Home କେନ୍ଦ୍ରାପଡ଼ା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପେନସନ ଅର୍ଥ ଦାନ

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପେନସନ ଅର୍ଥ ଦାନ

246

କେନ୍ଦ୍ରାପଡା ୨୨/୪( ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ମୁଖ୍ୟମନ୍ତ୍ରୀଙ୍କ କୋଭିଡ-୧୯ର ସମୟୋପେଯାଗୀ ମୁକାବିଲାକୁ ସ୍ୱାଗତ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପେନସନ ଅର୍ଥରୁ ୫ହଜାର ଏକଟଙ୍କା ପ୍ରଦାନ କରିଛନ୍ତି ପୂର୍ବତନ କେନ୍ଦ୍ରାପଡା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଶିଶିର କୁମାର ରାଉତରାୟ ଓ ତାଙ୍କ ପତ୍ନୀ ପ୍ରମୋଦା କୁମାରୀ ଖଣ୍ଡୁଆଳ। କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଲକଡାଉନ ଜାରି ରହିଥିବାରୁ ସେ ଏହି ଅର୍ଥକୁ ଏକ ଚେକ ମାଧ୍ୟମରେ ପୈାରସଂସ୍ଥାର କର୍ମଚାରୀ ମାନସ କୁମାର ମହାନ୍ତିଙ୍କ ଦ୍ୱାରା ପଠେଇଥିଲେ ଜିଲ୍ଲାପାଳଙ୍କୁ ପ୍ରଦାନ କରିବାକୁ। ପୈାରସଂସ୍ଥା କର୍ମଚାରୀ ଶ୍ରୀ ମହାନ୍ତି ସେହି ଚେକଟି ଆଜି ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଉଦେଶ୍ୟରେ ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.