Home ଜିଲ୍ଲା ପରିକ୍ରମା ମୁମ୍ବାଇ ବିମାନବନ୍ଦରର ପରିଚାଳନା କ୍ଷମତା ହାସଲ କଲା ଆଦାନୀ ଏୟାରପୋର୍ଟସ୍

ମୁମ୍ବାଇ ବିମାନବନ୍ଦରର ପରିଚାଳନା କ୍ଷମତା ହାସଲ କଲା ଆଦାନୀ ଏୟାରପୋର୍ଟସ୍

65

ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଦାନୀ ଏୟାରପୋର୍ଟସ୍‌, ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ପରିଚାଳନା କ୍ଷମତା ହାସଲ କରିଛି । ଏନେଇ ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ କହିଛନ୍ତି, ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର ସମ୍ପୂର୍ଣ୍ଣ ବିଶ୍ୱସ୍ତରୀୟ ଏବଂ ଏପରି ଏକ ଉଲ୍ଲେଖନୀୟ ବିମାନବନ୍ଦର ନିର୍ମାଣ କରିଥିବାରୁ ମୁଁ ଜିଭିକେ ଗ୍ରୁପ୍‌କୁ ପ୍ରଶଂସା କରୁଛି । ଆମ ପାଖରେ ଥିବା ୬ଟି ବିମାନବନ୍ଦରର ପୋର୍ଟଫୋଲିଓରେ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଓ ନଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର ସାମିଲ ହେବା ଆମକୁ ଏକ ପରିବର୍ତ୍ତନଶୀଳ ମଂଚ ପ୍ରଦାନ କରିବ, ଯାହା ଆମର ଅନ୍ୟ ବିଟୁବି ବ୍ୟବସାୟ ପାଇଁ ଯୋଜନା ପ୍ରସ୍ତୁତ କରିବାରେ ପାଇଁ ସାହାଯ୍ୟ କରିବ । ଏହି ଅଧିଗ୍ରହଣ ଆମକୁ ଆମର ଗ୍ରାହକ ସେବା ପ୍ରଦାନ କରିବା ଓ ଆମର ବିଟୁବି ଏବଂ ବିଟୁସି ବ୍ୟବସାୟ ମଡେଲଗୁଡିକୁ ଏକୀକରଣ କରିବାର ଉପାୟକୁ ପୁନଃଡିଜାଇନ୍ କରିବାରେ ସାହାଯ୍ୟ କରିବ । ଏକ ମ୍ମମରୁ ଦୀର୍ଘମିଆଦୀ ଦୃଷ୍ଟିକୋଣ ପର୍ଯ୍ୟନ୍ତ, ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ୫ଟି ବିଶ୍ୱ ମହାନଗର ମଧ୍ୟରୁ ମୁମ୍ବାଇ ଗୋଟିଏ ହେବାକୁ ଯାଉଛି । ମୁମ୍ବାଇ ଦେଶର ଅଗ୍ରଣୀ ବିମାନବନ୍ଦର ହେବା ସହିତ ଏକ ପ୍ରମୁଖ ଘରୋଇ ତଥା ଅନ୍ତର୍ଜାତୀୟ ହବ୍ ହେବ ବୋଲି ଆଶା କରାଯାଉଛି, କାରଣ ଆମ ଦେଶରେ ଯାତ୍ରୀବାହୀ ଯାହାୟତ ୫ଗୁଣା ବୃଦ୍ଧି ପାଇଛି ଏବଂ ଟାୟାର ୧, ୨, ୩ ସହରରେ ୧ବିଲିୟନରୁ ଅଧିକ ଘରୋଇ ଓ ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ପରିଚାଳନା କରିବା ପାଇଁ ଭାରତ ୨୦୦ ଅତିରିକ୍ତ ବିମାନବନ୍ଦର ନିର୍ମାଣ କରୁଛି, ଯାହା ମଧ୍ୟରୁ ଅଧିକାଂଶ ମୁମ୍ବାଇ ସହିତ ସଂଯୋଗ ହେବ ।

ଏହି ଅବଧିରେ ଭାରତର ଶ୍ରେଷ୍ଠ ୩୦ଟି ସହର ଦୁଇଟି ଲେଖାଏଁ ବିମାନବନ୍ଦର ଆବଶ୍ୟକ କରିବ ବୋଲି ଆଶା କରାଯାଉଛି ଏବଂ ଆବଶ୍ୟକ ଭିତ୍ତିଭୂମି ନିର୍ମାଣରେ ସାହାଯ୍ୟ କରିବାକୁ ଆଦାନୀ ବିମାନବନ୍ଦର ସମ୍ପୂର୍ଣ୍ଣ ପ୍ରସ୍ତୁତ । ବାସ୍ତବରେ ଆମେ ଏକ ଦୁନିଆରେ ରହୁଛନ୍ତି ଯେଉଁଠାରେ ବିମାନବନ୍ଦରଗୁଡିକ ସହରର ଚିତ୍ରକୁ ପରିଭାଷିତ କରେ ଏବଂ ବ୍ୟବସାୟ, ପର୍ଯ୍ୟଟନ, ସହର ଅର୍ଥନୈତିକ ଅଭିବୃଦ୍ଧି ଏବଂ ବିଶ୍ୱ ଅର୍ଥନୈତିକ ଏକୀକରଣ ପାଇଁ ସ୍ଥାନ ଚୟନରେ ଗୁରୁତ୍ୱପୂର୍ଣ୍ଣ କାରଣ ହୋଇପାରନ୍ତି । ଆମର ଦୃଷ୍ଟିକୋଣ ହେଉଛି ଭବିଷ୍ୟତର ସହରଗୁଡିକ ସୃଷ୍ଟି କରୁଥିବା ଅର୍ଥନୈତିକ ମୂଲ୍ୟ ବିମାନବନ୍ଦରଗୁଡିକରେ ସର୍ବାଧିକ ହେବ । ଆମ ଦେଶ ବିଶ୍ୱର ତୃତୀୟ ବୃହତମ ଅର୍ଥନୀତି ହେବା ଦିଗରେ ଅଗ୍ରଗତି କରୁଛି, ବିମାନବନ୍ଦର ଭିତ୍ତିଭୂମିର ଦ୍ରୁତ ଗତିରେ ନିର୍ମାଣ ମାଧ୍ୟମରେ ଏହି ଅଭିବୃଦ୍ଧି ହାସଲ କରିବାକୁ ଆଦାନୀ ଗ୍ରୁପର ଦକ୍ଷତା ମହତ୍ୱପୂଣ୍ଣ ହୋଇପାରେ । ତେଣୁ ଆମେ ବିମାନବନ୍ଦରକୁ ସ୍ଥାନୀୟ ଅର୍ଥନୈତିକ ବିକାଶ ଚଳାଇବା ପାଇଁ ଏକ ଶକ୍ତିଶାଳୀ ଇଞ୍ଜିନ ଭାବରେ ଦେଖୁ । ଏଥିସହ ଏକ ହବ୍ ଏବଂ ସ୍ପୋକ୍ ମଡେଲରେ ଟାୟାର ୧ ସହର ସହିତ ଟାୟାର ୨ ଓ ୩ ସହରଗୁଡିକୁ ଆଣିବା ପାଇଁ ପ୍ରୟାସରେ ବିମାନବନ୍ଦରକୁ ଏକ ଗୁରୁତ୍ୱପୂଣ୍ଣ ଅଙ୍ଗ ଭାବେ ଦେଖୁଛୁ । ଏହି ହବ୍ ଓ ସ୍ପୋକ୍ ମଡେଲ ବଢୁଥିବା ସହରାଞ୍ଚଳ-ଗ୍ରାଣୀଣ ବିଭେଦକୁ କମ୍ କରିବା ସହ ସମାନତା ଆଣିବାର ଆଧାର ଅଟେ । ଚାକିରୀ ସୃଷ୍ଟି ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ । ଭିତ୍ତିଭୂମି କ୍ଷେତ୍ରରେ ଆମର ଗଭୀର ପାରଦର୍ଶୀତାକୁ ଦୃଷ୍ଟିରେ ରଖି ଆମେ ଏହାକୁ ପୂରଣ କରିବାରେ ସମ୍ପୂର୍ଣ୍ଣ ସକ୍ଷମ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.