Home ଜିଲ୍ଲା ପରିକ୍ରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

268

ପୁରୀ, ୨୪/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – କରୋନା ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଶ୍ରୀଦୁର୍ଗା ପ୍ରସାଦ ଝପଟସିଂ ୧୦ହଜାର ଟଙ୍କା ଏବଂ ମାତୃକୃପା ମିଶନ ଶକ୍ତି ସଂଘ ୨୫ହଜାର ୫ଶହ ଟଙ୍କା ପ୍ରଦାନ କରିଥିବା ବେଳେ ରଘୁନାଥ ମହାପାତ୍ର ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ହଜାର ଟଙ୍କା ଦାନ କରିଛନ୍ତି। ଉକ୍ତ ବ୍ୟକ୍ତିମାନେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କୁ ଚେକ୍ ପ୍ରଦାନ କରିଛନ୍ତି। ସେହିଭଳି ନିମାପଡାର ପଂଚାୟତ ସ୍ତରୀୟ ୨୯ଟି ମିଶନ ଶକ୍ତି ପ୍ରତ୍ୟେକ ୫ହଜାର ଟଙ୍କା ଲେଖାଏଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି। ଏ ପଯ୍ୟନ୍ତ ଜିଲ୍ଲାର ମୋଟ ୮୫ଜଣ ବ୍ୟକ୍ତି ଏବଂ ସଂସ୍ଥା ଜିଲ୍ଲା ପ୍ରଶାସନ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୭ ଲକ୍ଷ ୪୯୨୬ ଟଙ୍କା ପ୍ରଦାନ କରିସାରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.