Home କେନ୍ଦୁଝର ପ୍ରବାସୀଙ୍କ ପାଇଁ ସଜେଇ ହେଉଛି ସଂଗରୋଧ କେନ୍ଦ୍ର

ପ୍ରବାସୀଙ୍କ ପାଇଁ ସଜେଇ ହେଉଛି ସଂଗରୋଧ କେନ୍ଦ୍ର

234

ହାଟଡିହି- ୪ /୫/ ରାଜ୍ୟ ବାହାରେ ଥିବା ପ୍ରବାସୀ ଓଡିଆ ମାନଙ୍କୁ ଓଡିଶା ଫେରାଇ ଆଣିବାପାଇଁ ରାଜ୍ୟସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏପରିକି ଗତ ଦୁଇଦିନ ହେଲା ଲୋକଙ୍କ ଧାଡି ଛୁଟିଲାଣି ପ୍ରତି ପଞ୍ଚାୟତକୁ । ଗତ ଦୁଇଦିନ ତଳେ ୪୪ଜଣ ପ୍ରବାସୀ ଓଡିଆ ସୁରଟରୁ ଏକ ବସକରି ଘରକୁ ଫେରିଆସିବାପରେ ସେମାନଙ୍କୁ ନିଜ ନିଜ ପଞ୍ଚାୟତର କୋଭିଡ-୧୯ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ରଖାଯାଇଛି । ସୁରଟରୁ ଆସିଥିବା କଳିଗାଁର ୨୯ଜଣ, ଶାଳଣିଆଁର ଜଣେ, ସଡଙ୍ଗର ଦୁଇଜଣ, ଇଞ୍ଚୋଳର ୮ଜଣ, ବଡରମ୍ପାସ ପଞ୍ଚାୟତର ୪ଜଣ ଫେରିଥିବାବେଳେ ଗତକାଲି ଶାସଙ୍ଗ ପଞ୍ଚାୟତର ୩ଜଣ, ସଢ଼ା ପଞ୍ଚାୟତର ୨ଜଣ ଓ ସଡଙ୍ଗ ପଞ୍ଚାୟତର ୨ଜଣ କେରଳରୁ ଫେରିଛନ୍ତି । ସେମାନଙ୍କୁ ନିଜ ନିଜ ପଞ୍ଚାୟତ ପକ୍ଷରୁ ସରକାରଙ୍କ ଘୋଣୋ ଅନୁଯାଇ ଦୁଇଓଳି ରନ୍ଧାଖାଦ୍ୟ ଓ ଜଳଖିଆ ପ୍ରଦାନ କରାଯାଉଥିବାବେଳେ ଅନ୍ୟ ସମସ୍ତ ଆନୁସଙ୍ଗିକ ସାମଗ୍ରୀ ଯୋଗାଇ ଦିଆଯାଇଛି । ଏହିସବୁ କେନ୍ଦ୍ରରେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଥିବା ବେଳେ ସରପଞ୍ଚ, ପିଇଓ ଏବଂ ଜିଆରଏସ ମାନେ ସେମାନଙ୍କର ସମସ୍ତ ଦାୟିତ୍ୱ ବହନ କରିଛନ୍ତି । ବିଶେଷକରି ୫ଜଣିଆ କମିଟି କରାଯାଇ ସେମାନଙ୍କ ଭଲମନ୍ଦ ବୁଝା ଯାଉଛି । କଳିଗାଁରେ ଏବେ ୩୦ଜଣ ପ୍ରବାସୀ ଓଡିଆ ରହିଥିବାବେଳେ ସେମାନେ ଯେପରି ବାହାରକୁ ବୁଲାବୁଲି କରିବାକୁ ନଯିବେ ଓ ୧୪ଦିନ ସଂଗରୋଧରେ ରହିବେ ସେନେଇ ଦୁଇଜଣ ୱାଚମ୍ୟାନଙ୍କୁ ନିୟୋଜିତ କରାଯାଇଛି । ଅସ୍ଥାୟୀ ଚିକିତ୍ସାକେନ୍ଦ୍ରରେ ରହୁଥିବା ଏହି ପ୍ରବାସୀ ମାନେ ଯେପରି ସୁରୁଖୁରୁରେ ଓ ଶାନ୍ତି ଶୃଙ୍ଖଳାର ସହ କ୍ୱାରେଣ୍ଟାଇନରେ ରହିବେ ସେଥିପାଇଁ ସେମାନଙ୍କ ଭିତରେ ଏକ କମିଟି ଗଠନ କରାଯାଇ ପରିଷ୍କାର ପରିଛନ୍ନତା ସହ ସୁଶମ ଖାଦ୍ୟ ବଣ୍ଟନ କରାଯାଉଛି । ଖାଦ୍ୟପେୟରେ ଯେପରି କୌଣସି ଅସୁବିଧା ନଉପୁଜେ ସେଥିପାଇଁ ଯତ୍ନ ନିଆଯାଉଥିବା ସରପଞ୍ଚ ଅମରେନ୍ଦ୍ର ଧଳ ପ୍ରକାଶ କରିଛନ୍ତି । ଶାସଙ୍ଗ ପଞ୍ଚାୟତରେ ରହୁଥିବା ପ୍ରବାସୀ ମାନଙ୍କୁ ଉତ୍ତମ ମାନର ଖାଦ୍ୟ ପରିବେଷଣ କରାଯାଉଥିବାବେଳେ ସେମାନଙ୍କୁ ସୁରକ୍ଷା ପାଇଁ ଦୁଇଜଣ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ପ୍ରତି ପଞ୍ଚାୟତକୁ ଶହଶହ ପ୍ରବାସୀ ଫେରିବାକୁ ଆଶା କରାଯାଉଥିବାରୁ ଏବେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରତି ପଞ୍ଚାୟତରେ ଅଧିକ ସଂଖ୍ୟକ ଅସ୍ଥାୟୀ ଚିକିତ୍ସାକେନ୍ଦ୍ର ଖୋଲାଯାଇ ବେଡ ସଂଖ୍ୟାକୁ ବୃଦ୍ଧି କରାଯାଉଛି । ଖଟ, ଗଦି, ତକିଆ, ବେଡସିଡ, ବାଲଟି, ମଗ, ସାବୁନ, ପାନୀୟଜଳ, ଶୌଚାଳୟ ଆଦି ବ୍ୟବସ୍ଥା କରାଯାଉଛି । ହାଟଡିହି ବ୍ଲକରେ ଏବେ ପାଖାପାଖି ୭୦୦୦ରୁ ଉର୍ଦ୍ଧ ପ୍ରବାସୀ ଓଡିଶା ଫେରିବାକୁ ନାମ ପଞ୍ଜିକରଣ କରିଥିବାବେଳେ ୫୦୦୦ରୁ ଉର୍ଦ୍ଧ ପ୍ରବାସୀ ବ୍ଲକକୁ ଫେରିବେ ବୋଲି ଆଶା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ବ୍ଲକ ପ୍ରଶାସନ ପ୍ରତି ପଞ୍ଚାୟତରେ ଦେଢ଼ଶହରୁ ଉର୍ଦ୍ଧ ବେଡର ଅସ୍ଥାୟି ଚିକିତ୍ସାକେନ୍ଦ୍ର ପ୍ରସ୍ତୁତି ଚାଲିଛି । ସରପଞ୍ଚ , ପିଇଓ ଏବଂ ଜିଆରଏସ ମାନେ ମଧ୍ୟ ପୁର୍ଣ୍ଣମାତ୍ରାରେ ସହଯୋଗ କରି କୋଭିଡ-୧୯ଭଳି ବୂତାଣୁ ସଂକ୍ରମଣକୁ ରୋକିବାଲାଗି ପ୍ରଚେଷ୍ଟା ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.