Home Coronavirus Outbreak ମୁମ୍ବାଇ ଧରାବୀରେ ପୁଣି ୪୨ କରୋନା ଆକ୍ରାନ୍ତ ଚିହ୍ନଟ – ଧରାବୀରେ ମୋଟ ଆକ୍ରାନ୍ତ ୬୩୨...

ମୁମ୍ବାଇ ଧରାବୀରେ ପୁଣି ୪୨ କରୋନା ଆକ୍ରାନ୍ତ ଚିହ୍ନଟ – ଧରାବୀରେ ମୋଟ ଆକ୍ରାନ୍ତ ୬୩୨ କୁ ବୃଦ୍ଧି ୨୦ ମୃତ

388

ମୁମ୍ବାଇ ୪-୫ (ଓଡ଼ିଆ ପୁଅ) ମୁମ୍ବାଇର ଧରାବି ଏବେ ପାଲଟିଛି କରୋନା ହଟସ୍ପଟ। ମହାରାଷ୍ଟ୍ରରେ ଦେଶର ସର୍ବାଧିକ କାରୋନା ସଂକ୍ରମିତ ରାଜ୍ୟ। କିନ୍ତୁ ଏବେ ସବୁଠାରୁ ଚିନ୍ତାର ବିଷୟ ମୁମ୍ବାଇର ଧରାବି ବସ୍ତିରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୋମବାରଦିନ ଏହି ବସ୍ତିରେ୪୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସମେତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୩୨କୁ ବୃଦ୍ଧି ପାଇଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ୨୦ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ଏ ନେଇ ବୃହନ ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ ସୂଚନା ଦେଇଛି।

ଧରାବୀ ହେଉଛି ବିଶ୍ୱର ବୃହତ୍ତମ ବସ୍ତି। ମାତ୍ର ୨.୧୬ ବର୍ଗ କିଲୋମିଟର ଅଞ୍ଚଳରେ ପ୍ରାୟ ୧୫ ଲକ୍ଷ ଲୋକ ରହୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଗରିବ ଶ୍ରମିକ ଶ୍ରେଣୀର। ପଲିଥିନ ଟଣା ଝୁଗିରେ ରୁହନ୍ତି। ତେଣୁ ଏଠାରେ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି। ଏବଂ ଏହା କେବଳ ମହାରାଷ୍ଟ୍ର ନୁହେଁ ସମଗ୍ର ଭାରତ ବର୍ଷ ପାଇଁ ଚିନ୍ତାର କାରଣ ପାଲଟିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.