Home କେନ୍ଦ୍ରାପଡ଼ା କେନ୍ଦ୍ରାପଡା ବ୍ଲକରୁ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସ ଯୋଗେ କରୋନା ସମ୍ପର୍କିତ ଆଲୋଚନା

କେନ୍ଦ୍ରାପଡା ବ୍ଲକରୁ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସ ଯୋଗେ କରୋନା ସମ୍ପର୍କିତ ଆଲୋଚନା

167

କେନ୍ଦ୍ରାପଡା ୨୨/୪ ( ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ପଂଚାୟତ ସମିତି ଭିଡିଓ କନଫରେନ୍ସ ରୁମରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ସହିତ କରୋନା ସମ୍ପର୍କରେ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭିଡିଓ କନଫରେନ୍ସ ରୁମରେ ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ବିଡିଓ ସୁଧିର କୁମାର ସିଂଙ୍କ ସହିତ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଂଚାୟତର ସରପଂଚମାନେ ଉପସ୍ଥିତ ଥିଲେ। ପ୍ରଥମେ ଅଧ୍ୟକ୍ଷ ଶ୍ରୀ ଧଳଙ୍କ ସମେତ ସମସ୍ତ ସରପଂଚମାନେ ଶପଥ ପାଠ କରି ସେମାନଙ୍କ ପଂଚାୟତରେ କରୋନାକୁ ରୋକିବା ପାଇଁ ସରକାର ପ୍ରଦାନ କରିଥିବା ଦାୟୀତ୍ୱକୁ ଲୋକଙ୍କ ମଙ୍ଗଳ ପାଇଁ ନିଷ୍ଠାର ସହିତ ପାଳନ କରିବା, ଅନ୍ୟ ରାଜ୍ୟରୁ ପଂଚାୟତର ଗାଁ ଗୁଡିକୁ ଆସୁଥିବା ଲୋକମାନଙ୍କୁ କ୍ୱାରେଂଟାଇନରେ ରଖିବା, ସେମାନଙ୍କ ରହିବା, ଖାଇବା ଓ ଚିକିତ୍ସାର ଉଚିତ ବ୍ୟବସ୍ଥା କରିବା, କରୋନାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ସବୁ ପଦକ୍ଷେପକୁ ନିଜ ପଂଚାୟତର ଭାଇଭଉଣୀଙ୍କ ମଙ୍ଗଳ ପାଇଁ କଡାକଡି ଭାବରେ ପାଳନ କରିବାକୁ ଓ ତାଙ୍କ ପଂଚାୟତରେ କରୋନାକୁ ପଶିବାକୁ ଦେବେ ନାହିଁ ବୋଲି ଶପଥ ନେଇଥିଲେ। ପରେ ମୁଖ୍ୟମନ୍ତ୍ରୀଙ୍କ ସହିତ ପଂଚାୟତ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପ୍ରତିଶେଧକ ମୂଳକ ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇଥିଲେ। କରୋନାର ମୁକାବିଲା ନିମନ୍ତେ ସରପଂଚମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରାଯାଇଥିବା ନିଷ୍ପତିକୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଥିଲେ ବ୍ଲକ ଅଧ୍ୟକ୍ଷ ଶ୍ରୀ ଧଳ ଓ ଉପସ୍ଥିତ ସରପଂଚମାନେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.