ୍ରାୟ ୩୫୦୦ ଜଣଙ୍କ କୋଭିଡ ପରୀକ୍ଷା କରାଯାଇଥିବା ଜଣାପଡିଛି।

ମେଗା ଲିଫ୍ଟ ଯୋଜନାରେ ସାମିଲ ହେଉଥିବା ଜୟପାଟଣା ବ୍ଲକର ୧୨, କୋକସରା ବ୍ଲକ ର ୧୫ ଓ ଧର୍ମଗଡ ବ୍ଲକର ୧୧ ଖଣ୍ଡ ଗ୍ରାମକୁ ଆଜି ୧୩ ତାରିଖ ଦିନ ମନ୍ତ୍ରୀ ଓ ଏମଏଲଏ ମାନଙ୍କର ଗସ୍ତ କାର୍ଯ୍ୟକ୍ରମ ରହିଛି। ସେମାନେ ସରକାରଙ୍କ ବିଭିନ୍ନ କଲ୍ୟାଣ ମୂଲକ ଯୋଜନା ସଂପର୍କରେ ଲୋକଙ୍କୁ ସଚେତନ କରାଇବେ ବୋଲି କୁହାଯାଇଛି।

ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁରର ପ୍ରିନ୍ସ ଡାନ୍ସ ଗ୍ରୁପ, ବଲାଙ୍ଗୀରର ସାଂସ୍କୃତିକ ଦଳ ସମେତ ଜିଲ୍ଲା ବାହାରୁ ଆସୁଥିବା ରାଜନେତା, କର୍ମୀ, ଗଣମାଧ୍ୟମ ପ୍ରତିନିଧି ତଥା ସରକାରୀ ପଦାଧିକାରୀ ମାନେ ନିଜ ଜିଲ୍ଲାରେ କୋଭିଡ ପରୀକ୍ଷା କରାଇ ଆସୁଥିବା ଜଣାପଡିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ମୁଖ୍ୟମନ୍ତ୍ରୀ ସଭା ପାଇଁ ନିର୍ମାନ କରାଯାଇଥିବା ତିନିଟି ଯାକ ମଂଚ ସମେତ ହାଲିପ୍ୟାଡ, ସଭାସଯଥଲ ଇତ୍ୟାଦିକୁ ସାନିଟାଇଜ କରାଯିବାର ବ୍ୟବସ୍ଥା କରାଯାଇଛି।

ଯାଜପୁର ବିଧାୟକ ତଥା ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଙ୍କ ସହିତ କଳହାଣ୍ଡିରୁ ମନ୍ତ୍ରୀ ମଣ୍ଡଳରେ ସାମିଲ ଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ତଥା ରାଜ୍ୟ ସଭା ସାଂସଦ ସୂଜିତ କୁମାର, ଲାଂଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ଧର୍ମ ଗଡ ବିଧାୟକ ମୌଷଧି ବାଗ ଏବଂ ଜିଲ୍ଲା ବିଜେଡି ସଭାପତି ପୂର୍ବ ମନ୍ତ୍ରୀ ପଷ୍ପେନ୍ଦୁ ସିଂଦେଓ ପ୍ରମୂଖ ଜିଲ୍ଲାପ୍ରଶାସନ ସହିତ ସଭାସ୍ଥଳ ଇତ୍ୟାଦି ତଦାରଖ କରୁଥିବା ଦେଖାଯାଉଛି।

ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତ କରି ବହୁ ପ୍ରତିକ୍ଷିତ ମେଗା ଲିଫ୍ଟ ପ୍ରକଳ୍ପ ଲୋକାର୍ପଣ କରିବା ସହିତ ମୋଟ ୧୦୬୪.୮୬୨ କୋଟୀ ଟଙ୍କା ବିନିମୟରେ ୫୪ ଟି ପ୍ରକଳ୍ପର ଉଦଘାଟନ ଏବଂ ୧୦୨୦.୩୪୭ କୋଟୀ ଟଙ୍କା ବିନମୟରେ ୫୨ ଗୋଟି ପ୍ରକଳ୍ପର ଭିତି ପ୍ରସ୍ତର ସ୍ଥାପନ କରିବାର ଯୋଜନା ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.