Home ଓଡ଼ିଶା ନିୟମ ଉଲ୍ଲଘଂନ କରିବା ଅଭିଯୋଗରେ ଦୁବାଇ ଫେରନ୍ତା ମହିଳା ଙ୍କ ନାମରେ କେସ ରୁଜୁକରାଯାଇ ହୋମ...

ନିୟମ ଉଲ୍ଲଘଂନ କରିବା ଅଭିଯୋଗରେ ଦୁବାଇ ଫେରନ୍ତା ମହିଳା ଙ୍କ ନାମରେ କେସ ରୁଜୁକରାଯାଇ ହୋମ କ୍ୱାରେଟାଂଇନରେ ରଖାଗଲା

137

ମାଲକାନଗିରି,୨୧ା୪(ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ମହାମାରି ବ୍ୟାପି ଲକ ଡାଉନ ଘୋଷଣା ହୋଇଥିବା ବେଳେ ଜଣେ ମହିଳା ଦୁବାଇରୁ ଆସି ମାଲକାନଗିରିରେ ପ୍ରବେଶ କରିବା ଘଟଣା ଗ୍ରାମବାସୀ ମାନେ ଜିଲ୍ଲାପ୍ରଶାସନକୁ ଜଣାଇବା ପରେ ଜିଲ୍ଲାପ୍ରଶାନ ପକ୍ଷରୁ ଏହାକୁ ଗୁରୁତ୍ୱଦେଇ ସେହି ମହିଳାଙ୍କୁ ସଙ୍ଗରୋଧ ଗୃହକୁ ପଠାଇ ତାଙ୍କନାମରେ କେସ ରୁଜୁକରାଯାଇଛି । ମାଲକାନଗିରି ଥାନାସ୍ଥ ଏମଭି୧୩ ଗ୍ରାମର ଜୈନିକ ମହିଳା ଦୁବାଇରେ ଚାକିରି କରନ୍ତି, କରୋନା ପାଇଁ ଲକ ଡାଉନ ହୋଇଯାଇଥିବାରୁ ସେହି ମହିଳା କୌଣସି ଉପାୟରେ ଦୁବାଇ ଠାରୁ ହାଇଦ୍ରାବାଦ ହୋଇ ମାଲକାନଗିରି ଠାରେ ଗତ ମାର୍ଚମାସ ୮ତାରିଖରେ ପହଁଚିଥିଲେ । ସେ ବିଦେଶରୁ ଫେରିଥିଲେ ମଧ୍ୟ ତାଙ୍କ ଫେରନ୍ତା ସଂପର୍କରେ ୧୦୪ ନମ୍ବରକୁ ଫୋନ କରି ନାମ ପଜିଂକରଣ କରିନଥିଲେ କି ଜିଲ୍ଲାପ୍ରଶାନ କୁ ନଜଣାଇ ପୁଣି ଭୂବନେଶ୍ୱର କୁ ଯାଇ ସେଠାରେ ଚିକିତ୍ସାଧିନ ତାଙ୍କ ଭାଇଙ୍କୁ ଧରି ନିଜଘରକୁ ଫେରିଥିଲେ । ସେ ଯେ ହେତୁ ବିଦେଶରୁ ଫେରିଛନ୍ତି ତାଙ୍କନାମ ଜିଲ୍ଲାପ୍ରଶାସନ ନିକଟରେ ପଜିଂକଡୃତ କରିବା କଥା , ଏହା ସେ ନକରି ଖୋଲମ ଖୋଲା ଭାବେ ଗ୍ରାମରେ ବୁଲୁଥିବାରୁ କିଛି ଗ୍ରାମବାସୀ ମାଲକାନଗିରି ଥାନାକୁ ଜଣାଇଥିଲେ । ଥାନା ଅଧିକାରୀ ରାମପ୍ରସାଦ ନାଗ ପୁଲିସ ସଦଳବଳ ସେହି ଗ୍ରାମରେ ପହଁଚି ସଂପୃକ୍ତ ମହିଳାଙ୍କୁ ଠାବ କରି ଜିଲ୍ଲାପ୍ରଶାସନକୁ ଅବଗତ କରାଇବା ପରେ ଜିଲ୍ଲାପ୍ରଶାସନ ପକ୍ଷରୁ ଗତ ୯ତାରିଖରେ ତାଙ୍କ ନମୁନା ସଂଗ୍ରହ କରି ଭୁବନେଶ୍ୱରକୁ ପରୀକ୍ଷା ପାଇଁ ପଠାଇଥିଲେ । ଇତି ମଧ୍ୟରେ ମହିଳାଙ୍କ ନମୁନା ର ରିପୋର୍ଟ ନେଗେଟିଭ ଆସିଯାଇଥିଲେ ମଧ୍ୟ ସେହି ମହିଳାଙ୍କୁ ବାହାରେ ବୁଲା ବାଲି ନକିରି ହୋମ କ୍ୱାରେଟାଂଇନ ରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । କ୍ୱାରେଟାଂଇନ ନିୟମ ଉଲ୍ଲଘନ କରି ଥିବା ଅଭିଯୋଗରେ ସେହି ମହିଳାଙ୍କ ନାମରେ ମାଲକାନଗିରି ଥାନାରେ ଏକ କେସ ରୁଜୁକରାଯାଇଛି ବୋଲି ଥାନା ଅଧିକାରୀ ଶ୍ରୀନାଗ ସୁଚନା ଦେଇଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.