Home ଅନୁଗୁଳ ପ୍ରଭାତ କୁମାର ହେଲେ ନୂତନ ମୁଖ୍ୟ ଖଣି ସୁରକ୍ଷା ନିରୀକ୍ଷକ

ପ୍ରଭାତ କୁମାର ହେଲେ ନୂତନ ମୁଖ୍ୟ ଖଣି ସୁରକ୍ଷା ନିରୀକ୍ଷକ

84

ତାଳଚେର,୩/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): କେନ୍ଦ୍ର ସରକାରଙ୍କ ଖଣି ସୁରକ୍ଷା ମହାନିର୍ଦ୍ଦେଶାଳୟ (ଡିଜିଏମ୍‌ଏସ୍‌) ଭୂବନେଶ୍ୱରର ନୂତନ ମୂଖ୍ୟ ଖଣି ସୁରକ୍ଷା ନିରୀକ୍ଷକ ଭାବରେ ପ୍ରଭାତ କୁମାର ଯୋଗଦାନ କରିଛନ୍ତି । ଶ୍ରୀ କୁମାର ଏନ୍‌ଆଇଟି ରାଉରକେଲାରୁ ନିଜର ଶିକ୍ଷା ସମାପ୍ତ କରିଥିବା ବେଳେ ଦେଶର ବିଭିନ୍ନ ପ୍ରକାର ଖଣିର ସୁରକ୍ଷା ସମ୍ବଦ୍ଧୀୟ ବୈଷୟିକ ଜ୍ଞାନ କୌଶଳର ଉପଯୋଗ ସମ୍ପର୍କରେ ଗଭୀର ଅନୁଭୂତି ଅଛି । ପୂର୍ବରୁ ତାଙ୍କର ସମୟୋଚିତ ପଦକ୍ଷେପ ଯୋଗୁଁ ବହୁ ଖଣିକୁ ଦୁର୍ଘଟଣାମୁକ୍ତ କରାଯାଇଛି । ଏହି ଅବସରରେ ହିଙ୍ଗୁଳା କୋଇଲା କ୍ଷେତ୍ରର ମହାପ୍ରବନ୍ଧକ ପି.ବି.ରେଡ୍ଡୀ ଶ୍ରୀ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.