Home ଅନୁଗୁଳ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫ ହଜାର ପ୍ରଦାନ କଲେ ନବ ଦମ୍ପତି

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫ ହଜାର ପ୍ରଦାନ କଲେ ନବ ଦମ୍ପତି

149

ତାଳଚେର,୨୧/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): କରୋନାକୁ ମୁକାବିଲା କରିବା ପାଇଁ ସାରା ଦେଶ ଆଜି ଏକାଠି ହୋଇଛି । କେନ୍ଦ୍ର ଓ ରାଜ୍ୟ ସରକାର କରୋନାକୁ ପ୍ରତିହତ କରିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛନ୍ତି । କରୋନା ଯୁଦ୍ଧରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସହଯୋଗ କରିବା ଲାଗି ପିଏମ କେୟାର୍ସ ଫଣ୍ଡ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଅନେକ ବଦାନ୍ୟ ବ୍ୟକ୍ତି ଦାନ କରିବାକୁ ଆଗେଇ ଆସିଛନ୍ତି। ଏହି ପରିପ୍ରେକ୍ଷୀରେ ତାଳଚେରର ନବ ଦମ୍ପତ୍ତି କୁନା ମହାରଣା ଏବଂ ସିଲନ ମହାରଣା ୫ ହଜାର ଟଙ୍କା ଆଜି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି। ତେବେ ଉଭୟ ହେଉଛନ୍ତି ତାଳଚେର କାରିଗରପଡାର ପୂର୍ଣ୍ଣଚନ୍ଦ୍ର ମହାରଣାଙ୍କ ପୁତ୍ର କୁନା ମହାରଣା ଏବଂ ତାଳଚେର ବଡ଼ଜୋରଡା ଗ୍ରାମର ଗୋବିନ୍ଦ ମହାରଣାଙ୍କ କନ୍ୟା ସିଲନ ମହାରଣା । ତେବେ ବର୍ତ୍ତମାନ ଦେଶ ଏବଂ ରାଜ୍ୟର ପରିସ୍ଥିତି ହୃଦୟଙ୍ଗମ କରି ଏହି ନବ ଦମ୍ପତ୍ତି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ କିଛି ସହାୟତା ରାଶି ଦେବା ପାଇଁ ମନସ୍ଥ କରିଥିଲେ। ଦେଶର ଏଭଳି ସଙ୍କଟ ସମୟରେ ସରକାରଙ୍କୁ ସହାୟତା କରିବା ଅତ୍ୟନ୍ତ ଜରୁରୀ ବୋଲି ଭାବି ସେମାନେ ଏହି ଟଙ୍କା ଦେଇଛନ୍ତି ବୋଲି କହିଛନ୍ତି । ଏହାସହ କରୋନା ଯୁଦ୍ଧରେ ସାମିଲ ହୋଇ ନିଜ ସାମର୍ଥ୍ୟ ଅନୁଯାୟୀ ରାଜ୍ୟ ସରକାରଙ୍କୁ ସହଯୋଗ କରିବା ପାଇଁ ରାଜ୍ୟ ବାସୀଙ୍କୁ ସେ ନିବେଦନ କରିଛନ୍ତି ଏବଂ କରୋନାକୁ ଯୁଦ୍ଧା ହୋଇ ମୁକାବିଲା କରୁଥିବା ସମସ୍ତ ଡାକ୍ତର,ନର୍ସ,ସାମ୍ବାଦିକ ଏବଂ ପୋଲିସ କର୍ମଚାରୀଙ୍କୁ ମଧ୍ୟ ଧନ୍ୟବାଦ ଜ୍ଞାପନ କରିଛନ୍ତି l ଏଭଳି ମହତ କାର୍ଯ୍ୟ ପାଇଁ ସ୍ଥାନୀୟ ବାସିନ୍ଦା ଉଭୟଙ୍କୁ ସାଧୁବାଦ ଦେଇଛନ୍ତି । ତେବେ କେବଳ ସେମାନେ ଯେ ଟଙ୍କା ଦାନ କରିଛନ୍ତି ତାହା ନୁହେଁ । ନିୟମିତ ଭାବେ ହାତ ଧୋଇବା,ମାସ୍କ ବାନ୍ଧିବା ଏବଂ ଜରୁରୀ କାମ ନଥିଲେ ପଦାକୁ ନ ବାହାରିବାକୁ ଲୋକମାନଙ୍କୁ ଉଭୟ ସଚେତନ ମଧ୍ୟ କରୁଛନ୍ତି l

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.