Home Coronavirus Outbreak ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଏନଟିପିସି ସୁନ୍ଦରଗଡ଼ ମେଡ଼ିକାଲ କଲେଜର ଉଦ୍‌ଘାଟନ

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଏନଟିପିସି ସୁନ୍ଦରଗଡ଼ ମେଡ଼ିକାଲ କଲେଜର ଉଦ୍‌ଘାଟନ

269

ଭୁବନେଶ୍ବର ୨୦-୪ (ଓଡ଼ିଆ ପୁଅ) ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଏନଟିପିସି ସୁନ୍ଦରଗଡ଼ ମେଡ଼ିକାଲ କଲେଜର ଉଦ୍‌ଘାଟନ ଏନଟିପିସି ସୁନ୍ଦରଗଡ ମେଡିକାଲ କଲେଜରେ ସ୍ଥାପିତ, ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ସାସ୍ଥ୍ୟ ସେବା କେନ୍ଦ୍ରକୁ, ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଭିଡିଓ କନଫରେନସିଂ ମାଧ୍ୟମରେ ଉଦ୍ଘାଟନ କରାଯାଇଅଛି। ଏହି ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଏବଂ ସଚିବ (୫ଟି) ଭି.କେ ପାଣ୍ଡିଆନ୍, ସଂଜୀବ କିଶୋର, ଏନଟିପିସି, କ୍ଷେତ୍ରୀୟ କାର୍ଯ୍ୟକାରୀ ନିର୍ଦ୍ଦେଶକ, ଶ୍ରୀ ଏସ୍. କେ. ସତ୍ୟା, ମୁଖ୍ୟ ମହାପ୍ରବନ୍ଧକ, ଦର୍ଲିପାଲି, ଶ୍ରୀ ନିଖିଲ ପବନ କଲ୍ୟାଣ, ଆଇଏଏସ୍‌, କଲେକ୍ଟର, ସୁନ୍ଦରଗଡ, ଡାକ୍ତର ଏସ୍. କେ. ମିଶ୍ର, ସିଡ଼ିଏମ୍ଓ, ସୁନ୍ଦରଗଡ ଉପସ୍ଥିତ ଥିଲେ। ଏନଟିପିସି ଲିମିଟେଡ଼ ଏକ ସାମାଜିକ ଦାୟୀତ୍ତ୍ୱବଦ୍ଧ ସଂସ୍ଥା ହିସାବରେ, ସୁନ୍ଦରଗଡର ଏହି ମେଡିକାଲ କଲେଜ ଓ ହସପିଟାଲକୁ ସ୍ଥାପନ କରି ଏହି ଅଞ୍ଚଳରେ ଡାକ୍ତରୀ ଶିକ୍ଷାର ପ୍ରସାର ସହିତ ଜନସାଧାରଣଙ୍କୁ ସାସ୍ଥ୍ୟସେବା ଯୋଗାଇଦେବା କ୍ଷେତ୍ରରେ ନିଜର ପ୍ରତିବଦ୍ଧତାକୁ ପ୍ରତିପାଦନ କରିଅଛି। ଏହି ପରିଯୋଜନା ଏନଟିପିସି ଦର୍ଲିପାଲୀ (୨x୮୦୦ ମେଗାୱାଟ) ପାୱାର ପ୍ରୋଜେକ୍ଟର ଆର ଆଣ୍ଡ ଆର ଯୋଜନା ଅନ୍ତର୍ଗତ ୪୧୮ କୋଟି ଟଙ୍କାର ବ୍ୟୟ ଅଟକଳରେ ଆରମ୍ଭ କରାଯାଇଥିଲା ଏବଂ ଗତ ୧୩ ଡିସେମ୍ବର, ୨୦୧୩ରେ ଓଡ଼ିଶା ସରକାରଙ୍କ ସହିତ ଏକ ଏମ୍.ଓ.ୟୁ, ସାକ୍ଷରିତ ହୋଇଥିଲା। ଏହି ମେଡିକାଲ କଲେଜରେ ପ୍ରତି ବ୍ୟାଚ ୧୦୦ ଜଣ ଛାତ୍ରଛାତ୍ରୀ ଗ୍ରହଣ କରାଯିବା ସହ ଡାକ୍ତରଖାନାରେ ୫୦୦ ଟି ଶଯ୍ୟାରେ ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରାଯିବ। ବର୍ତ୍ତମାନର ବ୍ୟବହାର ଯୋଗ୍ୟ ଅବସ୍ଥାରେ ଥିବା ଭିତ୍ତିଭୂମୀ ହେଉଛି। ଡାକ୍ତରଖାନାର ଅଂଶବିଶେଷ ଯାହାକି କୋଭିଡ-୧୯ ମହାମାରୀ ହେତୁ ବିଚ୍ଛିନ୍ନତା ବ୍ୟବସ୍ଥାର ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ୨୦୦ଟି ବେଡକୁ ଜରୁରୀକାଳୀନ ଭିତ୍ତିରେ ପ୍ରସ୍ତୁତ କରାଯାଇଅଛି। ହସପିଟାଲ ବ୍ଳକ ଏବଂ ମେଡିକାଲ କଲେଜର ଅନ୍ୟାନ୍ୟ ସୁବିଧା ଶେଷ ପର୍ଯ୍ୟାୟରେ ରହିଛି ଏବଂ ଜୁଲାଇ ୨୦୨୦ ସୁଦ୍ଧା ହସ୍ତାନ୍ତର କରିବାକୁ ଲକ୍ଷ୍ୟ ରଖାଯାଇଛି। ଅନ୍ୟାନ୍ୟ ସୁବିଧା ଗୁଡିକ ମଧ୍ୟରେ ରହିଛି, ଡିନ୍ ଏବଂ ଏମ୍.ଏସ୍. ପ୍ରଫେସର (୪୦ଜଣ), ଅଣ ଶିକ୍ଷକ କର୍ମଚାରୀଙ୍କ ବାସଗୃହ (୨୦ଟି), ରେସିଡେଣ୍ଟ ଡାକ୍ତରଙ୍କ ହଷ୍ଟେଲ ସୁବିଧା (୯୦ଟି) ଛାତ୍ରମାନଙ୍କର ସହିତ ଶିକ୍ଷାନବିସ (୪୮୦ଟି) ଏବଂ ନର୍ସମାନଙ୍କ ପାଇଁ ହଷ୍ଟେଲ ସୁବିଧା। ହସପିଟାଲକୁ WTP, STP, ETP ଏବଂ ଜଳ ଅମଳ ସୁବିଧା ଯୋଗାଇ ଦିଆଯିବ। ଏହା ପଶ୍ଚିମ ଓଡ଼ିଶାର ସବୁଠାରୁ ବଡ଼ ସାସ୍ଥ୍ୟସେବା ବ୍ୟବସ୍ଥା ମଧ୍ୟରୁ ଗୋଟିଏ ହେବ ଏବଂ ଏହା ମୁଖ୍ୟତଃ ଡାକ୍ତରୀ ଶିକ୍ଷା ଏବଂ ସାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶାବାସୀଙ୍କ ପାଇଁ ଲାଭଦାୟକ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.