Home ଓଡ଼ିଶା ମୁହଁରେ ମାସ୍କ ନାହିଁତ ପେଟ୍ରୋଲ,ଔଷଧ, ଅତ୍ୟବଶ୍ୟକିୟ ସାମଗ୍ରୀ ନାହିଁ

ମୁହଁରେ ମାସ୍କ ନାହିଁତ ପେଟ୍ରୋଲ,ଔଷଧ, ଅତ୍ୟବଶ୍ୟକିୟ ସାମଗ୍ରୀ ନାହିଁ

380

ମାଲକାନଗିରି,୯ା୪(ଓଡିଆ ପୁଅ )କରୋନା ଲକ ଡାଉନ ସମୟରେ ମୁହଁରେ ମାସ୍କ ନାହିଁତ ପେଟ୍ରୋଲ,ଔଷଧ, ଅତ୍ୟବଶ୍ୟକିୟ ସାମଗ୍ରୀ ନାହିଁ ବୋଲି ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ସମଗ୍ର ବିଶ୍ୱରେ କରୋନା ର ଭୟାବହ ପରିସ୍ଥିତି ସୃଷ୍ଟି ହୋଇ ଲକ ଡାଉନ କୁ ୩୦ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଥିବା ବେଳେ ଆଜି ଠାରୁ ମାସ୍କ ବ୍ୟବହାର ଓ ସାମାଜିକ ଦୂରତ୍ୱ ବଜାୟି ରଖିବାକୁ ବାଧ୍ୟତା ମୂଳକ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ମାସ୍କ ନଥିଲେ ଗାମୁଛା କିମ୍ବା ରୁମାଲ ରେ ଲୋକମାନେ ମୁହଁରେ ବାନ୍ଧି ପିରବେ ବୋଲି କୁହାଯାଇଛି ।ଏହି ନିୟମକୁ ଯିଏ ଉଲ୍ଲଘଂନ କରିବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ନିସ୍ପତି ନିଆଯାଇଛି । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ମାସ୍କ ବ୍ୟବହାର କରିବା ନିୟମକୁ ମାନି ବାହାରକୁ ଗଲେ ସମସ୍ତେ ମୁହଁରେ ମାସ୍କ ଓ ରୁମାଲ ବାନ୍ଧି ଯାଉଥିବାର ଦେଖିବାକୁ ମିଳୁଛି । ଏପରି କି ପେଟ୍ରୋଲ ଟାଙ୍କିରେ ବାଇକରେ ପେଟ୍ରୋଲ ଭରିକରିବାକୁ ଗଲେ ବାଇକ ଚାଳକ ମାନେ ମାସ୍କଲଗାଇ ନଥିଲେ ସେମାନଙ୍କୁ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ମିଳୁନାହିଁ,ଆଗରୁ ମୁଣ୍ଡରେ ହେଲମେଟ ନଥିଲେ ପେଟ୍ରୋଲ ମିଳୁନଥିଲା, ଏବେ କରୋନା ପାଇଁ ମୁହଁରେ ମାସ୍କ ନଥିଲେ ପେଟ୍ରୋଲ ପମ୍ପକର୍ମଚାରୀ ମାନେ ପେଟ୍ରୋଲ ଦେଉନାହାଁନ୍ତି ।ଠିକ ସେହିପରି ଔଷଧ ଦୋକାନ,ପନିପରିବା, ତେଜରାତି ଦୋକାନ ଗୁଡିକୁ ଗଲେ ଗ୍ରାହକ ମାନଙ୍କୁ ସାମଜିକ ଦୂରତ୍ୱ ବଜାୟି ରଖିବା ସହିତ ମୁହଁରେ ମାସ୍କ ପିନ୍ଧି କିଣିବାକୁ ଆସନ୍ତୁ ବୋଲି ଦୋକାନୀ ମାନେ କହୁଛନ୍ତି । ଏପରିକି ଆଦିବାସୀ ଗାଁ ଗହଳରେ ଥିବା ଦୋକାନୀ ମାନେ ମଧ୍ୟ ସଚେତନ ହୋଇ ଗ୍ରାମବାସୀମାନଙ୍କୁ ମାସ୍କପିନ୍ଧିବାକୁ ପରାମର୍ଶ ଦେଉଥିବାରୁ ଆଦିବାସୀ ଲୋକମାନେ ପଇସା ଅଭାବରୁ ମାସ୍କ କ୍ରୟ କରିନ ପାରି ମୁହଁରେ ରୁମାଲ ଓ ଗାମୁଛା ବାନ୍ଧି ବାହରକୁ ବାହାରୁଥିବାର ଦେଖିବାକୁ ମିଳୁଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.